Breaking News
Home / Bhubaneswar / BJP MLA candidate Santosh Ku. Amat Joined BJD

BJP MLA candidate Santosh Ku. Amat Joined BJD

ବିଜେପିର ଫୋକସ ସୁନ୍ଦରଗଡ଼କୁ ଶକ୍ତ ଧକ୍କା :ବିଧାୟକ ପ୍ରାର୍ଥୀ ସନ୍ତୋଷ ଅମାତଙ୍କ ନେତୃତ୍ବରେ ବିଜେଡିରେ ମିଶିଲେ ହଜାରେ କର୍ମୀ 

Bhubaneswar.5th June 2017: Sundargarh BJP candidate joined BJD in presence of Naveen Pattanaik : Photo: Biswaranjan Mishra

. ଆଦିବାସୀଙ୍କ ବିକାଶ ପରିବତ୍ର୍ତେ ବେପାରୀଙ୍କ ବିକାଶ କରୁଛନ୍ତି
. ଛତିଶଗଡ଼କୁ ପ୍ରାଧାନ¥ ଦେଇ ମହାନଦୀକୁ ଶୁଖେଇବାରେ ଧର୍ମେନ୍ଦ୍ର ଦାୟୀ
.ମୋଦି ମୋଦି କହିଲେ ବିକାଶ ହେବନାହó:: ସନ୍ତୋଷ

Bhubaneswar.5th June 2017: Sundargarh BJP candidate joined BJD in presence of Naveen Pattanaik : Photo: Biswaranjan Mishra

ଭୁବନେଶ୍ବର,୫/୬/୨୦୧୭: (ପ୍ରଶାନ୍ତ କୁମାର ଭୁୟାଁ) ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ¥କ୍ରମ ପ୍ରତି ଆକୃଷ୍ଟ ହୋଇ ସୁନ୍ଦରଗଡ଼ ଜିଲ୍ଲା ତଲସରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ଅମାତଙ୍କ ନେତୃତ୍ବରେ ଏକ ହଜାରରୁ ଊଦ୍ଧ୍ର୍ବ ବିଜେପି କାର୍ଯ¥କତ୍ର୍ତା ଓ କର୍ମୀ ବିଜେପି ଦଳକୁ ପ୍ରତ¥ାଖାନ କରି ଆଜି ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।ବିଜୁ ଜନତା ଦଳ ରାଜ¥ କାର୍ଯ¥ାଳୟ ଠାରେ ଆୟୋଜିତ ଏକ ସ୍ବତବ ଉତ୍ସବରେ ରାଜ¥ ସଭାପତି ତଥା ମାନ¥ବର ମୁଖ¥ମନ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ନେତୃତ୍ବଙ୍କୁ ସ୍ବାଗତ କରିବା ସହ କହିଥିଲେ େଯ ‘ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ¥ କରୁଛି। ଯାହାକି ରାଜ¥ର ୪ କୋଟିରୁ ଊଦ୍ଧ୍ର୍ବ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି।’ଶ୍ରୀ ଅମାତ ବିଜେଡିରେ ସାମିଲ ହେବା ଅବସରରେ କହିଥିଲେ େଯ ବହୁ ଆଶା ନେଇ ମୁଁ ବିଜେପିରେ େଯାଗଦାନ କରିଥିଲି। ଆଶା ଥିଲା ସାରା ଓଡ଼ିଶା ତଥା ସୁନ୍ଦରଗଡ଼ ଆଦିବାସୀମାନଙ୍କର ବହୁ ଉନ୍ନତି ହେବ।ହେଲେ ଆଜି ମୋର ସେ ଆଶା ମଉଳି ଯାଇଛି।ପଶ୍ଚିିମ ଓଡ଼ିଶାର ବିକାଶ ଆଜି ଭାଷଣ ମଧ୍ଯରେ ସୀମାବଦ୍ଧ ହୋଇ ରହିଯାଇଛି। ତାଙ୍କ ଦଳର ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ଦିଲ୍ଲୀପ ରାୟଙ୍କ ଶତ ଚେଷ୍ଟା ଓ ପ୍ରଧାନମନ୍ରୀଙ୍କ ଘୋଷଣା ସତ୍ତ୍ବେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଏ ପର୍ଯ¥ନ୍ତ ହୋଇ ପାରିନାହó। ମହାନଦୀକୁ ନେଇ ଜାତୀୟ ସଂକୀର୍ଣ୍ଣତାରେ ନିଜେ କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ େଯପରି ଭାବରେ ଛତିଶଗଡ଼କୁ ପ୍ରାଧାନ¥ ଦେଇ ଆଜି ଓଡ଼ିଶାର ଜୀବନଧାରାକୁ ଶୁଖେଇ ଦେଇଛନ୍ତି, ତାହା ବାସ୍ତବିକ ମୋତେ କଷ୍ଟ ଦେଇଛି।ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରାଧାନଙ୍କ ଆଇଓସିଏଏଲ ଏବଂ ଏମସିଏଲ¨, ଏନଟିପିସିରେ ଓଡ଼ିଆ ନୁହନ୍ତି କେବଳ ବିହାରୀ ଓ ଅଣଓଡ଼ିଆ ରାଜ କରୁଛନ୍ତି।କେନ୍ଦ୍ର ଆଦିବାସୀ ମବୀ ଶ୍ରୀଯୁକ୍ତ ଜୁଏଲ ଓରାମ ସାରା ଓଡ଼ିଶାର ଆଦିବାସୀମାନଙ୍କୁ ହତାଶ କରିଛନ୍ତି। ସେ କେନ୍ଦ୍ର ଆଦିବାସୀ ବ¥ାପାର ମନ୍ରୀ ନୁହନ୍ତି, ବରଂ ଆଦିବାସୀ ବେପାର ମନ୍ରୀ ଭାବରେ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ¥ କରୁଛନ୍ତି। ଆଦିବାସୀମାନଙ୍କ ବିକାଶ କରିବା ପରିବତ୍ର୍ତେ ଆଦିବାସୀମାନଙ୍କୁ ଶୋଷଣ କରି ବେପାରୀମାନଙ୍କ ବିକାଶ କରୁଛନ୍ତି। ଶ୍ରୀ ଓରାମ ପଶ୍ଚିିମ ଓଡ଼ିଶାର ଆଦିବାସୀମାନଙ୍କ ପାଇଁ କୌଣସି ଆଖôଦୃଶିଆ କାର୍ଯ¥ କରି ପାରିନାହାନ୍ତି, ବରଂ ତାତ୍ସଲ¥ କରି ‘ଭୂୟାଁ’ ଆଦିବାସୀ ନୁହନ୍ତି କହି ଲକ୍ଷ ଲକ୍ଷ ଭୂୟାଁ ସମାଜଙ୍କ ହୃଦୟକୁ ଆଘାତ ଦେଇଛନ୍ତି। ମୁଁ ମଧ୍ଯ ଲକ୍ଷ¥ ରଖୁଥିଲି ମାନ¥ବର ମୁଖ¥ମନ୍ରୀଙ୍କ ଆଦିବାସୀ କଲ¥ାଣକାରୀ େଯାଜନାଗୁଡିକୁ। ମୁଁ ଅନୁଭବ କଲି ଆମର ପ୍ରିୟ ମୁଖ¥ମନ୍ରୀ କାମରେ ବିଶ୍ବାସ କରନ୍ତି, ବିଜେପି ପରି କଥାରେ ନୁହେଁ। ଓଡ଼ିଶା ସାରା ଆଦିବାସୀ ଓ ସର୍ବୋପରି ପଶ୍ଚିମ ଓଡ଼ିଶାର ଆଦିବାସୀମାନଙ୍କର ଉନ୍ନତି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ସେ ବିଜେଡିରେ େଯାଗଦାନ କରିଥିବା ପ୍ରକାଶ କରିଛନ୍ତି।ଆଜିର ମିଶ୍ରଣ ମଞ୍ଚରେ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ ଜିଲ୍ଲା ପର୍ଯ¥ବେକ୍ଷକ ପ୍ରଶାନ୍ତ ନନ୍ଦ,ଦଳର ମୁଖପାତ୍ର ପ୍ରତାପ କେଶରୀ ଦେବ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ମଙ୍ଗଳା କିଷାନ, କାର୍ଯ¥କାରୀ ସଭାପତି ସାରଦା ନାୟକ, କୋଷାଧ୍ଯକ୍ଷ ସୁବାଷ ସିଂହ,ସଂପାଦକ ବିଜୟ ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।ଏହି େଯାଗଦାନ କାର୍ଯ¥କ୍ରମରେ ସନ୍ତୋଷ କୁମାର ଅମାତଙ୍କ ସହିତ ହାଜି ଅବଦୁଲ ସୟଦ, ବିଜେପି କୃଷକ ମୋଚ୍ର୍ଚ ରାଜ¥ ସଂପାଦକ ପ୍ରଦୀପ ଚୌଧୁରୀ,ପିଆରଆଇ ମେମ୍ବର ଶକୁନ୍ତଳା ମାଝୀ, ମୁକୁନ୍ଦ କୁମୁରା, କୁମ୍ଭକର୍ଣ୍ଣ ଦଣ୍ଡସେନା, ଯୁବମୋଚ୍ର୍ଚାର ଚାନ୍ଦ େଯାଶୀ ପ୍ରମୁଖ ଅନ୍ତର୍ଗତ।ଅନ¥ମାନଙ୍କ ମଧ୍ଯରେ ତଲସରା ବିଜେଡି ନେତା ବିନୟ ଟପ୍ପୋ, ସୁନ୍ଦରଗଡ଼ର ଶ୍ରୀମତୀ କୁସୁମ ଟେଟେ, ରଞ୍ଜିତ କିଷାନ, ଜୟନ୍ତ ମିଶ୍ର, ଶ୍ରୀଚରଣ ମହାନ୍ତି, କିଶୋର ନାୟକ, କୁନବିହାରୀ ଦାସ,ଦୁର୍ଗା ସାମନ୍ତରାୟ, ଅମରେଶ ଜେନା, ସମୀର ପ୍ରଧାନ, ବୈକୁଣ୍ଠ ନାୟକ ପ୍ରମୁଖ ପସ୍ଥିତ ଥିଲେ।

Bhubaneswar.5th June 2017: Sundargarh BJP MLA candidate joined BJD in presence of Naveen Pattanaik : Photo: Biswaranjan Mishra

About surendrahota

Leave a Reply

%d bloggers like this:
Skip to toolbar