Breaking News
Home / Bhubaneswar / 7th Annual function of Vikash Bhubaneswar

7th Annual function of Vikash Bhubaneswar

ବିକାଶ ଆବାସିକ ବିଦ୍ୟାଳୟରେ ସପ୍ତମ ବାର୍ଷିକ ଉତ୍ସବପାଳନ -୨୦୧୭

ଅଦ୍ୟ ତା -୧୨-୧୧-୨୦୧୭ ରିଖ ଭୁବନେଶ୍ୱର ଉପକଣ୍ଠସ୍ଥିତ ବିକାଶ ଆବାସିକ ବିଦ୍ୟାଳୟରେ ମହାସମାରୋହ ହିତ ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଇତ୍ୟବସର ରେ ମୁଖ୍ୟ ଅତିଥି ଡକ୍ଟର ସୁଧାଂଶୁ ଷଡଙ୍ଗୀ – ଆଇ.ପି.ଏସ୍, ଆଡିସ୍ନାଲ ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ୍ କମ୍ ଡାଇରେକ୍ଟର ଏସ ସି ଆର ବି, ଭୁବନେଶ୍ୱର ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ – ଆଇ.ଏ.ଏସ୍ (ଅବସର ପ୍ରାପ୍ତ), ପୂର୍ବତନ ଚିଫ୍ ସେକ୍ରେଟାରୀ , ଓଡିଶା ସରକାର, ଏବଂ ଶ୍ରୀମତୀ କବିତା ରାଏ- ଚିଫ୍ କୋଡିନେଟର୍ ଷ୍ଟେଟ୍ ନ୍ୟାସ୍ନାଲ ସାଇନ୍ସ କଂଗ୍ରେସ ଓଡିଶା ପ୍ରମୁଖ ଯୋଗଦେଇ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ସଭାପତି ଶ୍ରୀ ଯୁକ୍ତ ଡି. ମୂରଲୀକ୍ରୀଷ୍ଣା, ପ୍ରଶାସନିକ ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ଡି. ନାଗେଶ ରାଓ, ପରି∙ଳନା ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ଜି.ଭାସ୍କର ରାଓ, ଶିକ୍ଷାବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭି.ଶ୍ରୀନିବାସ, ଡିନ୍ ଶ୍ରୀ ଯୁକ୍ତ ପିତାମ୍ୱର ଦାସ , ଅଧ୍ୟକ୍ଷା ଶ୍ରୀ ମତୀ ବିଜୟାଲକ୍ଷ୍ମୀ ଦାସ ,ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଆର୍. ବିଜୟ କୁମାର ଓ ଉପ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସଂଞୀବ କୁମାର ଦାସ ଙ୍କ ସମେତ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ, ଅଭିଭାବକ ମଣ୍ଡଳୀ ଓ ବିଦ୍ୟାଳୟର ସମସ୍ତ ସଦସ୍ୟବୃନ୍ଦ ଙ୍କ ଗହଣରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ ଉତ୍ସବ ର କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ଡିନ୍ ଶ୍ରୀ ଯୁକ୍ତ ପିତାମ୍ୱର ଦାସ ସା୍ୱଗତ ସମ୍ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଆର୍. ବିଜୟ କୁମାର ଓ ଅଧ୍ୟକ୍ଷା ଶ୍ରୀ ମତୀ ବିଜୟାଲକ୍ଷ୍ମୀ ଦାସ ମହୋଦୟା ସ୍ୱାଗତ ସମ୍ବୋର୍ଦ୍ଧନା ସମେତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରି ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ସଡଙ୍ଗୀ ମହୋଦୟ ଅଭିଭାଷଣ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କ୍ଷେତ୍ରରେ ସୁ ଶିକ୍ଷା ସମେତ ଦେଶ ଗଠନ କ୍ଷେତ୍ରରେ ଯୁବ ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲିି ମତ ପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ଦେଶ ପ୍ରତି ଥିବା ଛାତ୍ର ସମାଜର ଦାୟିତ୍ୱ ଓ କର୍ତବ୍ୟ ବୋଧ ଆଧାରିତ ଅଭିଭାଷଣ ପ୍ରଦାନ କରି ସଭାସଦ୍ ଗଣଙ୍କୁ ଆତ୍ମ ବିଭୋର କରିଥିଲେ । ବିକାଶର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ରାଓ ଛାତ୍ର ସମାଜର ଆଦର୍ଶ ଦିନ ଚର୍ଯ୍ୟା ଓ ଆଦର୍ଶ ଛାତ୍ରର ଲକ୍ଷ୍ୟ ଓ ଉଦ୍ଦେଷ୍ୟ ବିଷୟରେ ମତପ୍ରଦାନ କରିବା ସଙ୍ଗେ ସଙ୍ଗେ ବିକାଶର ପ୍ରଶାସନିକ ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ଡି ନାଗେଶ ରାଓ ଛାତ୍ର ଜୀବନରେ ବିଜ୍ଞାନ ଓ କ୍ରୀଡାର ଆବଶ୍ୟକତା ଆଧାରିତ ଅଭିଭାଷଣ ପ୍ରଦାନ କରି ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ସରସ ଓ ସୁନ୍ଦର କରିପାରିଥିଲେ । ପରବର୍ତୀ ପର୍ଯ୍ୟାୟରେ ଉପ ଅଧକ୍ଷ ଶ୍ରୀ ଯୁକ୍ତ ସଂଞୀବ କୁମାର ଦାସ ଙ୍କ ଘୋଷଣା ନାମାନୁସାରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏହାପରେ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ସଭାପତି ଶ୍ରୀ ଯୁକ୍ତ ଡି. ମୂରଲୀକ୍ରୀଷ୍ଣା ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମହୋଦୟଙ୍କୁ ସମ୍ୱର୍ଦ୍ଧନା ଫଳକ ପ୍ରଦାନ କରି ତାଙ୍କ ବହୁ ମୂଲ୍ୟ ସମୟ ଦାନ ପୂର୍ବକ ଉପସ୍ଥିତ କାରଣରୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନ ନିମିତ ବିହିତ ପଦକ୍ଷେପ ଓ ଏହାର କାର୍ଯ୍ୟକାରି ସମ୍ୱନ୍ଧୀୟ ଅଭି ଭାଷଣ ପ୍ରଦାନ କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଏପରି ଉଚ୍ଚ କୋଟିର ହୋଇଥିଲା ଯେ, ଏହା ଅଭିଭାବକ ମଣ୍ଡଳୀ ରେ ଖୁସିର ବାତାବରଣ ସୃଷ୍ଟି କରିଥିଲା । ପରିଶେଷରେ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ପରି∙ଳନା ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ଭି.ଶ୍ରୀନିବାସଙ୍କ ଦ୍ୱାରା ଧନ୍ୟବାଦପୂର୍ବକ ବାର୍ଷିକ ଉତ୍ସବର ଉଦ୍ୟାପନ କରାଯାଇଥିଲା ।

About surendrahota

Leave a Reply

%d bloggers like this:
Skip to toolbar