Breaking News
Home / Bhubaneswar / Joint press conference of VHP & Hindu Mahasangha at Bhubaneswar

Joint press conference of VHP & Hindu Mahasangha at Bhubaneswar

ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ବିଧି ବ୍ୟବସ୍ଥାରେ ହେଉ ଭକ୍ତ ସମାଜକୁ ଶୃଙ୍ଖଳିତ ଦର୍ଶନର ସୁବ୍ୟବସ୍ଥା କରାଯାଉ

Bhubaneswar ,6th June 2017:: Joint press conference of Viswa Hindu Parisad & Hindu Mahasangha at Buddha Mandir Bhubaneswar:: Photo Biswaranjan Mishra

ଭୁବନେଶ୍ବର, ୬ ଜୁନ ୨୦୧୭: (ପ୍ରଶାନ୍ତ କୁମାର ଭୁୟାଁ)-ଦେଶର ସମସ୍ତ ମନ୍ଦିରରେ ବିଧି ବ୍ୟବସ୍ଥା ଅନୁଯାୟୀ ବୈଦିକ ପୂଜା ପଦ୍ଧତି ଅନୁସୃତ ହେଉଥିବା ବେଳେ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥାଯାତ୍ରା ପୂର୍ବରୁ ଗଣମାଧ୍ଯମରେ ସେବକ ଓ ପ୍ରଶାସନ ମଧ୍ଯରେ େଯଉଁ ପ୍ରକାର ଆକ୍ଷେପ ପ୍ରତି ଆକ୍ଷେପ ·ଲୁଛି, ଏହା ସାଧାରଣ ଶ୍ରୀଜଗନ୍ନାଥ ଭକ୍ତ ସମାଜକୁ ଯଥେଷ୍ଟ ବାଧୁଛି ବୋଲି ଆଜି ଭୁବନେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ହିନ୍ଦୁ ସଂଗଠନ ଓ ବୁଦ୍ଧିଜୀବୀମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।ବୁଦ୍ଧମନ୍ଦିରଠାରେ ଆୟୋଜିତ ଏକ ମିିଳିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ବହିନ୍ଦୁ ପରିଷଦ, ଓଡ଼ିଶାର କାର୍ଯ୍ୟକାରୀ ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ କହିଲେ େଯ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ରେକର୍ଡ଼ ଅଫ୍ ରାଇଟ୍ରେ ସ୍ପଷ୍ଟ ଉଲ୍ଲେଖ ଅଛି, ସµୂର୍ଣ୍ଣ ବୈଦିକ ମତେ ଜଳ ପୂଜା ହେବ ଓ ପୂଜାପଣ୍ଡା ହó ଜଳଲାଗି କରାଇବେ। ଏଣୁ ବୈଦୁ୍ୟତିକ ଗଣମାଧ୍ଯମରେ ବିଶ୍ବବାସୀ ତଥା ବଡ଼ଦାଣ୍ଡରେ ଉପସ୍ଥିତ ଜଗନ୍ନାଥ ଭକ୍ତ ସମାଜର ଶୃଙ୍ଖଳିତ ଦର୍ଶନ ପାଇଁ େଯଉଁ ପାଳିଆ ସେବକମାନଙ୍କର ସେବା ଅଛି ସେମାନେ କେବଳ ସେବା କାର୍ଯ୍ୟ କରିବାକୁ ହିନ୍ଦୁ ସଂଗଠନମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ସେବା ନଥିବା ସେବକମାନେ ସ୍ନାନ ମଣ୍ଡପରେ ରହିଲେ ଅଯଥା ବିଶୃଙ୍ଖଳା ସୃଷ୍ଟି ହେବ। ଏଣୁ ଶ୍ରୀମନ୍ଦିର ବ୍ୟବସ୍ଥାବଳିକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ଓ ଶ୍ରୀବିଗ୍ରହମାନଙ୍କୁ ଜଳଲାଗି ବେଳେ ଶୃଙ୍ଖଳାର ସହ କାର୍ଯ୍ୟ ସµାଦନ କରାଯାଉ, ଯାହା ହେଲେ ବୈଦିକ ପୂଜା ପଦ୍ଧତି ଠିକଣା ଭାବେ ପାଳନ ହେବ ଓ ଅଗଣିତ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ସୁନ୍ଦର ଭାବେ ଶ୍ରୀବିଗ୍ରହମାନଙ୍କର ସ୍ନାନଯାତ୍ରା ଦର୍ଶନ କରିବେ।ଦ୍ବିତୀୟ ବିଷୟଟି ହେଉଛି ସ୍ନାନ ଜଳ ନେବା ପାଇଁ ସେବକମାନେ ଗରା, ମାଠିଆ, ପ୍ଲାଷ୍ଟିକ ଜରି ଓ ଟିଫିନ କ୍ୟାରିଅର ଦେଖାଇବାକୁ ଭକ୍ତସମାଜକୁ ତଥା ବୈଦୁ୍ୟତିକ ଗଣମାଧ୍ଯମରେ ଦର୍ଶକମାନଙ୍କୁ ଅତ୍ୟନ୍ତ ଦୃଶ୍ୟକଟକୁ ହେଉଛି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ନିଜ ପକ୍ଷରୁ ସ୍ନାନ ଜଳ ସଂଗ୍ରହ କରନ୍ତୁ ଓ ସବକମାନଙ୍କ ଭିତରେ ସମ ପରିମାଣରେ ବା ିବା ବ୍ୟବସ୍ଥା କରନ୍ତୁ। ସେ ଆହୁରି କହିଛନ୍ତି େଯ, ସ୍ନାନ ମଣ୍ଡପରେ ଶ୍ରୀ ବିଗ୍ରହମାନଙ୍କ ପାଖରେ ଆବଶ୍ୟକତା ନଥାଇ କୌଣସି ସେବକଙ୍କ ବସିବା ଓ ଶ୍ରୀଭୂଜକୁ ଧରି ଠିଆ ହେବା ଓ ସ୍ନାନମଣ୍ଡପ ପ୍ରଭା ଉପରେ ବସିବାକୁ କଡ଼ାକଡ଼ି ଭାବେ ବାରଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ତଥା ସେବକମାନଙ୍କୁ ହିନ୍ଦୁ ସଂଗଠନ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ସର୍ବୋପରି ସରକାର ଶ୍ରୀମନ୍ଦିରର ପ୍ରଶାସନିକ ବ୍ୟବସ୍ଥାରୁ ଦୂରେଇ ରହିବା ଆଦୌ ଠିକ୍ ନୁହେଁ। ସରକାର ସ୍ନାନଯାତ୍ରାର ସମସ୍ତ କାର୍ଯ୍ୟକୁ ନିଜଆଡୁ ତନଖô କରିବାକୁ ହିନ୍ଦୁ ସଂଗଠନମାନେ ଦାବୀ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ହିନ୍ଦୁ ପରିଷଦ, ଆନ୍ତର୍ଜାତିକ ହିନ୍ଦୁ ମହାସଂଘ ପକ୍ଷରୁ ପତଞ୍ଜଳି େଯାଗ ପୀଠ ପକ୍ଷରୁ ସୁଧାଂଶୁ ଅଧିକାରୀ, ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍ ପକ୍ଷରୁ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଓଡ଼ିଶା ବୁଦ୍ଧିଜୀବୀ ମ ପକ୍ଷରୁ ଡଃ ବିମଳେନ୍ଦୁ ମହାନ୍ତି, ଡଃ ସୌରିନ୍ଦ୍ର ମହାପାତ୍ର, ଶ୍ରୀଜଗନ୍ନାଥ ଗବେଷକ ଅସୀତ ମହାନ୍ତି, ଶ୍ରୀଜଗନ୍ନାଥ ଚେତନା ପକ୍ଷରୁ ଡଃ ସଦାନନ୍ଦ ଦୀକ୍ଷିତ, ଡଃ ସୁରେନ୍ଦ୍ର ନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ

About surendrahota

Leave a Reply

%d bloggers like this:
Skip to toolbar