Breaking News
Home / Bhubaneswar / ABVP meets Governor of Odisha

ABVP meets Governor of Odisha

ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ଏବିଭିପି

ଭୁବନେଶ୍ୱର, ୨୦/୧୦/୨୦୧୭, ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଦ୍ୟାର୍ଥୀମାନେ କୁଳପତି ଏବଂ ପ୍ରଶାସନକୁ ବାରମ୍ବାର ଦାବି ଜଣାଇଲେ ମଧ୍ୟ କୌଣସି ବି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁନାହାନ୍ତି । ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷ ଗତ ୫ ଦିନ ଧରି ଅନଶନରେ ବସିଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କର କୁମ୍ଭକର୍ଣ୍ଣ ନିଦ୍ରାଭାଙ୍ଗୁ ନାହିଁ । କୁଳପତି ପିଲାମାନଙ୍କ ସହିତ କେବଳ ଧର୍ମକୁ ଆଖିଠାରୁ ଭଳି ମିଛ ପ୍ରତିଶୃତି ଦେଇ ଚାଲିଛନ୍ତି । ତେଣୁ କୁଳପତିଙ୍କ ଉପରୁ ଛାତ୍ରଛାତ୍ରୀମାନଙ୍କର ଆସ୍ଥା ତୁଟିଜିବା କାରଣରୁ ଏବିଭିପିର ରାଜ୍ୟ ସମ୍ପାଦକ ଅଭିଳାଷ ପଣ୍ଡା ଏବଂ ବିଶ୍ୱବିଦ୍ୟାଳୟର ସାଧାରଣ ସମ୍ପାଦକ ବୁଦ୍ଧଦେବ ବାଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ବିଶ୍ୱବିଦ୍ୟାଳୟ ସମସ୍ୟା ଏବଂ କୁଳପତିଙ୍କ ଅପାରଗତା ବିଷୟରେ ଅବଗତ କରିବା ସହିତ ସମସ୍ୟାର ସମାଧାନ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଡଧ କରିଥିଲେ । ପ୍ରକାଶ ଥାଉକି ଆଜି ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଛାତ୍ର ସଂସଦ ଓ ଏବିଭିପି ଦ୍ୱରା କରାଯାଇଥିବା ଏହି ଅନଶନକୁ ସମର୍ଥନ ଜଣାଇ ଶ୍ରେଣୀ ବର୍ଜନ କରିବା ସହିତ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୁଳାଧିପତି ଏ ବିଷୟରେ ଆଲୋଚନା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିନିଧି ଦଳକୁ କହିଛନ୍ତି ।ରାଜ୍ୟପାଳଙ୍କୁ ଦିଆ ଯାଇଥିବା ଦାବିପତ୍ର: ୦୧. ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାର ବ୍ୟବସ୍ଥା କରାଯାଉ । ୦୨. ସର୍ବସାଧାର ବ୍ୟବହାର ପାଇଁ ଶୌଚାଳୟ ନିର୍ମାଣ କରାଯାଉ । ୦୩. ବିଶ୍ୱବିଦ୍ୟାଳୟକୁ ଆସୁଥିବା ଅଭିଭାବକମାନଙ୍କ ପାଇଁ ବିଶ୍ରାମ ଗୃହ ନିଆରି କରାଯାଉ । ୦୪. କ୍ୟାମ୍ପସ ପରିସରରେ ସିସିଟିଭିର ବ୍ୟବସ୍ଥା କରାଯାଉ । ୦୫. ଛାତ୍ରାବାସ ଗୁଡିକୁ ସୁବ୍ୟବସ୍ଥିତ କରାଯାଉ । ୦୬. ବିଶ୍ୱବିଦ୍ୟାଳୟର ଖେଳ ପଡିଆକୁ ଏକ ଛୋଟ ଷ୍ଟାଡିୟମରେ ପରିଣତ କରାଯାଉ । ୦୭. ସ୍ଥାନେ ସ୍ଥାନେ ଷ୍ଟ୍ରିଟ୍ ଲାଇଟ୍ର ବ୍ୟବସ୍ଥା କରାଯାଉ । ୦୮. ଅଡିଟୋରିୟମ୍ରେ ଏ.ସି. ଲଗାଯାଉ । ୦୯. ବିଶ୍ୱବିଦ୍ୟାଳୟ ଚାରିପଟେ ପାଚେରୀ ନିର୍ମାଣ କରାଯାଉ (ଏସ୍.ଜେ ହଷ୍ଟଲ/ଗେଷ୍ଟ୍ ହାଉସ) । ୧୦. ଛାତ୍ରୀମାନଙ୍କ ପାଇଁ ଜିମ୍ର ବ୍ୟବସ୍ଥା କରାଯାଉ । ୧୧. କ୍ୟମ୍ପସରେ ୨୪ ଘଣ୍ଟିଆ ୱାଇ-ଫାଇର ସୁବିଧା କରାଯାଉ । ୧୨. ଲାଇବ୍ରେରୀରେ ରାତ୍ରୀ ୮ ଟା ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ପଢିବା ପାଇଁ ସୁଯୋଗ ଦିଆଯାଉ ଏବଂ ନୂତନ ଏଡିସନର ପୁସ୍ତକ ଯୋଗାଇବା ସହିତ ଭାରତୀ ସଂସ୍କୃତି, ଜ୍ଞାନ ଓ ଇତିହାସ ସମନ୍ଧିୟ ପୁସ୍ତକ ମଧ୍ୟ ପଢିବା ପାଇଁ ଉପଲବ୍ଧ କରାଯାଉ । ୧୩. ଷ୍ଟାଟିଷ୍ଟିକ୍ ବିଭାଗକୁ ଏକ ସ୍ୱତନ୍ତ୍ର ବିଭାଗରେ ପରିଣତ କରାଯାଉ । ୧୪. କ୍ୟାମ୍ପସରେ ଅଣଛାତ୍ରଙ୍କ ହସ୍ତକ୍ଷେପ ଏବଂ ପ୍ରବେଶକୁ ନିଷେଧ କରାଯାଉ । ୧୫. ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ଚୟନ ପ୍ରତ୍ୟେକ ବର୍ଷ କରାଯାଉ । ୧୬. ବସ ସୁବିଧା ସାମାଧାନ କରାଯାଉ । ୧୭. ସ୍ୱାମୀ ବିବେକାନନ୍ଦଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଉ । ୧୮. ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ସ୍ଥାନରେ ସ୍ଥାୟୀ ଭାବେ ଅହରାତ୍ର ତ୍ରିରଙ୍ଗା ଉଡ଼ାଇବାର ବ୍ୟବସ୍ଥା କରାଯାଉ । ୧୯. ବିଶ୍ୱବିଦ୍ୟାଳୟର ବିଭିନ୍ନ ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ କର୍ମଚାରୀ ନୁଯୁକ୍ତି କରାଯାଉ । ୨୦. ହଷ୍ଟେଲଗୁଡିକରେ ଉପଯୁକ୍ତ ପାନିୟ ଜଳର ବ୍ୟବସ୍ଥା କରାଯାଉ । ୨୧. ଛାତ୍ର ସଂସଦ ଅଫିସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ୨୨. ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଗ୍ରିଭାନ୍ସ ସେଲ ତିଆରି କରାଯାଉ । ୨୩. ପି. ଜି. ଡିପାର୍ଟମେଣ୍ଟ୍, ଏବଂ ଲ’ ଡିପାର୍ଟମେଣ୍ଟ୍ ପାଇଁ ଉପଯୁକ୍ତ ସେମିନାର ହଲ ନିର୍ମାଣ କରାଯାଉ । ୨୪. ଏମ୍.ପି.ଏ ବିଭାଗରେ ଏମ୍.ଫିଲ୍. ଖୋଲାଯାଉ ଏବଂ ଅଧ୍ୟାପକ ନିଯୁକ୍ତି କରାଯାଉ । ୨୫. ପରୀକ୍ଷା ଓ ପରିଣାମ ଠିକ୍ ସମୟରେ ହେଉ । ୨୬. ପିଏଚ୍.ଡି ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ପ୍ରଦାନ କରାଯାଉ । ୨୭. ବିଶ୍ୱବିଦ୍ୟାଳୟରେ ୨୪ ଘଣ୍ଟିଆ ମେଡିକାଲ ସୁବିଧା ପ୍ରଦାନ କରାଯାଉ । ୨୮. ପରୀକ୍ଷା ଖାତାର ରିଚେକିଙ୍ଗ୍ ଫିସ୍କୁ କମ୍ କରାଯାଉ ।  ଏହି ପ୍ରତିନିଧି ଦଳରେ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସାଧାରଣ ସମ୍ପାଦକ ବୁଦ୍ଧଦେବ ବାଗ, ଏବିଭିପିର ରାଜ୍ୟ ସମ୍ପାଦକ ଅଭିଳାଷ ପଣ୍ଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବୈଲୋଚନ ସାହୁ, ରତନ ଦିଗଲ, ଶୁଭଜିତ୍ ମହାପାତ୍ର, ନିରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଯୋଗାଯୋଗ: ୮୭୬୩୭୨୩୪୫୨, ୭୮୭୩୮୦୦୫୫୮

About surendrahota

Leave a Reply

%d bloggers like this:
Skip to toolbar