Breaking News
Home / Bhubaneswar / Women are not safe in BJD government: BJP Mahila Morcha

Women are not safe in BJD government: BJP Mahila Morcha

ଗରୀବ ଓ ଦଳିତ ମହିଳାଙ୍କୁ ପ୍ରତାରିତ କରିଛନ୍ତି ମୁଖ୍ୟମନ୍ରୀ: ଭାଜପା ମହିଳା ମୋଚ୍ର୍ଚା

ଭୁବନେଶ୍ବର,୭ ଜୁନ ୨୦୧୭ (ଫ୍ରଶାନ୍ତ କୁମାର ଭୁୟାଁ) : ରାଜ୍ୟରେ ୧୭ ବର୍ଷର ନବୀନ ପଟ୍ଟନାୟକ ସରକାର ମହିଳା ମାନଙ୍କର ତ୍ରାଣକର୍ତା ବୋଲି ମିଛ ଡିଣ୍ଡିମ ପିଟୁଛି ା ମହିଳାମାନଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ସଂପୂର୍ଣ୍ଣ ବିଫଳ ହୋଇ ପ୍ରତାରିତ କରିଛନ୍ତି ାପୁରୀ ଜିଲ୍ଲାର ଦୁଇଟି ଓ ଯାଜପୁର ଜିଲ୍ଲାର ଜଣେ ମୋଟ ତିନିଟି ଦଳିତ ମହିଳାଙ୍କ ପ୍ରସଙ୍ଗ ଉତଥାପନ କରି ଗରୀବ ଓ ଅବହେଳିତ ମହିଳାମାନେ ଶାସକ ବିଜେଡି ଓ ସରକାରୀ ବ୍ୟବସ୍ଥା ଦ୍ବାରା କିପରି ସେମାନଙ୍କର ହକ୍ ଓ ସମ୍ମାନ ହରାଉଛନ୍ତି ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ମୋଚ୍ର୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦାବି କରିଛନ୍ତି ାପୁରୀ ଜିଲ୍ଲା ଗୋପୀନାଥପୁରର ବିଜୟଲକ୍ଷ୍ମୀ ମଲ୍ଲିକ ମହିଳା ସ୍ବୟଂସହାୟକା ଗୋଷ୍ଠୀର ମାଷ୍ଟର ବୁକ କିପର ଭାବେ କାର୍ଯ୍ୟ କରୁଥିଲେ ା ଗତ ପଂଚାୟତ ନିର୍ବାଚନରେ ସରକାରୀ ଦଳର ନେତା ମାନଙ୍କର କଥା ନ ମାନି ସରପଂଚ ନିର୍ବାଚନ ଲଢିବା କାରଣରୁ ଏସଏଚଜି ମହାସଂଘର ନୀତି ନିୟମକୁ ଭଙ୍ଗ କରି ମନୋମୁଖୀ ଭାବେ ତାଙ୍କୁ ଦାୟିତ୍ବରୁ ବାହାର କରି ଦିଆ ଯାଇଛି ା ବିଜେଡି ସମର୍ଥକ ସରପଂଚ ଲଢିଥିବା ମହିଳାମାନଙ୍କ ପାଇଁ ଗୋଟିଏ ନିୟମ ଓ ସରକାରୀ ଦଳର ଇଚ୍ଛା ବିରୁଦ୍ଧରେ ଗଲେ ଆଉ ଗୋଟି ନିୟମ ଏହାକୁ ନେଇ ଆପତି ଉଠାଇଛନ୍ତି ଶ୍ରୀମତୀ ପରିଡା ା ନବୀନ ସରକାର ରାଜ୍ୟର ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ନିଜ ଦଳ ନିୟନ୍ରଣରେ ରଖôବା ପାଇଁ ହୀନ ଚକ୍ରାନ୍ତ କରୁଛନ୍ତି ବୋଲି ଶ୍ରୀମତୀ ପରିଡା ଅଭିେଯାଗ କରିବା ସହ ବିଜୟଲକ୍ଷ୍ମୀ ମଲ୍ଲିକ ଦଳିତ ବର୍ଗର ହୋଇଥିବା କାରଣରୁ ତାଙ୍କୁ ଏପରି ଦଣ୍ଡ ମିଳିଲା କି ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି ା ସେହିପରି ପୁରୀ ଜିଲ୍ଲା ବ୍ରହ୍ମଗିରିର ରଂଜିତା ଗୋଛାୟତ ସ୍ଥାନୀୟ ପୁରୁଷ ଆଇଆଇସିଙ୍କ ଦ୍ବାରା ସର୍ବ ସାଧାରଣରେ ମାଡ ମାରିବା ଘଟଣା ଲୋକ ଲୋଚନକୁ ଆସିଛି ା ସଂପୃକ୍ତ ମହିଳାଙ୍କୁ ବିଜେପି ତରଫରୁ ରାଜ୍ୟ ମହିଳା କମିଶନଙ୍କ ସାମନାରେ ଉପସ୍ଥିତ କରାଯାଇ ସଂପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି ା ସଂପୃକ୍ତ ମହିଳା ଏସପି ଅଫିସ ସାମନାରେ ଧାରଣା ମଧ୍ୟ ଦେଇଛନ୍ତି ା ରାଜ୍ୟରେ ମହିଳା କମିଶନ ମହିଳାଙ୍କ ସ୍ବାର୍ଥ ରକ୍ଷା କରିବା ବଦଳରେ ସରକାରଙ୍କୁ ସୁରକ୍ଷା ଦେଲା ଭଳି ସ୍ଥିତି ତିଆରି ହୋଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି ା ଜିଲ୍ଲା ଏସପି ଏବଂ ପୋଲିସର ଉଚ୍ଚ ଅଧିକାରୀ ଓ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମବୀ ଘଟଣାର ଗୁରୁତ୍ବକୁ ଚପାଇ ଦେବାର କାରଣ ସଂପୃକ୍ତ ମହିଳା ଦଳିତ ଓ ଗରୀବ ବର୍ଗର କି ବୋଲି ଶ୍ରୀମତୀ ପ୍ରଶ୍ନ କରିଛନ୍ତି ା ସେହିପରି ଯାଜପୁର ଜିଲ୍ଲାର ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲ୍ଲିକଙ୍କୁ ଜିଲ୍ଲା ପରିଷଦ ବୈଠକରେ ଶାସକ ଦଳର ସଦସ୍ୟ ମାନେ ଜୋର ଜବରଦସ୍ତି କୁହାଇ ନ ଦେବାର ସୋସିଆଲ ମିଡିଆରେ ପ୍ରଚାରିତ ଭିଡିଓକୁ ଗଣମାଧ୍ୟମ ସାମନାରେ ପ୍ରସ୍ତୁତ କରିଛନ୍ତି ଶ୍ରୀମତୀ ପରିଡା ା ସେ କହିଛନ୍ତି େଯ ଜଣେ ଦଳିତ ମହିଳା ଜନ ପ୍ରତିନିଧିଙ୍କୁ ସଂଖ୍ୟା ଗରିଷ୍ଠତାର ଅହଂକାରରେ କୁହାଇ ନ ଦେବା ବିଜେଡିର ନୀତି କି ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି ା ଶ୍ରୀମତୀ ପରିଡା କହିଛନ୍ତି େଯ ମୁଖ୍ୟମନ୍ରୀ ମହିଳା ସମ୍ମାନର ମିଛ ଡିଣ୍ଡିମ ପିଟୁଛନ୍ତି ା ଓଢଣୀ କାଢିବା ଠାରୁ ଦଳିତ ମହିଳାଙ୍କୁ ଅପମାନର କାହାଣୀ ଓଡିଶାର ମହିଳା ଜାତିକୁ ଅପମାନ ା ଏହି ପ୍ରସଙ୍ଗରେ ମହିଳା ମୋର୍ଚା ମୁଖ୍ୟମବୀଙ୍କ ମହିଳା ବିରୋଧୀ ମୁଖା ଖୋଲିବାକୁ ଆନ୍ଦୋଳନ କରିବା ପାଇଁ ବିଧିବଦ୍ଧ େଯାଜନା ପ୍ରସ୍ତୁତ କରିଛି ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ାସେହିପରି ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପରିଚାଳିତ କେନ୍ଦ୍ର ସରକାରର ୩ ବର୍ଷ ପୁର୍ତି ଅବସରରେ ବିଭିନ୍ନ ମହିଳାକଲ୍ୟାଣ େଯାଜନା ସଂପର୍କରେ ରାଜ୍ୟର ୧୦୦ଟି ସ୍ଥାନରେ ସଭାମାନ ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯିବାର କାଯ୍ର୍ୟକ୍ରମ ସ୍ଥିର ହୋଇଛି ବୋଲି ଶ୍ରୀମତୀ ପରିଡା ସୁଚନା ଦେଇଛନ୍ତି ା

About surendrahota

Leave a Reply

%d bloggers like this:
Skip to toolbar