Breaking News
Home / Bhubaneswar / Press meet of BJD on Mahanadi issue

Press meet of BJD on Mahanadi issue

ମହାନଦୀକୁ ଶୁଷ୍କ କରିବାକୁ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଷଡ଼ଯନ୍ର ବିରୋଧରେ ଓଡ଼ିଶାର ୪ଟି ଜିଲାରେ ହରତାଳ

ଭୁବନେଶ୍ବର,୯/୬/୨୦୧୭: (ଦେବବ୍ରତ ମହାନ୍ତି) ଓଡ଼ିଶାର ସଂସ୍କୃତି ଓ ଅର୍ଥନୀତିରେ ମହାନଦୀର ଅବଦାନ ଓ ବିଶେଷତ୍ବ ସଂପର୍କରେ ପ୍ରତେ¥କ ଓଡ଼ିଆ ସଚେତନ। ମହାନଦୀ କେବଳ ନଦୀ ନୁହେଁ। ଏହା ଓଡ଼ିଆମାନଙ୍କ ଆବେଗର ସ୍ରୋତ, ଜୀବନ ଓ ଜୀବିକାର ସୂତ୍ର। ଏଣୁ ମହାନଦୀ ଉପରେ ଆକ୍ରମଣକୁ ଓଡ଼ିଆ ଜାତି ଉପରେ ଆକ୍ରମଣ ବୋଲି ବିବେଚନା କରାଯାଇପାରେ। ମହାନଦୀକୁ ନେଇ ଚାଲିଛି ଜଘନ¥ ଷଡ଼ଯନ୍ର। ପଡ଼ୋଶୀ ରାଜ¥ ଛତିଶଗଡ଼ର ଅପରିଣାମଦର୍ଶୀ ପଦକ୍ଷେପ ଓଡ଼ିଶା ପାଇଁ କାଳ ହୋଇଛି। ଓଡ଼ିଶା ମାଟିରେ ପ୍ରବାହିତ ମହାନଦୀକୁ ଶୁଖେଇବା ପାଇଁ ଛତିଶଗଡ଼ ତା’ର କାର୍ଯ¥କ୍ରମ ଜାରି ରଖôଛି। ସଂଘୀୟ ଗଣତାବିକ ବିଧି ବ¥ବସ୍ଥାର ଉଲଙ୍ଘନ କରି କେନ୍ଦ୍ର ସରକାର, ଛତିଶଗଡ଼କୁ ପରୋକ୍ଷ ଓ ପ୍ରତ¥କ୍ଷ ସହେଯାଗ କରିଛି। କେନ୍ଦ୍ରରେ ଶାସନ କରୁଥିବା ବିଜେପିର ରାଜ¥ ନେତୃତ୍ବମଣ୍ଡଳୀଙ୍କର ରାଜ¥ର ସ୍ବାର୍ଥ ବିରୋଧୀ ଅଭିମୁଖ¥ ଓଡ଼ିଶାବାସୀଙ୍କୁ ଗଭୀର ଭାବରେ ବ¥ଥିତ କରିଛି। ଛତିଶଗଡ଼ର ଷଡ଼ଯନ୍ର ଓ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ଜାଗ୍ରତ ପ୍ରହରୀ ବିଜୁ ଜନତା ଦଳ କ୍ରମାଗତ ଦୃଷ୍ଟି ଆକର୍ଷଣ କରିଚାଲିଛି। ସମସ୍ତ ଆଇନଗତ ଓ ବ¥ବସ୍ଥାଗତ ପ୍ରକ୍ରିୟାରେ ଓଡ଼ିଶା ତା’ର ହକକୁ ଉପସ୍ଥାପିତ କରିଆସୁଛି। ମହାନଦୀକୁ ନେଇ ବିଜେଡ଼ି ବ¥ାପକ ଜନ ସଚେତନତା ସୃଷ୍ଟି କରିବା ସହିତ ଜନ ଆନ୍ଦୋଳନ ଜାରି ରଖôଛି। ମାନ¥ବର ମୁଖ¥ମନ୍ରୀ ତଥା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସଂକଳ୍ପବଦ୍ଧ ଆଭିମୁଖ¥ ଓଡ଼ିଶାର ସ୍ବାର୍ଥର ସୁରକ୍ଷା ପାଇଁ ଶେଷ ରକ୍ତବିନ୍ଦୁ ପର୍ଯ¥ନ୍ତ ସଂଗ୍ରାମ ଜାରି ରଖିବା ପରିପ୍ରେକ୍ଷୀରେ ସଚେତନ ଓଡ଼ିଶାବାସୀଙ୍କର ଲଢ଼େଇ ଆହୁରି ଗତିଶୀଳ ହୋଇପାରିଛି। ବିଜୁ ଜନତା ଦଳର ଏହି ଲଢ଼େଇ ଜାରି ରହିବ ଓ ଆଗାମୀ ଦିନରେ ଏହାକୁ ଆହୁରି ବ¥ାପକ କରାଯିବ। ରାଜ¥ର ସ୍ବାର୍ଥ ବିରୋଧୀ ଶକ୍ତିମାନଙ୍କୁ ବରଦାସ୍ତ କରାଯିବ ନାହó ଓ ରାଜ¥ର ସ୍ବାର୍ଥ ସହ କଦାପି ସାଲିସ ¨ କରାଯିବ ନାହó ବୋଲି ଆଜି ବିଜୁ ଜନତା ଦଳ ରାଜ¥ କାର୍ଯ¥ାଳୟ ଠାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ¥, ବିଧାୟକ ତଥା ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଂସଦ ନଗେନ୍ଦ୍ର ପ୍ରଧାନ କହିଛନ୍ତି।ଛତିଶଗଡ଼ ସରକାର ସମସ୍ତ ନିୟମ କାନୁନକୁ ଉଲ୍ଲଂଘନ କରି ଓଡ଼ିଶାର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ମହାନଦୀର ପାଣିକୁ ନିଜ ରାଜ¥ ମଧ୍ଯରେ ବିଭିନ୍ନ ଉପାୟରେ ରୋକିଦେବା ପରେ ଓଡ଼ିଶାରେ ପାନୀୟ ଜଳ ସଂକଟ, ଜଳସେଚନ ଘୋର ବାଧାପ୍ରାପ୍ତ ହୋଇଛି। ସାଧାରଣ ଚାଷୀ ଓ ମତ୍ସ¥ଜୀବୀମାନେ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି। ଏ ସଂପର୍କରେ ରାଜ¥ ସରକାର ଛତିଶଗଡ଼ ସରକାର, କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମୁଖ¥ମବୀ ଶ୍ରୀ ନବୀନ ପଟ୍ଟନାୟକ ଖୋଦ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସଂର୍ପକରେ ହସ୍ତକ୍ଷେପ କରିବାକୁ ବାର ମ୍ବାର ନିବେଦନ କରିଥିଲେ ମଧ୍ଯ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କୌଣସି ଉଦ¥ମ ହେଲା ନାହó। ମହାନଦୀରେ ଜଳ ପ୍ରବାହିତ ନହେବା ଫଳରେ ଓଡ଼ିଶାର ଜନଜୀବନ ଘୋର ପ୍ରଭାବିତ ହୋଇଛି। ମହାନଦୀ ପ୍ରସଂଗରେ ଆପୋଷ ସମାଧାନ ଓଡ଼ିଶା ଚାହେଁ। କେନ୍ଦ୍ର ଜଳ ସଂପଦ ବିଭାଗ ଦ୍ବାରା ଦିଲ୍ଲୀ ଠାରେ ଆହୂତ ତ୍ରିପାକ୍ଷୀକ ବୈଠକରେ ଓଡ଼ିଶାର ମୁଖ¥ମନ୍ରୀ ଶ୍ରୀ ନବୀନ ପଟ୍ଟନାୟକ େଯାଗଦେଇ ମହାନଦୀ ପ୍ରସଂଗରେ ରାଜ¥ର ଦାବି ଉପସ୍ଥାପିତ କରିଥିଲେ। ସେ ଦର୍ଶାଇଥିଲେ େଯ ମହାନଦୀ ସମସ¥ାର ଚୂଡ଼ାନ୍ତ ସମାଧାନ ହେବା ପର୍ଯ¥ନ୍ତ ଛତିଶଗଡ଼ ସରକାରଙ୍କ ଦ୍ବାରା ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ଓ ବ¥ାରେଜ ବନ୍ଦ କରାଯାଉ। ମାତ୍ର କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହó କି ପ୍ରଧାନମନ୍ରୀ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କୌଣସି ପଦକ୍ଷେପ ଏ ପର୍ଯ¥ନ୍ତ ନେଲେ ନାହó। ଓଡ଼ିଶା ପ୍ରତି ଏଭଳି ଅବିଚାର ସୀମା ଲଙ୍ଘି ଯାଇଛି। ଓଡ଼ିଶାବାସୀ ଆଉ କେତେ ଦିନ ଏହା ବରଦାସ୍ତ କରିବେ? ଓଡ଼ିଆ ଜାତି ପ୍ରତି ଏହି ଅନ¥ାୟ ବିରୋଧରେ ସମଗ୍ର ରାଜ¥ରେ ପ୍ରବଳ ପ୍ରତିକ୍ରିୟା ଓ ପ୍ରତିରୋଧ ସୃଷ୍ଟି ହୋଇଛି। ବିଜୁ ଜନତା ଦଳ ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥର ପ୍ରହରୀ। ଓଡ଼ିଆ ଜାତିର ଏହି ଉଦବେଳନକୁ ଯଥାର୍ଥ ଭାବେ ଉପସ୍ଥାପିତ କରିବା ବିଜୁ ଜନତା ଦଳର କତ୍ର୍ତବ¥ ଅଟେ। ତେଣୁ ସାµ୍ରତିକ ପରିସ୍ଥିତିରେ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଏହି ଓଡ଼ିଶା ମାରଣ ନୀତି ବିରୋଧରେ ବିଜୁ ଜନତା ଦଳ ଓଡ଼ିଶାର ଜନସାଧାରଣଙ୍କ କ୍ରୋଧ ଓ ପ୍ରତିବାଦକୁ ପ୍ରତିଫଳନ କରିବା ପାଇଁ କୃତ୍ରିମ ଜଳସଂକଟ ଦ୍ବାରା ସିଧାସଳଖ ପ୍ରତିଘାତ ପାଉଥିବା ସ ମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଜିଲ୍ଲାରେ ଆସନ୍ତାକାଲି (୧୦/୬/୨୦୧୭) ସକାଳ ୬ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ¥ନ୍ତ ୪ଟି ଜିଲ୍ଲାରେ ଜିଲ୍ଲାବ¥ାପୀ ଶାନ୍ତିପୂର୍ଣ୍ଣ ହରତାଳ ପାଇଁ ଆହ୍ବାନ ଦେଇଛି। ଏହି ହରତାଳରେ ସମସ୍ତ ପ୍ରକାର ଅତ¥ାବଶ¥କ ସେବାକୁ ବାଦ ¨ ଦିଆଯାଇଛି। ଆଜି ଅପରାହ୍ଣ ୪ଟାରେ ସଂପୃକ୍ତ ଜିଲ୍ଲାରେ କେନ୍ଦ୍ର ଓ ଛତିଶଗଡ଼ର ଓଡ଼ିଶା ପ୍ରତି ଏହି ଅବିଚାର ବିରୋଧରେ ପଥାପ୍ରାନ୍ତ ସଭା, ବାଇକ ¨ ରାଲି ଓ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ପ୍ରତିବାଦ କାର୍ଯ¥କ୍ରମରେ ବହୁ ସଂଖ¥ାରେ ଅଂଶଗ୍ରହଣ କରିବାକୁ ସଂପୃକ୍ତ ଜିଲ୍ଳାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ପକ୍ଷରୁ ନିବେଦନ କରାଯାଇଛି।

About surendrahota

Leave a Reply

%d bloggers like this:
Skip to toolbar