Breaking News
Home / Bargarh / Mahanadi Water Dispute: History will repeat again in the political battle field Bargarh between BJP & BJD ?

Mahanadi Water Dispute: History will repeat again in the political battle field Bargarh between BJP & BJD ?

ମହାନଦୀ ପାଇଁ ମହାସମର

ଚାଷୀ ହତ¥ାକାରୀ ମଧ୍ଯପ୍ରଦେଶ ମୁଖ¥ମନ୍ରୀ ଶିବରାଜ ସିଂ ଚୌହାନଙ୍କୁ ବରଗଡ଼ ଜିଲାରେ ପୂରେଇ ଦିଆଯିବ ନାହó

ବରଗଡ଼,୯ ଜୁନ ୨୦୧୭ (ସୁରେନ୍ଦ୍ର କୁମାର ହୋତା)- ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ତିନି ବର୍ଷ ପୂରଣ ଅବସରରେ ବରଗଡ଼ ଜିଲାରେ ଆୟୋଜିତ ହେବାକୁ ଥିବା ‘ମୋଦି ଫେଷ୍ଟ’ରେ େଯାଗ ଦେବା ପାଇଁ ମଧ୍ଯପ୍ରଦେଶ ମୁଖ¥ମନ୍ରୀ ଶିବରାଜ ସିଂ ଚୌହାନ େଯାଗଦେବାର ଚଚ୍ର୍ଚା ହେଉଛି। ଓଡ଼ିଶାର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ରାଜ¥ର ପ୍ରଗତିରେ ବାଧା ସୃଷ୍ଟିକରି ଆସୁଥିବା ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ବିଜୁ ଜନତା ଦଳ ସ୍ବର ଉତ୍ତୋଳନ କରିବ ବୋଲି ଆଜି ବରଗଡ଼ ରୋୟାଲ ପେଲେସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ତୁଙ୍ଗ ନେତୃବର୍ଗ ସେମାନଙ୍କ ମନ୍ତବ¥ ରଖôବା ସହ ଚାଷୀ ହତ¥ାକାରୀ ମଧ୍ଯପ୍ରଦେଶ ମୁଖ¥ମନ୍ରୀ ଶିବରାଜ ଚୌହାନଙ୍କୁ ବରଗଡ଼ ଜିଲାରେ ପୂରେଇ ଦିଆଯିବନାହó ବୋଲି ସ୍ପଷ୍ଟ କରି ଦିଆଯାଇଛି। ଜିଲା ବିଜେଡ଼ି ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ¥ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରମ ନିଯୁକ୍ତି ଓ ରାଜ¥ ବୀମା େଯାଜନା ବିଭାଗର ମନ୍ରୀ ସୁଶାନ୍ତ ସିଂଙ୍କ ସମେତ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ¥, ଜିଲା ବତଜେଡ଼ି ଉପସଭାପତି ବିମଳ କିଶୋର ଦେବତା, ନଗର ବିଜେଡ଼ି ସଭାପତି କିଶୋର ମିଶ୍ର ଓ ଜିଲା ଯୁବ ବିଜେଡ଼ି ସଭାପତି ହିମାଂଶୁ ଦାଶ (ନୂଆବାବୁ) ମଞ୍ଚାସୀନ ଥିଲେ। ମହାନଦୀ ପ୍ରସଙ୍ଗ ନେଇ ୧୦ ତାରିଖ ପୂର୍ବାହ୍ନ ୬ ଟାରୁ ୧୦ ଟା ପର୍ଯ¥ନ୍ତ ବରଗଡ଼ ସମେତ ମହାନଦୀ ଅବବାହିକାରେ ଥିବା ଚାରୋଟି ଜିଲାରେ ୪ ଘଣ୍ଟିଆ ପ୍ରତୀକ ବନ୍ଦ ଡ଼ାକରା ଦିଆଯାଇଛି। ମହାନଦୀର ଉପରମୁଣ୍ଡରେ ଛତ¨ିଶଗଡ଼ ସରକାର ଶିଳ୍ପ ସଂସ୍ଥାକୁ ଜଳ େଯାଗାଣ ପାଇଁ ମହାନଦୀର ଉପର ମୁଣ୍ଡରେ ଦଶଟି ବ¥ାରେଜ ନିର୍ମାଣ କରି ମହାନଦୀର ଜଳକୁ ଅବରୋଧ କରୁଥିôବାରୁ ଏତଦ୍ବାରା ଓଡ଼ିଶାର ସ୍ବାର୍ଥହାନୀ ଘଟିବ ବୋଲି ପୂର୍ବରୁ ବିଜେଡ଼ି ଅଭିେଯାଗ କରିଆସିଥିଲା। ଏପରିକି ହୀରାକୁଦ ଜଳଭଣ୍ଡାର ସମେତ ମହାନଦୀର ତଳମୁଣ୍ଡରେ ଜଳାଭାବ ଦେଖାଯାଉଥିବାରୁ ମୁଖ¥ମନ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ ସରକାରଙ୍କୁ ଲିଖôତାକାରରେ ଅନୁରୋଧ କରିଥିଲେ। ମାତ୍ର ଛତିଶଗଡ଼ ମୁଖ¥ମନ୍ରୀ ରମଣ ସିଂ ତାହାକୁ ପ୍ରତ¥ାଖ¥ାନ କରିବା ସହ ଓଡ଼ିଶା ଚାହóଲେ ଜଳ ଆୟୋଗକୁ ଯାଇପାରେ ବୋଲି ତାଚ୍ଛଲ¥ କରିଥିବାରୁ ତହóର ପ୍ରତିବାଦରେ ବରଗଡ଼ ସମେତ ରାଜ¥ର ଚାରୋଟି ଜିଲାରେ ଏହି ପ୍ରତୀକ ବନ୍ଦ ଡ଼ାକରା ଦିଆଯାଇଛି ବୋଲି ଶ୍ରମ ଓ ନିଯୁକ୍ତି ମନ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି। ସେହିପରି ରାଜ¥ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ‘ମୋଦି ଫେଷ୍ଟ’ କାର୍ଯ¥କ୍ରମକୁ ସମାଲୋଚନା କରି କହିଥିଲେ େଯ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ରୀ ଭଳି ଆଚରଣ ପ୍ରଦର୍ଶନ ନ କରି କେବଳ ଏକ ନିଦ୍ଧିଷ୍ଟ ଦଳର ପ୍ରଧାନମନ୍ରୀ ଭଳି ମନୋଭାବ ପୋଷଣ କରୁଛନ୍ତି। ସେହିପରି ଭାରତୀୟ ଜାତୀୟ ପତାକା ଓ ସେଙ୍କତର ବ¥ବହାର ନେଇ ନିଦ୍ର୍ଧିଷ୍ଟ ନୀତି ନିୟମ ରହିଥିବା ସମୟରେ ଭାରତର ଜାତୀୟ ଚିହ୍ନ ଅଶୋକ ଚକ୍ରକୁ ‘ମୋଦିଫେଷ୍ଟ’ର ସେଙ୍କତରେ ବ¥ବହାର କରାଯାଉଛି। ଏହା ନଶ୍ଚିିତ ରୂପେ ଦୁର୍ଭାଗ¥ଜନକ ଓ ବୁଦ୍ଧିଜୀବୀ ମାନେ ଏ ପ୍ରସଙ୍ଗରେ ଚିନ୍ତନ କରିବାର ଆବଶ¥କତା ରହିଛି ବୋଲି ସେ କହିଥିଲେ। ସେହିପରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ¥ ଏହି ସାମ୍ବଦିକ ସମ୍ମିଳନୀରେ ଅଭିେଯାଗ କରିଥିଲେ େଯ ଭାରତୀୟ ଜନତା ପାର୍ଟି କୃଷି ଓ କୃଷକର ଉନ୍ନତି ପାଇଁ େଯଉଁ ସବୁ ପ୍ରତିଶୃତି ଦେଇଥିଲା ତହóରୁ ଓହରି ଯାଇଛି। ଧାନର ସହାୟକ ମୂଲ¥ବୃଦ୍ଧି ତ ହେଲା ନାହó ଓଲଟା ଧାନ ଉପରେ ରାଜ¥ ସରକାର ମାନେ ବୋନସ କିମ୍ବା ସବସିଡ଼ି ଦେଇ ପାରିବେ ନାହó ବୋଲି କଟକଣା ଜାରି କରିଦେଲେ। ନିଜେ କିଛି କରିବେ ନାହó କି ଅନ¥କୁ କିଛି କରିବାକୁ ମଧ୍ଯ ଦେବେ ନାହó। ଜିଏସଟି ଲାଗୁ ହେଲା ପରେ ଏବେ ସାର ଓ ଅନ¥ାନ¥ ସାମଗ୍ରୀର ଦର ବୃଦ୍ଧି ହେବ ବୋଲି ଜଣାପଡ଼ିଲାଣି। ଚାଷୀ ତାର ନ¥ାଯ¥ ଦାବି କଲେ ସେମାନ ଉପରେ ଗୁଳି ମାଡ଼ କରି ହତ¥ା କରାଯାଉଛି। ଭାଜପା ଶାସିତ ମଧ୍ଯପ୍ରଦେଶରେ ପାଞ୍ଚ ଜଣ ଚାଷୀଙ୍କୁ ଗୁଲିକରି ହତ¥ା କରାଯାଇଛି। ସେହି ଚାଷୀ ବିରୋଧି କୃଷକ ହତ¥ାକାରୀ ମଧ୍ଯପ୍ରଦେଶ ମୁଖ¥ମନ୍ରୀ ଶିବରାଜ ସିଂ ଚୌହାନ ମୋଦିଫେଷ୍ଟରେ େଯାଗ ଦେଇ ବିଜେପି ସରକାରର ତିନିବର୍ଷର ସଫଳତା ବଖାଣିବାକୁ ବରଗଡ଼ ଜିଲାକୁ ଆସିଲେ କୃଷକର ବଳ ବିଜେଡ଼ି ଦଳ ପକ୍ଷରୁ ତାହାକୁ ପ୍ରତିହତ କରାଯିବ ବୋଲି ବିଧାୟକ ଦେବେଶ ଆଚାର୍ଯ¥ କହିଛନ୍ତି।
ବରଗଡ଼ରେ ବିଜେପି-ବିଜେଡ଼ି କଳି
ବରଗଡ଼ରେ ବିଜେପି-ବିଜେଡ଼ି କଳି ଏକ ପୁରୁଣା କଥା। ଠିକ ବର୍ଷକ ପରେ ଏହି ଭଳି ଜୁନ ମାସରେ ମୋଦି ସରକାରଙ୍କ ଶାସନର ଦୁଇ ବର୍ଷ ପୂତ୍ର୍ତି ଉପଲକ୍ଷେ ସଫଳତାର ଗାଥା ବଖାଣିବାକୁ ଆସିଥିବା ସମୟରେ ତତ¨କାଳୀନ କେନ୍ଦ୍ର୍ରମନ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାରଙ୍କୁ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଜେଡ଼ି କର୍ମୀଙ୍କ ଢେଲାମାଡ଼ରେ କେନ୍ଦ୍ରମନ୍ରୀଙ୍କ ଗାଡ଼ିର କାଚ ଭାଙ୍ଗିଥିଲା ଏବଂ ଉଭୟ ପକ୍ଷର ଅନେକେ ଆହତ ହୋଇଥିଲେ। ଏହି ଘଟଣା ଠାରୁ ରାଜ¥ରେ ବିଜେପି- ବିଜେଡ଼ି ମଧ୍ଯରେ ରାଜନୈତିକ ବ¥ବଧାନ ବଢ଼ି ଚାଲିଛି।
ଇତିହାସର ପୁନରାବୃତ୍ତି !
ଇତିହାସର ପୁନରାବୃତ୍ତି ପରି ଏହି ବିବାଦର ଠିକ ଗୋଟିଏ ବର୍ଷ ଉପରାନ୍ତେ ବରଗଡ଼ ଠାରେ ପୁଣି ଥରେ ବିଜେପି ବିଜେଡ଼ି ବିବାଦର ପୁନରାବୃତ୍ତି ହେବାକୁ ଯାଉଛି। ପ୍ରସଙ୍ଗ ମଧ୍ଯ ସେହି ପୁରୁଣା । ସ୍ଥାନ ବି ସମାନ, ସମୟ ମଧ୍ଯ ସେହି ଜୁନ ମାସ। ସେ ସମୟରେ ଗଣ୍ଡଗୋଳକୁ ନିୟନ୍ରିତ କରି ପାରି ନଥିବା ଜିଲା ଆରକ୍ଷୀ ଅଧିକ୍ଷକ ଏବେ ବି ଅଛନ୍ତି। ଦେଖାଯାଉ ମହାନଦୀର ଜଳ ପରି ରାଜନୀତିର ଗତି କୁଆଡ଼େ?

About surendrahota

Leave a Reply

%d bloggers like this:
Skip to toolbar