Breaking News
Home / Bhubaneswar / Women rescued from Visakhapatnam by Red Cross

Women rescued from Visakhapatnam by Red Cross

ରେଡ଼କ୍ରସ୍, ଓଡିଶା ରାଜ୍ୟ ଶାଖା ସହାୟତାରେ ନିଖୋଜ ଶ୍ରୀମତୀ କଲ୍ୟାଣି ଛୁରିଆ ସରକାରୀ ମାନସିକ ଚିକିତ୍ସାଳୟ ବିଶାଖାପାଟଣାରୁ ପରିବାର ନିକଟକୁ ଫେରିଲେ ।

ଭୁବନେଶ୍ୱର, ତା.୧୧.୧୦.୨୦୧୭ – ୨୦୧୪ ମସିହାଠାରୁ ୩୫ ବର୍ଷୀୟା ଶ୍ରୀମତୀ କଲ୍ୟାଣି ଛୁରିଆ ଗ୍ରାମ ରସନ, ମାନେଶ୍ୱର, ଜିଲ୍ଲା- ସମ୍ବଲପୁରରୁ ମାନସିକ ଭାରସାମ୍ୟ ହରାଇ ନିଖୋଜ ହୋଇ ଯାଇଥିଲେ ।ପରବର୍ତ୍ତୀ ସମୟରେ ବିଶାଖାପାଟଣା ସି୍ଥତ ମାନସିକ ଚିକିତ୍ସାଳୟ ମନସ୍ତତ୍ତ୍ୱବିତ୍ ଡା.ଶ÷ଲଜା, ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର ଅବୈତନିକ ଯୁଗ୍ମ ସଚିବ ଡଃ ମେଜର କଳ୍ପନା ଦାସ୍ଙ୍କ ସହ ଯୋଗାଯୋଗ ସ୍ଥାପନ କରି କଲ୍ୟାଣି ଛୁରିଆଙ୍କୁ କିପରି ତାଙ୍କ ପରିବାର ନିକଟରେ ପହଞ୍ଚି ପାରିବ, ସେଥି ନିମନ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।ଏହା ପରେ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର ଫ୍ୟାମିଲ ନିୟୁଜ ସର୍ଭିସ (ୠବଜ୍ଞସକ୍ଷଚ୍ଚ ଘରଙ୍ଗଗ୍ଦ ଝରକ୍ସଙ୍ଖସମର) କାର୍ଯ୍ୟକ୍ରମ ମାଧ୍ୟମରେ ଡା.ଶ÷ଲଜା ଙ୍କ ସହିତ ସର୍ମ୍ପକ ସ୍ଥାପନ କରାଯାଇ ଶ୍ରୀମତୀ କଲ୍ୟାଣିଙ୍କୁ ତା. ୧୦.୧୦.୨୦୧୭ ରିଖରେ ବିଶାଖାପାଟଣାରୁ ରେଡ଼କ୍ରସ୍ର ଶ୍ରୀ ରଞନ କୁମାର ମହାନ୍ତି ଓ ପ୍ରତାପ ଚନ୍ଦ୍ର ମିଶ୍ର ଯୁବ ରେଡ଼କ୍ରସ୍ ପରାମର୍ଶଦାତାଙ୍କ ସହାୟତାରେ ଭୁବନେଶ୍ୱର ରେଡ଼କ୍ରସ୍ କାର୍ଯ୍ୟଳୟକୁ ଅଣାଯାଇ ତାଙ୍କ ଶ୍ୱଶୁର ଶ୍ରୀ କୃଷ୍ଣଚନ୍ଦ୍ର ଛୁରିଆ ଓ ଶ୍ରୀ ସଂଞ୍ଜୟ କୁମାର ଛୁରିଆଙ୍କ ଉପସ୍ଥିତିରେ ସମ୍ବଲପୁର ଜିଲ୍ଲା ରେଡ଼କ୍ରସ୍ ଶାଖା ସହାୟତାରେ ପରିବାର ସହ ଏକାଠି କରାଯାଇଛି ।ଏହି ପରିପ୍ରେକ୍ଷୀରେ ହଜିଯାଇଥିବା ନିଜର ସ୍ୱଜନଙ୍କ ପାଇଁ ରେଡ଼କ୍ରସ୍ ଫ୍ୟାମିଲ ନିୟୁଜ ସର୍ଭିସର ସହାୟତା ନେବା ନିମନ୍ତେ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ର ଅବୈତନିକ ସଚିବ ଡା.ଜ୍ଞାନବ୍ରତ ମହାନ୍ତି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar