Breaking News
Home / Bhubaneswar / Youth Congress demanded arrest of BJP leader Sashi Bhusan Sahu

Youth Congress demanded arrest of BJP leader Sashi Bhusan Sahu

ବିଜେପି ନେତା ଶଶିଭୂଷଣ ସାହୁଙ୍କ ଗିରଫ ଦାବିକଲା ଯୁବ କଂଗ୍ରେସ

ଭୁବନେଶ୍ବର,୫ ଜୁନ ୨୦୧୭: (ଦେବବ୍ରତ ମହାନ୍ତି) ବିଜେପି ଦଳ ନେତୃତ୍ବ ପାଇଁ ସ୍ବଚ୍ଛତା ଓ ଉତ୍ତମ ବ୍ୟକ୍ତିତ୍ବର ଆବଶ୍ୟକତା ଉପରେ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ବିଜେପି ଦଳରେ ଅସମାଜିକ ନେତା ରହିଛନ୍ତି। ଶିମୁଳିଆର ବିଜେପି ନେତା ତଥା ବିଧାନସଭା ନିର୍ବାଚନରେ ବିଜେପିର ସିମୁଳିଆ ବିଧାୟକ ପ୍ରାର୍ଥୀ ଶଶିଭୂଷଣ ସାହୁଙ୍କ କଳା ସାମ୍ରାଜ୍ୟର କାହାଣୀ ଏବେ ବିଭିନ୍ନ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଛି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଂପାଦକ ଶ୍ରୀ ନିଳମାଧବ ପଣ୍ଡା କହିଛନ୍ତି। ୧୯୮୦ ମସିହାରେ କଂଗ୍ରେସ ସରକାର କ୍ଷମତାସୀନ ହେବାପରେ ଭୂମିହୀନମାନଙ୍କୁ ଜମି ପ୍ରଦାନ ବ୍ୟବସ୍ଥା କରିଥିଲେ। ଏହି ସୂତ୍ରରେ ଭୁବନେଶ୍ବର ସନ୍ନିକଟ ମେ‹ାଶାଳ ଗ୍ରାମ ପାଖରେ ଗଙ୍ଗାପାଟଣାରେ ଦଳିତ ଓ ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ଜମି େଯାଗାଇ ଦିଆଯାଇଥିଲା। ଭୁବନେଶ୍ବରର ପ୍ରସାରଣକୁ ଦୃଷ୍ଟିରେ ରଖô ଏହି ଲିଜ୍କୁ ବାତିଲ କରାଯାଇଥିଲା ହେଲେ ଶଶି ସାହୁ ବିଜେଡ଼ି ସରକାରର ସହାୟତାରେ ଏବଂ ସ୍ଥାନୀୟ ବିଜେଡି ନେତାଙ୍କ ସହେଯାଗରେ ଚଞ୍ଚକତା କରି ଏହି ଜମିକୁ ହାତେଇଥିଲେ। ସ୍ଥାନୀୟ ରାଜସ୍ବ ନରିକ୍ଷରକଙ୍କ କାର୍ଯ୍ୟାଳୟରେ ଏହି ଜମି ହସ୍ତାନ୍ତର ପାଇଁ ବ୍ୟାପକ ଅନିୟମିତତାର ପନ୍ଥା ଅବଲମ୍ବନ କରାଯାଇଛି। ଶଶି ସାହୁ ଅର୍ଥବଳରେ ସରକାରୀ କଳର ମୁଁହ ବନ୍ଦକରିବାକୁ ସମର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଶିଶିସାହୁ କେଉଁଝର ଜିଲାର ଠାକୁରମୁଣ୍ଡା ଅଞ୍ଚଳରୁ ଜନୈକ ଆଦିବାସୀ ନାବାଳକକୁ ଆଣି ସେହି ଜମିରେ ବଳି ଦେବାର ଅଭିେଯାଗ ହୋଇଛି ଏବଂ ସମ୍ବାଦପତ୍ର “ବଜ୍ରକୀଳା” ଏବଂ “କଳିଙ୍ଗ ଖବର”ରେ ମଧ୍ଯ ଏ ଖବର ପ୍ରକାଶିତ ହୋଇଛି। ବଳିଦେବାର ଉଦ୍ଧେଶ୍ୟ ହେଲା ଅନ୍ଧବିଶ୍ବାସରେ ପଡ଼ି ବିଧାନସଭା ନିର୍ବଚନରେ ଟିକେଟ ହାସଲ କରିବା। ବଳି ପଡ଼ିଥିବା ନାବାଳକ ସ୍କୁଟି ଧକ୍କାରେ ମରିଛି ବୋଲି ମିଛରେ ଦର୍ଶାଯାଇଛି। ଚନ୍ଦକା ଥାନାରେ ଏ ସଂପର୍କରେ ଏକ ଏତଲା ଦରଜ ହୋଇଥିଲା। ମାତ୍ର ଚନ୍ଦକା ଥାନାକୁ ଶଶି ସାହୁ ଆପ୍ୟାୟିତ କରି ଘଟଣାକୁ ଚପାଇ ଦେବାକୁ ସମର୍ଥ ହୋଇଛନ୍ତି। ପୋଷ୍ଟମର୍ଟମର ରିପୋର୍ଟକୁ ମଧ୍ଯ ପ୍ରଭାବିତ କରାଯାଇଛି ବୋଲି ଅଭିେଯାଗ ହୋଇଛି।ପ୍ରଦେଶ ଯୁବ କଂଗ୍ରେସ ସଂପାଦକ ଶ୍ରୀ ପଣ୍ଡା କହିଛନ୍ତି େଯ ଘଟଣାର ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ। ଅନ୍ଧବିଶ୍ବାସର ବଶର୍ବ ୀହୋଇ ସଂµୃକ୍ତ ବିଜେପି ନେତା କେତେ ଘୃଣ୍ୟ କାର୍ଯ୍ୟକରିପାରନ୍ତି ତାହା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଅନ୍ୟପକ୍ଷରେ ଶଶି ସାହୁ ଚିଟ୍ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଏବଂ ସେ ସିବିଆଇ ତଦନ୍ତର ସମ୍ମୁଖôନ ହୋଇଛନ୍ତି। ସାଧାରଣ ଜନତାଙ୍କର ଚିଟଫଣ୍ଡରେ ଜମା ଅର୍ଥରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଏଭଳି ଏକ ଭ୍ରଷ୍ଟା·ରୀ ଲୋକଙ୍କୁ ବିଜେପି ସିମୁଳିଆରେ ନେତୃତ୍ବଦେବା ଏକ ଲଜ୍ଜାକର ଘଟଣା। ବତ୍ର୍ତମାନ ଶଶି ସାହୁଙ୍କ ବିରୁଦ୍ଧରେ ହୋଇଥିବା ସିବିଆଇ ତଦନ୍ତ କ’ଣ ପାଇଁ ଚାପି ଦିଆଯାଇଛି ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗଙ୍ଗାପାଟଣା ଜମିରେ ହୋଇଥିବା ନରବଳି, ଆଦିବାସୀ / ଦଳିତଙ୍କ ଜମିହଡ଼ପ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଶଶି ସାହୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଗିରଫ କରିବାକୁ ଶ୍ରୀ ପଣ୍ଡା ଦାବି ଜଣାଇଛନ୍ତି। ଶଶି ସାହୁଙ୍କ ଭଳି ଜଣେ ଅସମାଜିକ ବ୍ୟକ୍ତିଙ୍କୁ ସିମୁଳିଆରେ ବିଜେପି ଦଳ ବିଧାୟକ ପ୍ରାର୍ଥୀକରି ଥିବାରୁ ବିଜେପିର ସ୍ବଚ୍ଛତା ଉପରେ ସାଧାରଣ ଜନତା ପ୍ରଶ୍ନ କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଗଙ୍ଗାପାଟଣାର ଆଦିବାସୀ ଓ ଦଳିତ ଲୋକଙ୍କର ଜମି ଫେରସ୍ତ ସହ ଶଶୀ ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରଦେଶ ଯୁବକଂଗ୍ରେସ ସଭାପତି ଶ୍ରୀ ମହାରଥି କହିଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar