Breaking News
Home / Bhubaneswar / Training & workshop of BiJu Chatra Janata Dal

Training & workshop of BiJu Chatra Janata Dal

ବିଜୁ ଛାତ୍ର ଜନତା ଦଳର ପ୍ରଶିକ୍ଷଣ ଶିବିର :ଛାତ୍ରମାନେ ମା’ମାଟି ଓ ସମାଜ ପାଇଁ ସମୟ ଦେବା ଦରକାର: ନବୀନ ପଟ୍ଟନାୟକ

Bhubaneswar.5th June 2017: Meeting of Biju Chhatra Janta Dala at Hotel crown Bhubaneswar : Photo: Biswaranjan Mishra

ଭୁବନେଶ୍ବର,୫ ଜୁନ ୨୦୧୭: (ଦେବବ୍ରତ ମହାନ୍ତି)  ବିଜୁ ଛାତ୍ର ଜନତା ଦଳର ରାଜ¥ କାର୍ଯ¥କାରିଣୀ ଓ ପ୍ରଶିକ୍ଷଣ ଶିବିର ଆଜି ଭୁବନେଶ୍ବରସ୍ଥିତ ହୋଟେଲ କ୍ରାଉନ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ¥କାରିଣୀ ଓ ପ୍ରଶିକ୍ଷଣ ଶିବିରର ପ୍ରଥମ ପର୍ଯ¥ାୟ ଦିନ ୧୦ଟାରୁ ମଧ୍ଯାହ୍ନ ୧.୩୦ ପର୍ଯ¥ନ୍ତ ଓ ଦ୍ବିତୀୟ ପର୍ଯ¥ାୟ ୨.୩୦ ମିନିଟରେ ଆରମ୍ଭ ହୋଇ ସନ୍ଧ¥ା ୬ ଘଟିକା ପର୍ଯ¥ନ୍ତ ଚାଲିଥିଲା। ପ୍ରଥମ ପର୍ଯ¥ାୟରେ ୧୨ଟି ବିଷୟରେ ପ୍ରଶିକ୍ଷିତ କରାଯାଇଥିଲା। ଯଥା- ସ୍ବାଧୀନତା ଆନ୍ଦୋଳନରେ ଛାତ୍ର ରାଜନୀତି, ସ୍ବାଧୀନତା ଆନ୍ଦୋଳନ ପରଠାରୁ ଜରୁରୀକାଳୀନ ପରିସ୍ଥିତି ପର୍ଯ¥ନ୍ତ ଛାତ୍ର ରାଜନୀତିର ଭୂମିକା, ୧୯୭୭ରୁ ୨୦୦୦ ମସିହା ପର୍ଯ¥ନ୍ତ ଛାତ୍ର ରାଜନୀତି, ୨୦୦୦ରୁ ୨୦୧୭ ମସିହା ପର୍ଯ¥ନ୍ତ ଛାତ୍ର ରାଜନୀତି, ଛାତ୍ର ଓ ସମାଜସେବା, ଛାତ୍ର ଅବସ୍ଥାରେ ବିଜୁ, ନବୀନ ପଟ୍ଟନାୟକଙ୍କ ସରକାରରେ ଛାତ୍ର କଲ¥ାଣକାରୀ କାର୍ଯ¥କ୍ରମ, କେନ୍ଦ୍ର ସରକାରଙ୍କ ଶିକ୍ଷା ବିରୋଧୀ ନୀତି, ସୋସିଆଲ ¨ମିଡିଆର ବ¥ବହାର କରିବା ଓ ଅପ-ବ¥ବହାରକୁ ରୋକିବା, ମିଡିଆ ସଂପର୍କ, ଶିକ୍ଷା-ଶିକ୍ଷାୟତନ-ଶିକ୍ଷକ ଓ ଛାତ୍ର ସଂପର୍କ ଏବଂ ବିଜୁ ଛାତ୍ର ଜନତା ଦଳ ଅନ¥ ଛାତ୍ର ସଂଗଠନମାନଙ୍କ ଠାରୁ ଭିନ୍ନ ଓ ଅନନ¥। ଏହି ବିଷୟଗୁଡିକୁ ଉପସ୍ଥାପିତ କରିଥିଲେ ବିଶ୍ବପ୍ରତାପ ସାହୁ, ପବିତ୍ର ମହାପାତ୍ର, ସ୍ଥିତପ୍ରଜ୍ଞ ଦାଶ, ଶ୍ରୀଚନ୍ଦନ ପାତ୍ର, ଦୀନବନ୍ଧୁ ପତି, ରାଜେଶ ରାଜ ସ୍ବାଇଁ, ସ୍ମୃତିରଞ୍ଜନ ସାମଲ, ହରିଶଙ୍କର ରାଉତ, ମନୋଜ ସେନାପତି, ଚିନ୍ମୟ ଦାସ, ମାନସ ମଲ୍ଲିକ, ଅଜିତ ବେହେରା, ରାକେଶ ମହାପାତ୍ର।ତତ ¨ସହିତ ଛାତ୍ର ବିଜେଡିର ଉପଦେଷ୍ଟା ଚିନ୍ମୟ ସାହୁ ଜିଲ୍ଲାଠାରୁ ଆରମ୍ଭ କରି କ¥ାµସ କମିଟିର ରୂପରେଖ କିଭଳି ହେବା ଦରକାର ତାହା ଉପରେ ଏକ ପାଓ୍ବାରପଏଣ୍ଟ ଜରିଆରେ ଉପସ୍ଥାପିତ କରିଥିଲେ। ପ୍ରଥମ ପର୍ଯ¥ାୟକୁ ପରିଚାଳନା କରିଥିଲେ ଛାତ୍ର ବିଜେଡି ରାଜ¥ କାର୍ଯ¥କାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ। ଦ୍ବିତୀୟ ପର୍ଯ¥ାୟରେ ୪ଟି ପ୍ରସ୍ତାବ ଗୃହୀତ ହୋଇଥିଲା। ଯଥାକ୍ରମେ ରାଜନୈତିକ, ଅର୍ଥନୈତିକ, ସାଂଗଠନିକ ଓ ଧନ¥ବାଦ ପ୍ରସ୍ତାବ। ଉକ୍ତ ୪ଟି ପ୍ରସ୍ତାବକୁ ପ୍ରଶାନ୍ତ ପଣ୍ଡା, ସିମନ ଦାସ ମହାପାତ୍ର, ଅବିନାଶ ବିଶୋଇ ଓ ବିନାୟକ ପଲେଇ ଆଗତ କରିଥିବା ବେଳେ ଏହାକୁ ସମର୍ଥନ କରିଥିଲେ ସମେଶ ବାଗ, କିରଣ ସିକନ୍ଦର, ମିଲନ ହୋତା ଓ ସ୍ମୃତିରଞ୍ଜନ ଦାସ। ଏହି ଦ୍ବିତୀୟ ପର୍ଯ¥ାୟରେ ରାଜ¥ ଛାତ୍ର ବିଜେଡିର ଉପ-ସଭାପତି ସୁଦିତ ପାଢ଼ୀ, ତାପସ ପରିଡ଼ା, ଅବିନାଶ ପଟେଲ, ଜୋନ ¨ ସଭାପତି ସ୍ମୃତିରଞ୍ଜନ ଦାସ, ବୈକୁଣ୍ଠ ନାୟକ, ତାପସ ପାଣିଗ୍ରାହୀ ଏବଂ ସାଧାରଣ ସଂପାଦିକା ଅପୂର୍ବା ଅପରୂପା ପ୍ରମୁଖ ବିଜୁ ଛାତ୍ର ଜନତା ଦଳର ଲକ୍ଷ¥ ଓ ଆଭିମୁଖ¥ ସଂପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ସୋସିଆଲ ମିଡିଆର ଉପେଯାଗ କରି ଅପପ୍ରଚାରକୁ ପ୍ରତିହତ କରିବା ପାଇଁ ଛାତ୍ର ପ୍ରତିନିଧିମାନଙ୍କ ନିକଟରେ ବକ୍ତବ¥ ରଖôଥିଲେ। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଭାପତି ତଥା ବିଧାୟକ ବେ¥ାମକେଶ ରାୟ, ବିଜୁ ଜନତା ଦଳର ରାଜ¥ ସାଧାରଣ ସଂପାଦକ ଡ. ପ୍ରଦୀପ ପାଣିଗ୍ରାହୀ, ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଏବଂ ଡ. ଅରୁଣ ସାହୁ ପ୍ରମୁଖ ନିଜ ଅଭିଭାଷଣରେ ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା, ଆଗାମୀ ସମୟ ପାଇଁ ନିଜକୁ ପ୍ରସ୍ତୁତ କରିବା, ପ୍ରଚାର/ପ୍ରସାର ଓ ପ୍ରୋପାଗଣ୍ଡାରେ ବିଶ୍ବାସ ରଖୁଥିବା ବିରୋଧୀ ଶକ୍ତିଙ୍କୁ ପ୍ରତିହତ କରିବା ପାଇଁ ଆହ୍ବାନ ଦେଇଥିଲେ। ଦ୍ବିତୀୟ ପର୍ଯ¥ାୟକୁ ପରିଚାଳନା କରିଥିଲେ ଛାତ୍ର ବିଜେଡିର ମହାସଚିବ ହରିଶଙ୍କର ରାଉତ।ଏହା ପରେ ପରେ ଅପରାହ୍ଣ ୫ଟାରେ ଛାତ୍ର ବିଜେଡି ରାଜ¥ ସଭାପତି ରାଣାପ୍ରତାପ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉନଯାପନୀ ସମାରୋହରେ ମାନ¥ବର ମୁଖ¥ମନ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ େଯାଗଦେଇ କହିଥିଲେ େଯ ବିଜୁ ଛାତ୍ର ଜନତା ଦଳର କାର୍ଯ¥କାରିଣୀକୁ ମୁଁ ଆପଣମାନଙ୍କୁ ସ୍ବାଗତ କରୁଛି। ଆଜି ଓଡ଼ିଆ ପିଲାମାନେ ଶିକ୍ଷା ଠାରୁ ଆର ମ୍ଭ କରି କ୍ରୀଡ଼ା, ଫେସନ ¨, କଳା ସବୁ କ୍ଷେତ୍ରରେ ବହୁତ ଭଲ କରୁଛନ୍ତି। ରାଜ¥ର ସୁନାମ ବୃଦ୍ଧି କରୁଛନ୍ତି। ମୁଁ େଯତେବେଳେ ଆମର ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସ ମ୍ବଦ୍ର୍ଧିତ କରିବାର ସୁେଯାଗ ପାଏ, ସେତେବେଳେ ମୋତେ ବହୁତ ଖସି ଲାଗେ। ଆମ ପିଲାଙ୍କ ସଫଳତା ପାଇଁ ମୁଁ ବି ଗର୍ବିତ ଅନୁଭବ କରେ।ପ୍ରତି ଛାତ୍ର ଭିତରେ ପ୍ରତିଭା ଅଛି, ଦକ୍ଷତା ଅଛି, ତା’ର ବିକାଶ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେଲେ, ସେମାନେ ଜଣେ ଜଣେ ଗୋଟିଏ ଗୋଟିଏ ସଫଳତାର କାହାଣୀ ହୋଇପାରିବେ। ତେଣୁ ଶିକ୍ଷା, ତାଲିମ ଓ ନିଯୁକ୍ତି ହେଉଛି ଆମର ପ୍ରାଥମିକତା। ଶିକ୍ଷା ପାଇଁ ଓଡ଼ିଶା ପୂର୍ବ ଭାରତର କେନ୍ଦ୍ର ହୋଇପାରିଛି। ସମସ୍ତଙ୍କୁ ଉଚ୍ଚଶିକ୍ଷା ସୁବିଧା ଦେବା ପାଇଁ ୧ ପ୍ରତିଶତ ସୁଧ ହାରରେ ଶିକ୍ଷା ଋଣ ଦିଆଯାଉଛି। କଳିଙ୍ଗ ଶିକ୍ଷା ସାଥୀ େଯାଜନା ଛାତ୍ରଛାତ୍ରୀମାନଙ୍କ ଭିତରେ ଭରସା ଆଣିଛି। ବୃତ୍ତିଗତ ପାଠ¥କ୍ରମ ପାଇଁ ସ୍କଲାରସିପ ¨ ଦିଆଯାଉଛି। ସେହିପରି ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଏକ ଆଦର୍ଶ ରାଜ¥ କରିବା ଆମର ଲକ୍ଷ¥। ୮ଲକ୍ଷ ପିଲାଙ୍କୁ ବିଶ୍ବସ୍ତରୀୟ ତାଲିମ ଦେବା ପାଇଁ କାମ ଆର ମ୍ଭ ହୋଇଛି। ବତ୍ର୍ତମାନ ସୁଦ୍ଧା ୩ଲକ୍ଷ ପିଲା ତାଲିମ ପାଇଛନ୍ତି। ଗତବର୍ଷ ବାଙ୍ଗାଲୋର, ମୁମ୍ବାଇ ଓ ଭୁବନେଶ୍ବରରେ ଆମେ ଇନଭେଷ୍ଟର୍ସ ମିଟ ¨ କରିଥିଲୁ। ଏଥିରେ ରାଜ¥ ପାଇଁ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏବେ ସେଥିମଧ୍ଯରୁ ୧୦ଟି କµାନୀର ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ଆମେ ମଞ୍ଜୁର କରିଛୁ। ଏଥିରେ ୪୬ ହଜାର ପିଲାଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଗତ ୩ବର୍ଷ ମଧ୍ଯରେ ବିଭିନ୍ନ କ୍ଷେତ୍ରରେ ୫ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।ସରକାରୀ ସ୍ତରରେ ୫୦ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି ଏବଂ ଖାଲି ପଦବୀ ପରିସ୍ଥିତି ଓ ନିଯୁକ୍ତି ପ୍ରକ୍ରିୟାର ମୁଁ ନିୟମିତ ସମୀକ୍ଷା କରୁଛି।୨୦୨୫ ସୁଦ୍ଧା ବିଭିନ୍ନ କ୍ଷେତ୍ରରେ ୩୦ଲକ୍ଷ ନିଯୁକ୍ତି ଆମର ଲକ୍ଷ¥। କ୍ରୀଡ଼ା କ୍ଷେତ୍ରରେ ଆଜି ଭୁବନେଶ୍ବରର ଗୁରୁତ୍ବ ବଢ଼ିଛି। ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ା ଓ ଆଥଲେଟିକ ଇଭେଣ୍ଟର ଆୟୋଜନ ରାଜ¥ର ଗୌରବ ବୃଦ୍ଧି କରିଛି। ଆଜି ଆମର ବିଭିନ୍ନ ସାମାଜିକ ସୂଚକାଙ୍କର ଉନ୍ନତି ଆସିଛି। ଆଇଟି ଠାରୁ ଆର ମ୍ଭ କରି ଆଜି ବିଭିନ୍ନ କ୍ଷେତ୍ରରେ ରପ୍ତାନି ୧୧୪% ବଢ଼ିଛି। ଓଡ଼ିଶାର ଆର୍ଥôକ ବିବିଧିତ ହୋଇଛି। ଓଡ଼ିଶା ଆଜି ସଫଳତାର ସହ ଆଗକୁ ବଢ଼ିଛି। ଓଡ଼ିଶାର ଭବିଷ¥ତ ଉଜ୍ଜଳ ଏବଂ ଆମର ଛାତ୍ର ଏବଂ ଯୁବ ସମାଜର ଭବିଷ¥ତ ମଧ୍ଯ ଉଜ୍ଜଳ।ତେଣୁ ଆମର ଯାହା ଉପଲବ୍ଧୀ ଅଛି, ସଫଳତା ଅଛି, ଦକ୍ଷତା ଅଛି, ତାକୁ ତୁମେମାନେ ଉପସ୍ଥାପିତ କର। ସେହିପରି ତୁମେମାନେ ସମାଜ ପାଇଁ ଓ ନିଜ ମା’ ମାଟି ପାଇଁ କିଛି ସମୟ ଦେବା ଦରକାର। ଏ ମା’ମାଟିର ଉନ୍ନତି ପାଇଁ, ଗୌରବ ପାଇଁ କାମ କଲେ ତାହା ହେବ ତମ ପାଇଁ ସବୁଠାରୁ ବଡ଼ ସଫଳତା ହେବ ବୋଲି ମାନ¥ବର ମୁଖ¥ମନ୍ରୀ କହିଥିଲେ।ଶ୍ରୀ ପାତ୍ର ନିଜର ସଭାପତିତ୍ବ ଅଭିଭାଷଣରେ କହିଥିଲେ େଯ ବନ୍ଧୁଗଣ ଆଜିର ସମୟ ହେଉଛି, ହାତକୁ ହାତ ମିଳାଇ ଏକାଠି ହୋଇ ଆଗକୁ ବଢ଼ିବାର। ଆମର ଭୂମି ନିଦ୍ର୍ଧିଷ୍ଟ। ସମୟର ଆହ୍ବାନ ଓ ଆବଶ¥କତାକୁ ଅଙ୍ଗୀଭୂତ କରି ଭୂମିକା ନିଦ୍ର୍ଧାରିତ ହେବା ଜରୁରୀ। ସମୟ ବଦଳୁଛି,ସମସ¥ା ବଦଳୁଛି, ଆହ୍ବାନ ବଦଳୁଛି, ସୁେଯାଗର ଆକାର ପ୍ରକାର ବଦଳୁଛି। ଏ ପରିବତ୍ର୍ତନର ମହାସ୍ରୋତରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁନୂତନ କଳା ଓ କୌଶଳ ଆବଶ¥କ। େଯତେସବୁ ପରିବତ୍ର୍ତନ ହୁଏ, ସେଥିରେ ବେଶୀ ପ୍ରଭାବିତ ହୁଅନ୍ତି ଛାତ୍ର ସମାଜ। କାରଣ ସେମାନେ ହó ନୂତନର ପୂଜାରୀ, ନବୀନର ଆବାହନ କରିଥାନ୍ତି। ନିଜକୁ ପ୍ରସ୍ତୁତ କରିବାକୁ ହେବ। ସକାରାମôକ ପଦକ୍ଷେପ ନେବାକୁ ହେବ। ଆମେ ଏପରି ଏକ କାଳଖଣ୍ଡରେ େଯଉଁଠି ଆଖପାଖରେ ପ୍ରତିଦିନ ପରିବତ୍ର୍ତନ ହେଉଛି। କାଳକୁ ନିଜ ପକ୍ଷରେ ଆଣିବାର କଳା ଓ କୌଶଳ ହାସଲ କରିବାକୁ ହେବ। ଛାତ୍ର ସମୟ ହେଉଛି ପ୍ରଶ୍ନ ପଚାରିବାର ସମୟ। ପୃଥିବୀରେ େଯତେ ଉଦ୍ଭାବନ, ଆବିଷ୍କାର, ବିପ୍ଳବ ହୋଇଛି, ସବୁର ଆରମ୍ଭ ପ୍ରଶ୍ନରୁ।ପ୍ରଶ୍ନ କରିବା ପାଇଁ ଶକ୍ତି, ସାମର୍ଥ¥, ସାହସ ଲୋଡ଼ା। ବିଜୁ ଛାତ୍ର ଜନତା ଦଳ ବିଜୁ ଜନତା ଦଳର ଏକ ପ୍ରମୁଖ ଅଂଶ। ଓଡ଼ିଶା ଭଳି ରାଜ¥ ପାଇଁ ବିଜୁ ଜନତା ଦଳ ଭଳି ଏକ ଆଞ୍ଚଳିକ ଦଳର ପ୍ରାସଙ୍ଗିକତା କେତେ, ଆବଶ¥କତା କେତେ, ତାହା ଆପଣମାନଙ୍କ ଭଳି ଶିକ୍ଷିତ, ସଚେତନ ଛାତ୍ରଛାତ୍ରୀମାନେ ଭଲରୂପେ ଜାଣନ୍ତି। ବିଜୁ ଜନତା ଦଳ ହó ଓଡ଼ିଶା ବିକାଶର ସୂତ୍ରଧର। ବିଜେଡିର ବିକଳ୍ପ ନାହó ଏବଂ ଏହି ବାତ୍ର୍ତା ବ¥ାପକ ଭାବେ ପ୍ରସାରିତ ହେବା ଦରକାର। ଆପଣମାନେ ଜଣେ ଜଣେ ହେଲେ ବିକାଶର ଦୂତ, ବିକାଶର ବାତ୍ର୍ତାବହ। “ବିଜୁ ଆମର ଆଦର୍ଶ, ନବୀନ ଆମର ଶକ୍ତି। ପ୍ରଗତି ଆମର କାମ¥, ଲକ୍ଷ¥ ଆମର ଶାନ୍ତି” ବୋଲି ଶ୍ରୀ ପାତ୍ର ଆହ୍ବାନ ଦେଇଥିଲେ। ମୁଖ¥ମବୀଙ୍କ ଉପସ୍ଥିତିରେ କାର୍ଯ¥କାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଉପଦେଷ୍ଟା ଚିନ୍ମୟ ସାହୁ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ପ୍ରମୁଖ ନିଜର ବକ୍ତବ¥ ରଖôଥିବା ବେଳେ ଛାତ୍ର ବିଜେଡିର ମହାସଚିବ ହରିଶଙ୍କର ରାଉତ ଧନ¥ବାଦ ଅର୍ପଣ କରିଥିଲେ। ମନ୍ରୀ ଶଶୀଭୂଷଣ ବେହେରା, ସୂର୍ଯ¥ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା, ସାଂସଦ ତଥାଗତ ସତପଥୀ, ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଦେବ ପ୍ରକାଶ ଅଗ୍ରଓ୍ବାଲା, ବିଧାୟକ ଦେବାଶିଷ ସାମନ୍ତରାୟ, ଅତନୁ ସବ¥ସାଚୀ ନାୟକ, ମଙ୍ଗଳା କିଷାନ, ପ୍ରଭାତ ବିଶ୍ବାଳ, ସମୀର ରଞ୍ଜନ ଦାଶ, ପ୍ରିୟଦର୍ଶୀ ମିଶ୍ର, ଅନୁଭବ ପଟ୍ଟନାୟକ, ପ୍ରଣବ ବଳବନ୍ତରାୟ, ଅନାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେସାଂସ୍କୃତିକ କାର୍ଯ¥କ୍ରମରେ ‘ମୋ ଓଡ଼ିଶା, ମୋ ଓଡ଼ିଶା, କେଡ଼େ ସୁନ୍ଦର ରାଇଜ ମୋର, କେଡ଼େ ମିଠା ମୋ ଭାଷା’ ସଂଗୀତରେ ନୃତ¥ ପ୍ରଦର୍ଶନକୁ ସମସ୍ତେ ମନଭରି ଉପଭୋଗ କରିଥିଲେ।

Bhubaneswar.5th June 2017: Meeting of Biju Chhatra Janta Dala at Hotel crown Bhubaneswar : Photo: Biswaranjan Mishra

About surendrahota

Leave a Reply

%d bloggers like this:
Skip to toolbar