Breaking News
Home / Bhubaneswar / Press meet of BJP on Mahanadi issue

Press meet of BJP on Mahanadi issue

ଅଣ ମୌସୁମୀ ସମୟରେ ଛତିଶଗଡ ପଟୁ ମହାନଦୀରେ ପାଣିର ସ୍ରୋତ ପୂର୍ବବର୍ଷ ମାନଙ୍କ ଭଳି ପ୍ରବାହିତ ହେବା ଅତ୍ୟନ୍ତ ଜରୁରୀ : ବିଜେପି


ଭୁବନେଶ୍ବର, ୯ ଜୁନ ୨୦୧୭(ପ୍ରଶାନ୍ତ କୁମାର ଭୁୟାଁ) ମହାନଦୀ ଓଡିଶାର ଜୀବନ ରେଖା ା ଅଣ ମୌସୁମୀ ସମୟରେ ମହାନଦୀରେ ହୀରାକୁଦ ଜଳ ଭଣ୍ଡାରକୁ ଛତିଶଗଡ ପଟୁ ଆସୁଥିବା ପାଣିର ସ୍ରୋତ ପୂର୍ବବର୍ଷ ମାନଙ୍କ ଭଳି ପ୍ରବାହିତ ହେବା ଅତ୍ୟନ୍ତ ଜରୁରୀ ବୋଲି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ା ଖରା ଦିନେ ମହନଦୀରେ ଛତିଶଗଡ ଉପର ମୁଣ୍ଡରୁ େଯତିକି ପାଣି ପ୍ରବେଶ କରୁଛି ଛତିଶଗଡ ସେହି ପାଣିକୁ କଲମା ବ୍ୟାରେଜ ଗେଟ ଖୋଲି ଓଡିଶାକୁ ଛାଡିବା ପାଇଁ ବିଜେପି କେନ୍ଦ୍ର ଜଳ ସµଦ ମନ୍ରୀଙ୍କ ଠାରେ ଦାବି ଉପସ୍ଥାପନ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ାଓଡିଶାର ଚାଷୀ ଓ ଅର୍ଥନୀତିର ସ୍ବାର୍ଥ ପାଇଁ ମହାନଦୀର ଜଳ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ଓଡିଶା ବିଜେପି ମହାନଦୀ ବିବାଦ ଆରମ୍ଭ ହେବାର ପ୍ରଥମ ଦିନରୁ ବର୍ଷା ଦିନେ ଜଳ ପ୍ରବାହ ନେଇ ସମସ୍ୟା ନ ଥିବା ବେଳେ ଅଣ ମୌସୁମୀ ସମୟରେ ପାଣିର ପ୍ରବାହ େଯପରି ପ୍ରଭାବିତ ନ ହୁଏ ତାହା ନିଶ୍ଚିିତ କରିବା ପାଇଁ ମତ ରଖି ଆସିଛି ା ଆଜି ଦିନରେ ଜଳ ପ୍ରବାହ କମ ହେବାର ସୂଚନା ମିଳିବା ପରେ ବିଜେପି ତାର ପୁର୍ବ ମତରେ ଅଟଳ ରହିବା ସହ ମହାନଦୀରେ ଖରା ଦିନେ ପାଣି କିପରି ଆସିବ ସେଥି ପାଇଁ ଉଦ୍ୟମ ଜାରୀ ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ା ଛତିଶଗଡ ଉପର ମୁଣ୍ଡରେ ବନ୍ଧବାଡ ନିର୍ମାଣ ଦେଶର ନିୟମ କାନୁନ ଅନୁଯାୟୀ ହେବ ଓ କୌଣସି ରାଜ୍ୟ ଦେଶର ନିୟମର ଉଧ୍ର୍ବରେ ନୁହନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ାଶ୍ରୀ ମହାନ୍ତି କହିଛନ୍ତି େଯ ୧୭ ବର୍ଷର ନବୀନ ସରକାର ମହାନଦୀ ମାମଲାରେ ନିଜର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବା ପାଇଁ ପୁଣି ଆନ୍ଦୋଳନର ଡ୍ରାମା କରୁଛନ୍ତି ା ଦୀର୍ଘ ବର୍ଷରୁ ଛତିଶଗଡ ମହାନଦୀରେ ବନ୍ଧବାଡ ନିର୍ମାଣ କରିବା, ଅନେକ ବନ୍ଧବାଡ ନିର୍ମାଣ ସµର୍କରେ ସୂଚନା ବିଭିନ୍ନ ତାରିଖରେ ଓଡିଶା ସରକାରଙ୍କ ପାଖକୁ ଆସିବା, ପ୍ରଶାସନିକ ସ୍ତରରେ ଏହି ଚିଠିକୁ ନେଇ ବିଭିନ୍ନ ବିଭାଗ ମଧ୍ୟରେ ଚିଠି ପତ୍ର ଆଦାନ ପ୍ରଦାନ ଓ ବୈଠକ କରାଯିବା, ବିଧାନସଭାରେ ଏ ସµର୍କିତ ପ୍ରଶ୍ନରେ ଛତିଶଗଡ ବନ୍ଧବାଡ ନେଇ ଜଳ ସଂକଟ ନାହó ବୋଲି ରାଜ୍ୟ ସରକାର ବାର ମ୍ବାର ଲିଖିତ ଉତର ଦେଇଛନ୍ତି ା କେନ୍ଦ୍ର ସରକାରଙ୍କର ମଧ୍ୟସ୍ଥତାରେ ଦୁଇଟି ରାଜ୍ୟର କଥାବାର୍ତାର ପ୍ରାର ମ୍ଭିକ ସ୍ତରରେ ରାଜ୍ୟ ସରକାର ବାର୍ତାଳାପରୁ ଓହରି ଯାଇ କୋର୍ଟର ସହାୟତା ଲୋଡିଛନ୍ତି ା ଓଡିଶାର ସ୍ବାର୍ଥ ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କର ଯାହା ଦୃଷ୍ଟିଭଙ୍ଗୀ ରହିଛି ସେ ଅନୁସାରେ ସେ ପଦକ୍ଷେପ ନେବାରେ ଆପତି ନାହó ା କିନ୍ତୁ ୧୭ ବର୍ଷର ସ୍ଥାଣୁତା- ଅପାରଗତା କାରଣରୁ ଦଶ ବର୍ଷର କେନ୍ଦ୍ରରେ ୟୁପିଏ ସରକାର ସମୟରେ ଛତିଶଗଡର ବନ୍ଧବାଡ ନିର୍ମାଣ ପ୍ରକ୍ରିୟା ଚାଲିଥିବା ବେଳେ ନବୀନ ପଟ୍ଟନାୟକ କାହóକି ସୁଖ ନିଦ୍ରାରେ ଶୋଇଥିଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ା ଓଡିଶାର ସ୍ବାର୍ଥକୁ କ୍ଷତି ପହଂଚାଇବା ଭଳି କୌଣସି କାଯ୍ର୍ୟକୁ ବିଜେପି ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି।ଅଣମୌସୁମୀ ସମୟରେ ମହାନଦୀରେ ପ୍ରବେଶ କରୁଥିବା ପାଣିର ଓଡିଶାର ନ୍ୟାୟୋଚିତ ଭାଗ ଓଡିଶାକୁ ମିଳିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ବିଜେପି ଦୃଢ ପଦକ୍ଷେପ ମାଧ୍ୟମରେ ନିଶ୍ଚିିତ କରିବ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି ାଶ୍ରୀ ମହାନ୍ତି କହିଛନ୍ତି େଯ ଛତିଶଗଡର ତାଙ୍କ ରାଜ୍ୟରେ କେତେ ବନ୍ଧବାଡ ନିର୍ମାଣ କରିଛନ୍ତି ବିଜେଡି ତରଫରୁ ଲମ୍ବା ତାଲିକା କରି ଛତିଶଗଡ ସରକାରକୁ ସମାଲୋଚନା କରୁଛନ୍ତି ା ଓଡିଶା ସରକାର ଗତ ୧୭ ବର୍ଷରେ ମହାନଦୀ ତଳ ମୁଣ୍ଡରେ ଆହୁରି କିଛି ଜଳ ଭଣ୍ଡାର ନିର୍ମାଣ କରିଥାନ୍ତେ ସମୁଦ୍ରକୁ ଚାଲି ଯାଉଥିବା ମହାନଦୀର ୭୦ ଭାଗ ପାଣିକୁ ବର୍ଷା ଦିନେ ବାନ୍ଧି ଖରା ଦିନେ ଓଡିଆ ଚାଷୀର ଆବଶ୍ୟକତା ମେଂଟାଇ ପାରିଥାନ୍ତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ା େଯହେତୁ ଓଡିଶା ମହାନଦୀର ତଳ ମୁଣ୍ଡରେ ବନ୍ଧ ବାନ୍ଧିବାକୁ ବିଫଳ ହୋଇଛି ତେଣୁ ଓଡିଶାର ଚାଷୀ ମାନଙ୍କର ସ୍ବାର୍ଥ ପ୍ରଭାବିତ ହେଉଛି ା ଖରାଦିନେ ପାଣି ପାଇଁ ବିଜେପି ଲଢେଇ କରିବା ପାଇଁ ପ୍ରସ୍ତୁତ ଅଛି ା ମାତ୍ର ବର୍ଷା ଦିନେ ସମୁଦ୍ରକୁ ବହି ଯାଉଥିବା ପାଣିକୁ ରାଜ୍ୟ ସରକାର ବାନ୍ଧିବାରେ କାହóକି ବିଫଳ ହେଲେ ଓଡିଶାବାସୀଙ୍କୁ ନବୀନ ପଟ୍ଟନାୟକ ଉତର ଦେବାକୁ ସେ ଆହ୍ବାନ ଜଣାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ାରାଜ୍ୟ କାଯ୍ର୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ା

About surendrahota

Leave a Reply

%d bloggers like this:
Skip to toolbar