Breaking News
Home / Bhubaneswar / Demonstration of ABVP at state capital

Demonstration of ABVP at state capital

କେରଳରେ ବାମପନ୍ଥୀ ଦ୍ୱାରା ହେଉଥିବା ହିଂସାକାଣ୍ଡ ବିରୋଧରେକେରଳରେ ବାମପନ୍ଥୀ ଦ୍ୱାରା ହେଉଥିବା ହିଂସାକାଣ୍ଡ ବିରୋଧରେ୧୧ ନଭେମ୍ବର ଏବିଭିପିର ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର, ୧୧/୧୧/୨୦୧୭,(ବିଶ୍ୱରଞ୍ଜନ ମିଶ୍ର) କେରଳ ଯାହାକୁ ଏକଦା “ଭଗବାନଙ୍କ ଭୂମି” ବୋଲି କୁହାଯାଉଥିଲା ତାହା ଆଜି “ସଇତାନମାନଙ୍କ ଭୂମି”ରେ ପରିଣତ ହୋଇଛି । ନିଜକୁ ମାନବାଧିକାରର ରକ୍ଷକ ଓ ସମଗ୍ର ଦେଶରେ ଅନ୍ୟ ବିଚାରଧାରା  ଲୋକମାନଙ୍କୁ ସାମାନ୍ୟ ଘଟଣା ପାଇଁ ଅର୍ନ୍ତଜାତୀୟ ସ୍ତରରେ ନିନ୍ଦିତ କରୁଥିବା ବାମପନ୍ଥୀ (ଉକ୍ଟଜ୍ଞଜ୍ଞଙ୍କଦ୍ଭସଗ୍ଦଗ୍ଧ) ମାନେ ନିଜେ ଶାସିତ ରାଜ୍ୟ କେରଳରେ ମାନବତାର ସମସ୍ତ ସୀମାକୁ ଉଲ୍ଲଙ୍ଘନ କରି ଉଚଓ(ଗ) ବିରୋଧୀ ଜନତାଙ୍କୁ ନୃଶଂସ ହତ୍ୟାର ତାଣ୍ଡବଲୀଳା ଚଳାଇଛନ୍ତି । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କେରଳରେ ବାମପନ୍ଥୀ ଦ୍ୱାରା ହେଉଥିବା ହିଂସା ବିରୋଧ ସାରା ଦେଶରୁ ୫୦ ହଜାରରୁ ଅଧିକ ବିଦ୍ୟାର୍ଥୀ କେରଳର ରାଜଧାନୀ ତିରୁଅନନ୍ତପୁରମଠାରେ “୧୧ ନଭେମ୍ବର ଚାଲ କେରଳ” ମହା ର୍ୟାଲିରେ ଯୋଗଦାନ କରିଛନ୍ତି । ଏହି ମହା ର୍ୟାଲିକୁ ସମର୍ଥନ ଜଣାଇ ରାଜ୍ୟର ପ୍ରମୁଖ ସ୍ଥାନରେ ଏବଂ ରାଜ୍ୟ ରାଜଧାନୀରେ ମଧ୍ୟ ବାମପନ୍ଥୀ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଛି । ବିଗତ ୧୮ ମାସ ମଧ୍ୟରେ କେରଳର ୧୮ ଜଣ ନାଗରିକଙ୍କୁ ନୃଶଂସ ହତ୍ୟା ଘଟଣା ସାରା ଭାରତରେ କମ୍ୟୁନିଷ୍ଟ୍ ପାର୍ଟି (ମାର୍କ୍ସବାଦୀ) (ସିପିଏମ୍)ର ଅସଲ ଚେହେରା ଜଣା ପଡିଯାଇଛି । ଯେଉଁମାନେ ବାମପନ୍ଥୀ ବିଚାରକୁ ସମର୍ଥନ କରୁ ନାହାନ୍ତି ସେମାନଙ୍କୁ ଅମାନୁସିକ ଭାବେ ହତ୍ୟା କରୁଛନ୍ତି । ଏହା ବିରୋଧରେ ଏବିଭିପି ସାରା ଦେଶରେ କେରଳରେ ସିପିଆଇ (ଏମ୍) ଦ୍ୱାରା ହେଇଥିବା ନର ସଂହାର ବିରୁଦ୍ଧରେ ଗତ ୩୦ ତାରିଖରେ ସମସ୍ତ ଜିଲ୍ଲାରେ ସେମିନାର ଓ ୩୧ ତାରିଖରେ ବିଭିନ୍ନ କଲେଜ କ୍ୟାମ୍ପସରେ ଏବିଭିପି ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । କେରଳର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ନାମରେ ଜଣେ ଗରିବ ଟେଲର ଭି. ରାମକୃଷ୍ଣଙ୍କ ହତ୍ୟାର କଳଙ୍କ ୧୯୬୯ରୁ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କନ୍ନୁରରେ ଆଜି ଜଝଝ, ଇଈଠଚ ଓ ରାଷ୍ଟ୍ରବାଦୀ ବିଚାରର ୧୨୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ନିର୍ମମ ହତ୍ୟା କରାଯାଇଛି । କେରଳରେ ଅନେକ ଗ୍ରାମକୁ ଉଚଓ(ଗ)ର ସମର୍ଥକମାନେ ପାର୍ଟିର ଗ୍ରାମଭାବେ ଘୋଷଣା କରିଛନ୍ତି । ଏସବୁ ଗ୍ରାମରେ ଅନ୍ୟ ବିଚାରର କୈାଣସି ବ୍ୟକ୍ତି  ବସବାସ କରିପାରିବେ ନାହିଁ । ଯଦି କରିବେ ତାହା ହେଲେ ସେହି ଗ୍ରାମର ପାର୍ଟି ମୁଖିଆଙ୍କ ନିୟମ ମାନିବାକୁ ହେବ । ମୁଖ୍ୟମନ୍ତ୍ରୀଙ୍କ ନିଜ ଗ୍ରାମ ପିନିରାୟୀ ମଧ୍ୟ ଏହି ତାଲିକାଭୁକ୍ତ । ଉଚଓ(ଗ)ର ଗୁଣ୍ଡାମାନେ କେ. ଟି. ଜୟକୃଷ୍ଣ ମାଷ୍ଟରଙ୍କୁ ଶ୍ରେଣୀଗୃହରେ ଛୋଟ ଛୋଟ ଶିଶୁମାନଙ୍କ ସମ୍ମୁଖରେ ନିର୍ମମ ଭାବେ ହତ୍ୟା କରିବା ତଥା ସଦାନନ୍ଦ ମାଷ୍ଟରଙ୍କ ଦୁଇଗୋଡକୁ ବିଚ୍ ରାସ୍ତାରେ କାଟି ପୋଡିଦେବା ଘଟଣା ସମସ୍ତ ବର୍ବରତାର ସୀମା ଲଙ୍ଘନ କରିଯାଇଛି । ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ର କାର୍ତ୍ତିକ ଉପରେ ଉଚଓ(ଗ) ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଥିଲେ କାରଣ ତାର ମାଆ ନିର୍ବାଚନରେ ଅନ୍ୟ ଏକ ରାଜନୈତିକ ଦଳର ପ୍ରାର୍ଥୀ ଥିଲେ । ଏଇ କିଛି ଦିନ ପୂର୍ବେ ଜଝଝ କାର୍ଯ୍ୟକର୍ତ୍ତା ରାଜେଶକୁ ବିଚ୍ ରାସ୍ତାରେ ହତ୍ୟାକରି ତାର ଦୁଇ ହାତକୁ କାଟି ଦେବା ସହିତ ଶରୀରରେ ୮୦ଟି ସ୍ଥାନରେ ମାରଣାସ୍ତ୍ର ମାଧ୍ୟମରେ କାଟିବା ବାମପନ୍ଥୀମାନଙ୍କର ସମସ୍ତ ନୃଶଂସ ଚେହେରାକୁ ପଦାରେ ପକାଇ ଦେଇଛି । ଉଚଓ(ଗ)ର ଛାତ୍ର ସଂଗଠନ ଝୠଓ ଦ୍ୱାରା ଇଈଠଚରୁ ପ୍ରତିନିଧିତ୍ୱ କରୁଥିବା ଗୁରୁବାୟୁର ଶ୍ରୀକୃଷ୍ଣ କଲେଜର ନିର୍ବାଚିତ ଛାତ୍ର ସଂଗଠନ ସଭାପତି କେ. ଏସ୍. ସନୁପକୁ ଆକ୍ରମଣ କରି ତାର ବାମ ଆଖିକୁ ତାଡ଼ି ବାହାର କରିଦେବା ଓ ହାତ ଗୋଡ଼କୁ ପିଟିପିଟି ଭାଙ୍ଗି ଦେବା ଘଟଣା ଗଣତନ୍ତ୍ରକୁ ସେମାନେ କିଭଳି ସମ୍ମାନ ଦିଅନ୍ତି ତାର ଏକ ଉଦାହରଣ ମାତ୍ର । ପାଲକ୍କାର୍ଡର ଭିକ୍ଟୋରିଆ କଲେଜର ଅଧ୍ୟକ୍ଷା କଲେଜ କ୍ୟାମ୍ପସରେ ଗୁଣ୍ଡାଗିରୀ ପାଇଁ ଝୠଓର କିଛି ଛାତ୍ର ନେତାମାନଙ୍କୁ ସାମାନ୍ୟ ଦଣ୍ଡ ବିଧାନ କରିଥିଲେ । ଏହାର ବିରୋଧରେ କିଛିଦିନ ପରେ ଯେତେବେଳେ ଅଧ୍ୟକ୍ଷାଙ୍କ ଚାକିରୀକାଳ ଶେଷ ହେଲା ଝୠଓର ଗୁଣ୍ଡାମାନେ କଲେଜ ମଧ୍ୟରେ ଏକ କଫିନ୍ ତିଆରି କରି ତାଙ୍କ ଫଟୋରେ ଫୁଲମାଳ ଦେଇ ତାଙ୍କୁ ଅପମାନିତ କରିଥିଲେ । ଉଚଓ(ଗ) ଓ ଝୠଓ ନେତାମାନେ ସରକାରୀ ପ୍ରୋତ୍ସାହନରେ ବେସରକାରୀ କଲେଜ ଖୋଲି ଛାତ୍ରମାନଙ୍କଠାରୁ ମନଇଚ୍ଛା ଫିସ୍ ସହିତ ସମସ୍ତ ପ୍ରକାର ଛାତ୍ରମାରଣ ନୀତି ଚଳାଇଛନ୍ତି । ପେରୁମଲା ଦେବସ୍ୱାମୀ ବୋର୍ଡ କଲେଜ ଝୠଓ, ଉଚଓ(ଗ)ର ଅମାନବୀୟ ହତ୍ୟାର ପ୍ରତିବାଦ କରିବା କାରଣରୁ ଇଈଠଚ ତିନିଜଣ କାର୍ଯ୍ୟକର୍ତ୍ତା ସୁଜିତ୍, କିମ୍ କରୁଣାକରନ ଓ ପି ଏସ୍ ଅନୁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ସେମାନେ ଯେତେବେଳେ ନିଜର ଜୀବନ ବଞ୍ଚାଇବା ପାଇଁ ପାଖରେ ବହୁଥିବା ପମ୍ପା ନଦୀକୁ ଡ଼େଇଁପଡିଲେ ସେତେବେଳେ ଝୠଓ ଓ ବାମପନ୍ଥୀ ଗୁଣ୍ଡାମାନେ ପଥର ଫୋପାଡ଼ି ଫୋପାଡି ତିନିଜଣଙ୍କୁ ନଦୀ ମଧ୍ୟରେ ହିଁ ମାରି ଦେଇଥ । ଅଦ୍ୟାବଧୀ କେରଳରେ ଇଈଠଚ, ଜଝଝ, ଈଗଝ, ଈଔଚ ଆଦି ସଂଗଠନରେ ୩୦୦ରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତାମାନଙ୍କ ଅମାନୁଷିକ ହତ୍ୟା ହୋଇ ଗଲାଣି । କେବଳ ଜଝଝ ବିଚାର ସଂଗଠନ ନୁହେଁ କଂଗ୍ରେସର ୪୮ ଜଣ, ନିଜ ବାମମେଣ୍ଟର ଅଂଶଦାରୀ ଦଳ ଉଚଓର ୧୧ ଜଣଙ୍କୁ ମଧ୍ୟ ହତ୍ୟା କରାଯାଇଛି ।ଉଚଓ(ଗ)ର ଗୁଣ୍ଡାମାନେ ଏତେ ତଳକୁ ଖସି ଯାଇଛନ୍ତି ଯେ, ନିଜ ଦଳର ସକ୍ରିୟ ସଂଗଠନ ଯେଉଁମାନେ ଦୀର୍ଘ ବର୍ଷ ଧରି ପାର୍ଟିର କାର୍ଯ୍ୟକରି ଆସିଛନ୍ତି ଆଜି ଯଦି ବୈଚାରିିକ ଦୃଷ୍ଟିରୁ ମତଭେଦ କାରଣରୁ ଯଦି ପାର୍ଟି ଛାଡି ଦେଉଛନ୍ତି ତେବେ ସେମାନଙ୍କର ହତ୍ୟା ପାଇଁ ମଧ୍ୟ ଏମାନେ ପଛାଉ ନାହାନ୍ତି । ଆଜି ଏକବିଂଶ ଶତାବ୍ଦୀରେ ଯେତେବେଳେ ମନୁଷ୍ୟ ତାର ନିଜର ବିଚାର ଗ୍ରହଣ କରିବାର ସ୍ୱାଧୀନତା କଥା କୁହାଯାଉଛି, ସେତେବେଳେ କେରଳରେ ଉଚଓ(ଗ)ର ରାଜନେତାମାନେ ଏକ ନିର୍ଦ୍ଦିଷ୍ଟ ବିଚାର ପ୍ରତି ଟିକିଏ ବି ଯେଉଁମାନେ ଅସହମତି ଦେଖାଉଛନ୍ତି ତାକୁ ନିର୍ମମ ଭାବେ ହତ୍ୟା କରିଦେଉଛନ୍ତି । ଆଜି ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍ ଠାରେ ବାମପନ୍ଥୀର କୁଷପୁତଳିକା ଦାହ କରାଯାଇଥିଲା । ଏଥିରେ ଶୁଭଜିତ୍ ମହାପାତ୍ର, ଆକାଶ ମିଶ୍ର, ନିରାକାର ସାହୁ, ଦେବରାଜ ମାଝୀ, ସୁବ୍ରତ ପଟ୍ଟନାୟକ, ମନୋଜ ସେଠୀ,ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar