Breaking News
Home / Bargarh / Bijepur Bye election : BJP Ask 17 Question to Navin Pattanaik

Bijepur Bye election : BJP Ask 17 Question to Navin Pattanaik

ବିଜେପୁର ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉନ୍ନୟନ ଯୋଜନାର ଘୋଷଣାକୁ ସମାଲୋଚନା କଲା ବିଜେପି: ମୁଖ୍ୟମନ୍ତ୍ରୀଙ୍କୁ ୧୭ଟି ପ୍ରଶ୍ନ କଳା ବିଜେପି

Exif_JPEG_420

ବରଗଡ଼,୧୮/୧୦: ବିଗତ ୧୭ ବର୍ଷର ଶାସନ କାଳ ମଧ୍ୟରେ ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନଯୋଜନାର ମିଥ୍ୟା ଭେଲିକି ଦେଖାଇ ରାଜ୍ୟବାସୀଙ୍କୁ ପ୍ରତାରିତ କରି ଆସିଛନ୍ତି ।ଆଗାମୀ ବିଜେପୁର ଉପନିର୍ବାଚନ ରାଜ୍ୟ ରାଜନୀତି ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ।ଏଣଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବଭଳି ଲୋକଙ୍କୁ ତାଙ୍କ ଭେଲିକି ଦେଖାଇବାକୁ ଯାଇ ବିଭିନ୍ନ ଯୋଜନାର ଘୋଷଣା କରିଛନ୍ତି ଯହିଁର ବାସ୍ତବିକତା ସହ କୌଣସି ସମ୍ପର୍କ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିଗତ ଦିନର ଘୋଷଣା ପରି ବିଜେପୁର ଅଞ୍ଚଳର ଭୋଟରଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟ ନେଇ ଯେଉଁସବୁ ଘୋଷଣା କରିଛନ୍ତି ତାହା ମଧ୍ୟ ଏକ ପ୍ରଲୋଭନ ଓ ମିଥ୍ୟା ପ୍ରତିଶୃତି ଛଡ଼ା ଅନ୍ୟକିଛି ନୁହେଁ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ବରଗଡ଼ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୭ଟି ପ୍ରଶ୍ନ କରାଯାଇଥିବା ଏକ ପ୍ରଚାର ପତ୍ରକୁ ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଭାଜପା କେନ୍ଦ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ଉନ୍ମୋଚିତ କରିଥିଲେ ।ଏଥିରେ ପ୍ରଶ୍ନ କରାଯାଇଥିଲା ଯେ ୨୦୧୫ରେ ମୁଖ୍ୟମନ୍ତ୍ରୀ ସୋହେଲା ଠାରେ ଆୟୋଜିତ ବିରାଟ କୃଷକ ସମାବେଶରେ ଜିରା, ରାଞ୍ଜ, ଅଙ୍ଗ ନଦୀବନ୍ଧ ଯୋଜନା ପ୍ରକଳ୍ପ ସହ ୩୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା କରିଥିଲେ । ତନ୍ମଧ୍ୟରୁ ଅଦ୍ୟବଧି ୩୫ଟଙ୍କା ମଧ୍ୟ ଖର୍ଚ୍ଚ ହୋଇ ପାରି ନାହିଁ ।ଛତିଶଗଡ଼ର ଭାଜପା ସରକାର ଚାଷୀଙ୍କୁ ଧାନ ବସ୍ତା ପ୍ରତି ୩୦୦ଟଙ୍କା ବୋନସ ଦେଉଥିବା ସମୟରେ ଓଫିଶା ସରକାର ସୋହେଲା ବୈଠକରେ ବେସ୍ତାପିଛା ୧୦୦ଟଙ୍କାର ବୋନସ ଘୋଷଣା କରି ମଧ୍ୟ ତାହା ସମ୍ପୂର୍ଣ୍ଣ ରୂପେ ଦେଇ ପାରିଲେ ନାହିଁ ।ହୀରାକୁଦ ଜଳଭଣ୍ଡାରରୁ ଉଠା ଜଳସେଚନ ବ୍ୟବସ୍ଥା ଦ୍ୱାରା ବରଗଡ଼ ଜିଲାର ବିଜେପୁର, ଗାଇସିଲେଟ,ବରପାଲି ଅଞ୍ଚଳର ଅଣଜଳସେଚିତ ଅଞ୍ଚଳକୁଜଳସେଚନ କରିବାର ପ୍ରତିଶୃତି ଦେଇ ତାହାକୁ କାର୍ଯ୍ୟକାରି କରି ନଥିବା ସମୟରେ ଏବେ ଉପନିର୍ବାଚନର ଠିକ ପୂର୍ବରୁ ଭୂତଳ ଜଳଭଣ୍ଡାର ସ୍ଥାପନର ଘୋଷଣା କାହିଁକି?ବିଜେପି ପକ୍ଷରୁ ବରଗଡ଼ ଠାରେ ଆୟୋଜିତ କୃଷକ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ‘ପ୍ରଧନମନ୍ତ୍ରୀ ଫସଳ ବୀମା ଯୋଜନା’କୁ ବିଜେଡ଼ି ସମାଲୋଚନା କରୁଥିବା ସମୟରେ ଏବେ ବିଜେଡ଼ି ନେତା ମାନେ ଫସଳ ବୀମା ବାଣ୍ଟିବାରେ ବ୍ୟସ୍ତ କାହିଁକି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି ।ବିକାଶର ପ୍ରଲୋଭନ ଦେଖାଇ ଲୋକଙ୍କୁ ଭକୁଆ ବନାଇ ଦୀର୍ଘ ୧୭ ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ଶାସନରେ ବୋରୀ ,ଦାଦନ, ପଳାୟନ ଆଦି ବୃଦ୍ଧି କାହିଁକି ବୋଲି ଉକ୍ତ ପ୍ରଚାର ପତ୍ରରେ ଉଲ୍ଲେଖ କରାଯାଇଛି । ବରଗଡ଼ ଜିଲାରେ କେନ୍ଦ୍ର ପେଟ୍ରୋଳିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ନଡ଼ାରୁ ଇଥାନଲ ପ୍ରସ୍ତୁତ କାରଖାନା ପାଇଁ ରାଜ୍ୟ ସରକାରଙ୍କୁ ଜମି ମଗାଯାଇଥିଲେ ହେଁ ରାଜ୍ୟସରକାର ଜମି ପ୍ରଦାନରେ ଅହେତୁକ ବିଳମ୍ବ କରୁଥିବା ,ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଚାଲିଥିବା ଦୁର୍ନିତୀ ଯୋଗୁଁ ଅଞ୍ଚଳରେ ବିକାଶ ବାଟବଣା ହୋଇ ଯାଇଛି ବୋଲି ଭାରତୀୟ ଜନତା ପାର୍ଟି ମନ୍ତବ୍ୟ ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି ।ଏହି ସାମ୍ବାଦିକ ସମ୍ମଳନୀରେ ବିଜେଡ଼ି ବରଗଡ଼ ଜିଲା ସଭାପତି ନାରାୟଣ ସାହୁ, ଉପସଭାପତି ଅଶୋକ ପଣ୍ଡା, ସାଧାରଣ ସମ୍ପାଦକ ରବିନାରାୟଣ ଦାଶ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar