Breaking News
Home / Bhubaneswar / Achivement of Odisha Red Cross

Achivement of Odisha Red Cross

ଖୁସିରେ ଆତ୍ମହରା ପରିବାର, ଘରକୁ ଫେରିଲେ ନୂଆପଡାର ପ୍ରେମ ସିଂ ଓ ଖୋର୍ଦ୍ଧାର ସୋମନାଥ ଦାଶ -ରେଡକ୍ରସ୍, ଓଡିଶା ରାଜ୍ୟ ଶାଖାର ପାରିବାରିକ ସମ୍ବାଦ ସେବା ଆଉ ଏକ ପ୍ରୟାସ

ଭୁବନେଶ୍ୱର, ତା.୭.୧୧.୨୦୧୭ – ୫ ବର୍ଷ ପରେ ସ୍ତ୍ରୀ ଫେରି ପାଇଛି ସ୍ୱାମୀକୁ, ପିଲାମାନେ ଫେରିପାଇଛନ୍ତି ବାପାକୁ, ମା ବାପା ଫେରିପାଇଛନ୍ତି ପୁଅକୁ । ପରିବାରରେ ଫେରିଆସିଛି ଖୁସି । ନିଖୋଜ ନୂଆପଡାର ପ୍ରେମ ସିଂ ଓ ଖୋର୍ଦ୍ଧାର ସୋମନାଥ ଦାଶଙ୍କୁ ଫେରିପାଇ ଖୁସିରେ ଆତ୍ମହରା ହୋଇପଡିଛି ପ୍ରେମ ଓ ସୋମନାଥଙ୍କ ପରିବାର ।ଗ୍ରାମ ଫୁଲୁଚି, ପୋଷ୍ଟ ସିନାପଲ୍ଲୀ ଅନ୍ତର୍ଗତ ନୂଆପଡା ଜିଲ୍ଲାର ପ୍ରେମ ସିଂ ରାଉତ, ବିଗତ ୫ ବର୍ଷ ପୂର୍ବେ ମାନସିକ ଭାରସାମ୍ୟ ହରାଇ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପ୍ରେମଙ୍କର ପରିବାରରେ ଅଛନ୍ତି ତାଙ୍କର ବୁଢୀ ମା, ସ୍ତ୍ରୀ ଆଉ ଦୁଇଗୋଟି ଝିଅ । ପରବର୍ତ୍ତୀ ସମୟରେ କୌଣସି ମତେ ବିଶାଖାପାଟଣା ସ୍ଥିତ ସରକାରୀ ମାନସିକ ଚିକିତ୍ସାଳୟରେ ପହଂଚି ଚିକିତ୍ସିତ ହେଉଥିଲେ । ସେହିଭଳି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ, ଆରିକମା ଗାଁ ର ସୋମନାଥ ଦାଶ ମଧ୍ୟ ମାନସିକ ଭାରସାମ୍ୟ ହରାଇ ୫ ବର୍ଷ ତଳେ ଘର ଛାଡି କେଉଁଆଡେ ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ଆସାମ ତେଜପୁର ସ୍ଥିତ ଏଲ୍.ଜି.ବି ଆଂଚଳିକ ମାନସିକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଚିକିତ୍ସିତ ହେଉଥିଲେ ।କିଛିଦିନ ତଳେ ଶ୍ରୀମତୀ ଝରଣା ମାଝି ଓ ସଂଯୁକ୍ତା ବେହେରାଙ୍କୁ ବିଶାଖାପାଟଣା ସି୍ଥତ ମାନସିକ ଚିକିତ୍ସାଳୟରୁ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଫ୍ୟାମିଲ ନିୟୁଜ ସର୍ଭିସ(ୠବଜ୍ଞସକ୍ଷଚ୍ଚ ଘରଙ୍ଗଗ୍ଦ ଝରକ୍ସଙ୍ଖସମର) କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଧାର କରାଯିବା ସମୟରେ ରେଡ଼କ୍ରସ୍ର କାର୍ଯ୍ୟକର୍ତ୍ତା ପ୍ରେମ ସିଂ ରାଉତଙ୍କ ବିଷୟରେ ସୂଚନା ପାଇଥିଲେ । ତଦ୍ପଶ୍ଚାତ ଅବୈତନିକ ଯୁଗ୍ମ ସଚିବ ଡଃ ମେଜର କଳ୍ପନା ଦାସ୍ ଯୁବ ରେଡ଼କ୍ରସ୍ ପରାମର୍ଶଦାତା ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ଓ ଶ୍ରୀ ଅଶ୍ୱିନୀ ଓଟାଙ୍କ ସହାୟତାରେ ବିଶାଖାପଟ୍ଟନମ୍ରୁ ଏବଂ ସୋମନାଥ ଦାଶଙ୍କ ପରିବାରର ଅନୁରୋଧକ୍ରମେ ଯୁବ ରେଡ଼କ୍ରସ୍ ପରାମର୍ଶଦାତା ଶ୍ରୀ ସୁଶୀଲ କୁମାର ପଟ୍ଟନାୟକଙ୍କ ସହାୟତାରେ ତାଙ୍କୁ ଆସାମ ତେଜପୁରରୁ ଅଣାଯାଇ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ର ଅବୈତନିକ ସଚିବ ଡା.ଜ୍ଞାନବ୍ରତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ରେଡ଼କ୍ରସ୍ର ଭୁବନେଶ୍ୱର କାର୍ଯ୍ୟଳୟକୁ ଆଣି ଆଜି ତାଙ୍କ ପରିବାର ସହିତ ମିଶାଯାଇଛି ।ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଯୁବ ରେଡ଼କ୍ରସ୍, ଓଡିଶା କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଶୀଯୁକ୍ତ ଅନନ୍ତ ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରେଡ଼କ୍ରସର ଏହିଭଳି ମାନବସେବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ଅଧିକାରୀ ତଥା ଅବୈତନିକ ଯୁଗ୍ମ ସଚିବ ଡଃ ମେଜର କଳ୍ପନା ଦାସ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଜ୍ଞାନବ୍ରତ ମହାନ୍ତି ରେଡ଼କ୍ରସର ଏହିଭଳି କାର୍ଯ୍ୟକ୍ରମକୁ ଆଗକୁ ବଢାଇବାରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ରେଡ଼କ୍ରସ୍ର ଶ୍ରୀ ରଞନ କୁମାର ମହାନ୍ତି କାର୍ଯ୍ୟକ୍ରମର ପରିଷେଶରେ ଧନ୍ୟବାଦ ଅର୍ପଣ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar