Breaking News
Home / Bhubaneswar / Press conference of Niyangiri Surakshya Mancha

Press conference of Niyangiri Surakshya Mancha

ବେଦାନ୍ତ ପ୍ରକଳ୍ପ ନିମନ୍ତେ ଆଦିବାସୀ ଦଳିତ ଓ ନିୟମିଗିରି ସୁରକ୍ଷା ସମିତି ନେତାମାନଙ୍କୁ ଓଡ଼ିଶା ପୋଲିସ ଦ୍ବାରା ଭୟଭୀତ କରାଯାଉଛି: ନିୟମଗିରି ସୁରକ୍ଷା ମଞ୍ଚ

ଭୁବନେଶ୍ବର,୫ ଜୁନ ୨୦୧୭: (ଦେବବ୍ରତ ମହାନ୍ତି) ନୟମଗିରି ସୁରକ୍ଷା ସମିତି କର୍ମକର୍ତାମାନେ ସରକାର ଓ ବେଦାନ୍ତ କµାନୀଙ୍କ ମିଳିତ ସଲାସୁତୁରାରେ ଚକ୍ରାନ୍ତର ଶିକାର ହୋଇଛନ୍ତି। ରାଜ୍ୟ ସରକାର ପୋଲିସକୁ ହାତବାରିସ କରି ଓ ନିର୍ଯ୍ୟାତନା ଓ ମାନସିିକ ·ପରପ୍ରୟୋଗ କରୁଛନ୍ତି ବୋଲି ଆଜି ଭୁବନେଶ୍ବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୀୟମଗିରି ସୁରକ୍ଷା ମଞ୍ଚ ପକ୍ଷରୁ ଅଭିେଯାଗ କରାଯାଇଛି। ଆଦିବାସୀମାନଙ୍କର ଦୀର୍ଘ ବାରବର୍ଷର ଉଦ୍ୟମ କେବଳ ଜୀବନ ଜୀବିକା ପ୍ରାକୃତିକ ସµଦ ପରିବେଶ ରକ୍ଷା କରିବା ସହିତ ଜମି ସୁରକ୍ଷା ଦିଗରେ କାର୍ଯ୍ୟକରି ଆସୁଛନ୍ତି। ନିୟମଗିରି ଅଞ୍ଚଳ ୧୨ଟି ଗ୍ରାମବାସୀଙ୍କ ସ୍ବାର୍ଥ ସହିତ ଜଡ଼ିତ ଅଛି ଫଳରେ ଗ୍ରାମସଭାରେ କେଉଁ ନିଷ୍ପତ୍ତି ନିଆ ଯାଇଥିଲା ତାହାକୁ ଭାରତର ଉଚ୍ଚ ନ୍ୟାୟାଳୟ କାଏମ ରଖôଛନ୍ତି। ଡ଼ଙ୍ଗରିଆମାନଙ୍କ ସ୍ବାର୍ଥକୁ ଆଖôରେ ରଖô ଜାତୀୟ ସବୁଜ ଟ୍ରିବୁନାଲ କେତେଗୁଡ଼ିଏ କମିଶନ ବସାଇ ୨୦୧୩ରେ ଏକ ରେଫରେଣ୍ଡମ ଉଚ୍ଚତମ ନ୍ୟାୟାଳୟ ନିଦ୍ର୍ଧେଶକ୍ରମେ ପ୍ରକାଶ ପାଇଥିଲା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ବାରଣ ସତ୍ତ୍ବେ ସରକାର ବେଦାନ୍ତ କµାନୀ ସହିତ ହାତ ମିଳାଇ କର୍ମକତ୍ର୍ତାମାନଙ୍କୁ ଭୟଭୀତ କରି ବିଭିନ୍ନ ପ୍ରକାର ମାନସିକ ଯନ୍ରଣା ଦେଉଛନ୍ତି ଏବଂ ପ୍ରତିବାଦ କରୁଥିବା ସାଧାରଣ ନିରୀହ ଲୋକମାନଙ୍କୁ ବାମପନ୍ଥୀ ସମର୍ଥିତ ମାଓବାଦୀ ଆଖ୍ୟା ଦେଉଛନ୍ତି ଯାହାକି ସµୂର୍ଣ୍ଣ ମିଥ୍ୟା ଏପରିକି ଅପ୍ରାପ୍ତ ବୟସ୍କ ବାଳକମାନଙ୍କୁ ମଧ୍ଯ ମାଓବାଦୀ ସଜାଇ ଦେଉଛନ୍ତି। ରାୟଗଡ଼ା ଜିଲ୍ଲାର ଜନୈକ ଦାସୁରୁ କାଡ୍ରାକାଙ୍କୁ ମିଥ୍ୟା ଅଭିେଯାଗରେ ମୁନିଗୁଡ଼ା ବଜାରରୁ ଉଠାଇ ନେଇ ଏକ ଦୁଦ୍ର୍ଧାନ୍ତ ମାଓବାଦୀ ଆଖ୍ୟା ଦେଇ ଜେଲ୍ରେ ନିର୍ଯ୍ୟାତନା ଦେଉଛନ୍ତି। ଏପରିକି ତାଙ୍କୁ ବୈଦୁ୍ୟତିକ ଚେଙ୍କ ମଧ୍ଯ ଦିଆଯାଉଛି ଯାହାକି ମାନବ ଅଧିକାରର ପରିପନ୍ଥୀ ନା ଅଣସାମ୍ବିଧାନିକ। ୧୭ବର୍ଷୀୟ ଶାଇବ ପୂଷିକଙ୍କୁ ମଧ୍ଯ ହାଟରୁ ଧରିନେଇ ଜେଲ୍ରେ ନିର୍ଯ୍ୟାତନା ଦିଆଯାଉଛି। ଅନ୍ୟଏକ ଘଟଣାକ୍ରମରେ ମେ ମାସ ୧ ତାରିଖରେ ଗୋଛଟା ଗ୍ରାମର ୨୦ ବର୍ଷୀୟ କୁନି ସିକକାଙ୍କୁ ରାତ୍ରରୁ ଗ୍ରାମ ଉପରେ ଚଢାଉ କରି ଧରି ନେଲେ। ତାଙ୍କ ପରିବାରର ସଦସ୍ୟମାନେ ଜେଲ୍ରୁ ମୁକୁଳାଇବାକୁ ଯାଇଥିବା ବେଳେ ପୋଲିସ୍ ଅଫିସରମାନଙ୍କ ଦ୍ବାରା (ଏସ୍.ପି ଏବଂ ଡ଼ି.ଆଇ.ଜି.) ବ୍ଲାକ ମେଲ୍ କରାଇଥିଲେ େଯ, ମାଓବାଦୀ ଭାବେ ସେ ଆମô ସମର୍ପଣ କରିଛି ବୋଲି ସ୍ବୀକାର କରନ୍ତୁ। ଗଣମାଧ୍ଯମ ସାମ୍ନାରେ ସ୍ବୀକୋରକ୍ତି ପାଇଁ ବାଧ୍ଯ କରାଯାଉଥିଲା। କିନ୍ତୁ ପ୍ରକୃତ ସତ୍ୟ ପ୍ରକାଶ ପାଇବା ପରେ ସେମାନେ ମଧ୍ଯ ପୋଲିସ୍ ଦ୍ବାରା ନିର୍ଯ୍ୟାତୀତ ହୋଇଥିଲେ। ଜନୈକ ଡ଼ଙ୍ଗରିଆ କନ୍ଧ ଛାତ୍ର ମାଣ୍ଡ କାଡ୍ରାକା ଓ ଘଂରିଆ କନ୍ଧ ପିଭିଟିଜି ସେଟେଲମେ ଗୁଳି ମାଡ଼ରେ ପ୍ରାଣତ୍ୟାଗ କରିଥିଲେ। ଏହିଭଳି ଅମାନୁଷିକ ଘଟଣା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ। ବେଦାନ୍ତ କµାନୀ ସହିତ ହାତ ମିଳାଇ ଓଡ଼ିଶା ସରକାର ଏତାଦୃଶ ନରହତ୍ୟା ଓ ସଂହାର ଚଳାଇଛନ୍ତି। ତତ୍ସେଙ୍ଗ ସେଙ୍ଗ ନିୟମଗିରିର ଡ଼ଙ୍ଗରିଆ କନ୍ଧମାନଙ୍କ ଜୀବନଶୈଳୀ ଧୂଳିସାତ୍ ହେବାକୁ ବସିଛି। କେହିହେଲେ ନିର୍ଭୟରେ ରହିବାକୁ ସୁେଯାଗ ପାଉନାହାଁନ୍ତି ବୋଲି ସେମାନେ ଅଭିେଯାଗ ଆଣିଛନ୍ତି। ପୈତୃକ ସµତ୍ତି ନଷ୍ଟ ହେବାକୁ ବସିଲାଣି ତଥାପି ସµୃକ୍ତ କµାନୀ ନଛୋଡ଼ବନ୍ଧା। ଆମ୍ଭେମାନେ ବଜାରକୁ ଯିବାକୁ ଭୟ ଲାଗୁଛି ହୁଏତ ପୋଲିସ୍ ମିଥ୍ୟା କେସ୍ରେ ବାନ୍ଧିନେବ। ତେଣୁ ପୋଲିସ୍ ଭୟରେ ବଜାରଘାଟ ବନ୍ଦ। ଆଜି ସାରା ପୃଥିବୀରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଥିବା ବେଳେ ଆମ୍ଭେମାନେ ପରିବେଶକୁ ସୁରକ୍ଷା ଦେଉଛୁ। ଆମ୍ଭେମାନେ ପୋଲିସ୍ ଦ୍ବାରା େଯଉଁପରି ନିର୍ଯ୍ୟାତିତ ହେଉଛୁ ଓ ବିନା ଦୋଷରେ ମାଓବାଦୀ ଆଖ୍ୟା ଦେଇ ବନ୍ଦୀ ଜୀବନ ବିତାଇବାକୁ ହେଉଛି। ପରିବେଶ ସହିତ ବିଲୁପ୍ତପ୍ରାୟ ପ୍ରାଣୀ ସୁରକ୍ଷା ଦିଗରେ ଅତ୍ୟନ୍ତ ଯନôବାନ ଥିବାବେଳେ ପୋଲିସ୍ ଅଗଣତାନ୍ରିକ ପଦ୍ଧତିରେ ଆମର ଅଧିକାରକୁ ବଞ୍ଚôତ କରୁଛି ବୋଲି ସେମାନେ ଅଭିେଯାଗ କରିବା ସହ ଏହିତ ମର୍ମରେ ଜାତୀୟ ଆଦିବାସୀ କମିଶନ (ଏନ୍.ସି.,ଏସ୍.ଟି)ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar