Breaking News
Home / National / Letter to PM by MLA Dilip Roy on Bramhani river dispute

Letter to PM by MLA Dilip Roy on Bramhani river dispute

ବ୍ରାହ୍ମଣୀ ନଦୀ ପ୍ରସଙ୍ଗ ପ୍ରଧାନମନ୍ରୀ ଓଡ଼ିଶା ଓ ଝାଡ଼ଖଣ୍ଡ ମୁଖ¥ମନ୍ରୀ ବୈଠକ ଡାକିବାକୁ ଦିଲିପ ରାୟଙ୍କ ନିବେଦନ

ଭୁବନେଶ୍ବର, ୧୯ା୬: (ପ୍ରଶାନ୍ତ କୁମାର ଭୁୟାଁ )ମହାନଦୀ ଜଳ ବିବାଦକୁ ନେଇ ଏବେ ସବୁ ରାଜନୈତିକ ଦଳ ବ¥ସ୍ତ। ରାଜନୈତିକ ଦଳଗୁଡିକ ମଧ୍ଯରେ ଚାଲିଛି ଅଭିେଯାଗ ଓ ପ୍ରତିଅଭିେଯାଗ। ଛତିଶଗଡ଼ର ବ¥ାରେଜ େଯାଗୁଁ ମହାନଦୀ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଓଡ଼ିଶାରେ ସବୁ ଦଳରୁ ସ୍ବର ଉଠିଛି। କିନ୍ତୁ ଆଉ ଏକ ବଡ଼ ନଦୀ ବ୍ରାହ୍ମଣୀ ବିପଦର ସମ୍ମୁଖୀନ ହେବାକୁ ଯାଉଛି। ଝାଡ଼ଖଣ୍ଡ ସରକାରଙ୍କ ବ୍ରାହ୍ମଣୀ ଉପର ମୁଣ୍ଡରେ ନିର୍ମାଣ କାର୍ଯ¥ େଯାଗୁଁ ଓଡ଼ିଶାର ଅନେକ ଜିଲ୍ଲାରେ ଜଳ ସଂକଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତେଣୁ ମହାନଦୀ ପରି ନେଡିଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ରାଉରକେଲାର ଭାଜପା ବିଧାୟକ ଦିଲିପ ରାୟ। ପ୍ରଧାନମନ୍ରୀଙ୍କୁ ଲେଖିଥିବା ପତ୍ରରେ ସେ ଜଳ ବଣ୍ଟନ ଚୁକ୍ତି ଲାଗି ଦୁଇ ରାଜ¥ର ମୁଖ¥ମନ୍ରୀଙ୍କ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି।ଦିଲିପ ପ୍ରଧାନମନ୍ରୀଙ୍କୁ ଲେଖିଥିବା ପତ୍ରରେ ବ୍ରାହ୍ମଣୀ ସଂକଟ ବିଷୟରେ ବିଷଦ ଭାବେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଝାଡ଼ଖଣ୍ଡ ସରକାର ଗୁମଲାରେ ୨୦୦୮ ମସିହାରେ ଏକ ବ¥ାରେଜ ନିର୍ମାଣ କରିବା କାରଣରୁ ରାଉରକେଲା ଇସ୍ପାତ କାରଖାନାକୁ ପାଣି େଯାଗାଉଥିବା ମନ୍ଦିରା ଡ¥ାମର ଜଳ ପତ୍ତନ ହ୍ରାସ ପାଇଛି। ଏବେ ସେହି ସରକାର ଦକ୍ଷିଣ କୋଏଲ ନଦୀ ଉପରେ ୭୧୦ ମେଗାଓ୍ବାଟ ବିଦୁ¥ତ ଉପôାଦନ ପାଇଁ ଏକ ବନ୍ଧ ନିର୍ମାଣ କରୁଛନ୍ତି। ଏହା ଫଳରେ ବ୍ରାହ୍ମଣୀକୁ ଜଳ ପ୍ରବାହ ଆହୁରି ହ୍ରାସ ପାଇବ। ବ୍ରାହ୍ମଣୀ ନଦୀ ଉପରେ ଓଡ଼ିଶା କରିଥିବା ରେଙ୍ଗାଲି ଡ¥ାମ ଏବଂ ସମଲ ବ¥ାରେଜ ମଧ୍ଯ ବହୁ ଭାବେ ପ୍ରଭାବିତ ହେବ। ବ୍ରାହ୍ମଣୀରେ ଜଳ ସଂକଟ ସୃଷ୍ଟି ହେଲେ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲା ଭୀଷଣ ଭାବେ ପ୍ରଭାବିତ ହେବ ବୋଲି ଦିଲିପ ତାଙ୍କ ପତ୍ରରେ ଉଲ୍ଲେଖ କରିବା ସହ ଭିତରକନିକା ଅଭୟାରଣ¥ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି ଦର୍ଶାଇଛନ୍ତି। ଏଥିେଯାଗୁ ରାଉରକେଲା ଇସ୍ପାତ କାରଖାନା ସମେତ ବହୁ କଳ କାରଖାନା ବନ୍ଦ ହୋଇଯିବ ଏବଂ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଉକ୍ରଟ ପାନୀୟ ଜଳ ଓ କୃଷି ପାଇଁ ଜଳସେଚନ ସମସ୍ୟା ଉକ୍ରଟତର ହେବ ବୋଲି ଶ୍ରୀ ରାୟ ଆଶଙ୍କାବ୍ୟକ୍ତ କରିଛନ୍ତି। ବ୍ରାହ୍ମଣୀ ଉପର ମୁଣ୍ଡରେ ଝାଡ଼ଖଣ୍ଡର ସବୁ ପ୍ରକଳ୍ପ େଯାଗୁ ଓଡ଼ିଶାର ବ୍ୟାପକ କ୍ଷତି ହେଉଥିବାରୁ ଏ ସµର୍କରେ ପ୍ରଧାନମବୀ ଜନସାଧାରଣଙ୍କ ସାମୁହିକ ସ୍ବାର୍ଥକୁ ଆଖିଆଗରେ ରଖି ହସ୍ତକ୍ଷେପ କରନ୍ତୁ ଏବଂ ତୁରନ୍ତ ଦୁଇ ରାଜ¥ର ମୁଖ¥ମନ୍ରୀଙ୍କ ମଧ୍ଯରେ ବୈଠକ ଡାକିବା ସହ ବିବାଦର କିଭଳି ଆଶୁ ସମାଧାନ ହୋଇପାରିବ ତଥା ଜଳ ଆବଣ୍ଟନ ଫର୍ମୁଲା ଗୃହୀତ ହେବ ସେ ଦିଗରେ ବ¥କ୍ତିଗତ ଭାବେ ପ୍ରଧାନମନ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ଦିଲିପ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି।

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar