Breaking News
Home / Bhubaneswar / Workshop of Indian Recross society

Workshop of Indian Recross society

ଭାରତୀୟ ରେଡ଼କ୍ରସ୍ ସୋସାଇଟି,ଓଡିଶା ରାଜ୍ୟ ଶାଖା ତାଲିମ ଶିବିର 

ଭୁବନେଶ୍ବର, ୭ଜୁନ ୨୦୧୭ (ଦେବବ୍ରତ ମହାନ୍ତି) ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ବିପଯ୍ର୍ୟୟ ପରିଚାଳନା ବିଭାଗ ଦ୍ବାରା ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ରେଡ଼କ୍ରସ୍ ଶାଖାକୁ ସୁଦୃଢ କରିବା ଏବଂ ସାମାଜିକ ଜରୁରୀ କାଳୀନ ସହାୟତା ପ୍ରଦାନକାରୀ ସ୍ବେଚ୍ଛାସେବୀ ସୃଷ୍ଟି କରିବା ନିମନ୍ତେ ଏକ ଚାରିି ଦିନିଆ ତାଲିମ ଶିବିର ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ବର ଠାରେ ଆୟୋଜନ କରାଯାଇଅଛି। ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଜାତୀୟ ଶାଖା, ନୂଆଦିଲ୍ଲୀଙ୍କ ସହାୟତାରେ ଓଡିଶାରେ ଏହି ପ୍ରକାର କାଯ୍ର୍ୟକ୍ରମକୁ ଆରମ୍ଭ କରାଯାଇଅଛି। ବିପଯ୍ର୍ୟୟ ସମୟରେ ଏବଂ ସ୍ବାସ୍ଥ୍ୟ ଜନିତ ସମସ୍ୟା ସମୟରେ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପ୍ରଦାନ ବିଷୟରେ ରେଡ଼କ୍ରସ୍ର ସ୍ବେଚ୍ଛାସେବୀ ଓ ଗୋଷ୍ଠୀ ମାନଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଜରୁରୀ କାଳୀନ ସହାୟତା  ପ୍ରଦାନକାରି ଦଳ ଗଠନ କରିବା ହେଉଛି ଏହି କାଯ୍ର୍ୟକ୍ରମର ମୁଳ ଉଦ୍ଧେଶ୍ୟ।ଏତଦ୍ ବ୍ୟତିତ ଏହି ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ମାନେ ସାଧାରଣ ସମୟରେ ଜିଲ୍ଲାର ବିକାଶମୁଖୀ କାଯ୍ର୍ୟକ୍ରମରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିବେ। ଉକ୍ତ କାଯ୍ର୍ୟକ୍ରମରେ ଖୋର୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରୁ ୫୦ ରୁ ଅଧିକ ସ୍ବେଚ୍ଛାସେବୀ ମାନେ ଅଂଶ ଗ୍ରହଣ କରିଥିଲେ ା ଏହି ତାଲିମ କାଯ୍ର୍ୟକ୍ରମକୁ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ା. ଜ୍ଞାନବ୍ରତ ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହିକାଯ୍ର୍ୟକ୍ରମର ଆଭିମୁଖ୍ୟ ସµର୍କରେ ଆଲୋକପାତ କରିବା ସହ ଉସôବରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।, ଖୋର୍ଧା ଜିଲ୍ଲା ରେଡ଼କ୍ରସ୍ ଶାଖାର ସଚିବ ଲିପିକା ଦାସ ଏବଂ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସଚିବ ମେଜର ଡଃ କଳ୍ପନା ଦାସ ଅନ୍ୟତମ ଅତିଥି ଭାବେ େଯାଗଦେଇ ଅଂଶଗ୍ରହଣ କରିଥିବା ସ୍ବେଚ୍ଛାସେବୀ ମାନଙ୍କୁ ଉସôାହିତ କରିଥିଲେ ା ଉକ୍ତ ଚାରିି ଦିବସୀୟ ତାଲିମ କାଯ୍ର୍ୟକ୍ରମରେ ରେଡ଼କ୍ରସ୍ର ଚିହ୍ନ, ବିଭିନ୍ନ ପ୍ରକାରର ବିପଯ୍ର୍ୟୟ, ପ୍ରଥମ ଡାକ୍ତରୀ ସହାୟତା, ପ୍ରାଥମିକ ଚିକିସôା, ଆଘାତ  ପ୍ରାପ୍ତ ବ୍ୟକ୍ତିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ, ଜରୁରୀ କାଳୀନ ପରିସ୍ଥିତିରେ ଜଳ ଓ ପରିମଳ ବ୍ୟବସ୍ଥା, ଖାଦ୍ୟ ନିରାପ?ା, ନିଖୋଜ ବ୍ୟକ୍ତିକୁ ତାର ପରିବାର ସହିତ ସµର୍କ ସ୍ଥାପନ ଏବଂ ଶବ ସଂସ୍କାର ଆଦି ବିଷୟରେ ତାଲିମ ପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ କରାଯାଂଥିଲା ଏହି ୪ ଦିବସୀୟ କାଯ୍ର୍ୟକ୍ରମକୁ ବିପଯ୍ର୍ୟୟ ପରିଚାଳନା ବିଭାଗର ସଂେଯାଜକ ଶୀ୍ର ବିଜୟ କୁମାର ମହାପାତ୍ର ପରିଚାଳନା କରିଥିଲେ ା

About surendrahota

Leave a Reply

%d bloggers like this:
Skip to toolbar