Breaking News
Home / Bhubaneswar / Bata Mahavir

Bata Mahavir

ସ୍ୱପ୍ନାଦେଶ ପରେ ଦୁଇ ସାଧକ ସ୍ଥାପନ କଲେ ବାଟମହାବୀର ବିଗ୍ରହ ସ୍ୱପ୍ନାଦେଶ ପରେ ଦୁଇ ସାଧକ ସ୍ଥାପନ କଲେ ବାଟମହାବୀର ବିଗ୍ରହ 

ଭୁବନେଶ୍ୱର, ତା ୧୮ା୧୦/୨୦୧୭ (ପ୍ରଦ୍ୟୁମ୍ନ କୁମାର ମହାନ୍ତି) : ରାଜଧାନୀ ଭୁବନେଶ୍ୱରର ହନୁମାନ ଭକ୍ତମାନଙ୍କ ପକ୍ଷରୁ ସ୍ଥାନୀୟ ଦୁଇ ନମ୍ବର ୟୁନିଟ୍ ଲେନ୍ ନଂ-୮ରେ ବାଟମହାବୀର ମନ୍ଦିର ପ୍ରତିଷ୍ଠା ହେବା ସହିତ ଏକ ପ୍ରତିମୂର୍ତ୍ତି  ଉନ୍ମୋଚିତ ହୋଇଛି  । ଏହି ବିଗ୍ରହ ପ୍ରତିଷ୍ଠା ଉତ୍ସବରେ  ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଏବଂ ୪୦ ନମ୍ବରର ୱାର୍ଡର କର୍ପୋରେଟର ରାମଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେଯୋଗଦେଇ ଏହି ବିଗ୍ରହ ପ୍ରତିଷ୍ଠା ଉତ୍ସବକୁ  ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ଏହା ପୂର୍ବରୁ  ୭ ଜଣ ମହିଳା ଓ ୨ଜଣ ପୁରୁଷଙ୍କ ନେତୃତ୍ୱରେ ଏକ ଦଳ ବିନ୍ଦୁସାଗର ପୋଖରୀରୁ କଳସୀରେ ଜଳ ଧରି ଚାଲି ଚାଲି ମହାବୀର ମନ୍ଦିରକୁ ଆସିଥିଲେ  । ସହସ୍ରାଧିଧକ ହନୁମାନ ଭକ୍ତ ଏହି ମନ୍ଦିର ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଇଥିବା ବେଳେ ଦୀର୍ଘ ୧୨ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ସ୍ୱତନ୍ତ୍ର ଯଜ୍ଞ ଓ ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା  । ସୁନ୍ଦରପଦା ପାଞ୍ଚ ଗାଁର ପାଲାଗାୟକ ରବୀନ୍ଦ୍ର କୁମାର ବୈରୀଶଲ୍ୟ ରାମାୟଣ ଉପରେ ‘ଭକ୍ତ ଭଗବାନ ପରୀକ୍ଷା’ ପାଲା ମଞ୍ଚସ୍ତ ହୋଇଥିଲା  । ଏହି ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ବରିଷ୍ଠ ସାମ୍ବାଦିକ କେ ରବି, ରାଜାରାମ ଶତପଥୀ, ସୁବ୍ରତ ଦାସ, ଶୁଭାଶୀଷ ମହାନ୍ତି, ବୈଷ୍ଣବ ଚରଣ ଜେନା, ବିରୂପାକ୍ଷ ତ୍ରିପାଠୀ, ସନତ ମିଶ୍ର, ଭବାନୀ ତ୍ରିପାଠୀ, ଅରବିନ୍ଦ ମିଶ୍ର, ବିବେକାନନ୍ଦ ଜେନା, ବିଜୟ କୁମାର ପଣ୍ଡା, ସର୍ବେଶ୍ୱର ବର୍ଦ୍ଧନ, ମାଧବାନନ୍ଦ ବେହୁରା, ଦେବକାନ୍ତ ମହାପାତ୍ର, ଆକାଶବାଣୀ ପ୍ରତିନିଧି ସୁଧାଂଶୁ ଶେଖର ଧଡ଼ା ଓ ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତିପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ  । ଏହି ଅବସରରେ ଏକ ହଜାରରୁ ଊଦ୍ଧ୍ୱର୍ ହନୁମାନ ଭକ୍ତଗଣ ପ୍ରସାଦ ସେବନ କରିଥିଲେ  । ସୂଚନାଯୋଗ୍ୟଯେ, ୧୦୦ ରୁ ଊଦ୍ଧ୍ୱର୍ ବର୍ଷ ଧରି ଏକ ଚାକୁଣ୍ଡା ଗଛ ମୂଳରେ ଅଶୋକ ଚକ୍ର ଦୁଇଟିିକୁ ପଇଡ଼ ବିକାଳି ରମେଶ ଚନ୍ଦ୍ର ସାମନ୍ତରାୟ (ସୀତାରାମ) ଓ ପାନଦୋକାନୀ ଅକ୍ଷୟ ବେହେରା (ଚଗଲା) ଦେଖିଥିଲେ  । ସେମାନେ ହନୁମାନ ସାଧକ ହୋଇଥିବାରୁ ରାତିରେ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା  । ତେଣୁ ସେ ଦୁହେଁ ଚାକୁଣ୍ଡା ଗଛ ମୂଳରେ କ୍ଷୁଦ୍ର ପରିସର ମଧ୍ୟରେ ଏକ ବାଟ ମହାବୀର ମନ୍ଦିର ନିଜସ୍ୱ ଉଦ୍ୟମରେ ତିଆରି କରି ହନୁମାନ ବିଗ୍ରହ ପ୍ରତିଷ୍ଠା କରିବା ପାଇଁ ଶପଥ ନେଇଥିଲେ  । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଧିବାସୀମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିବାରୁ ସମସ୍ତେ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ  । ବାଟ ମହାବୀର ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ସୁକାନ୍ତ ପରିଜା, ଭି. ସାଇବାବୁ, କମଳ କୁମାର ସାହୁ, ଭୁବନେଶ୍ୱର ପାଢୀ, ମାନସ ରଂଜନ ମଲ୍ଲ ଓ ଅଭୟ ସାହୁ ପ୍ରମୁଖ ସହାୟତା କରିଥିଲେ  ।

About surendrahota

Leave a Reply

%d bloggers like this:
Skip to toolbar