Breaking News
Home / Bhubaneswar / Biju Chatra Janata Dal will counter the false propaganda of BJP: Rana Pratap Patra

Biju Chatra Janata Dal will counter the false propaganda of BJP: Rana Pratap Patra

ବିଜେପିର ମିଥ¥ା ପ୍ରଚାରର ଉଚିତ ଜବାବ ଦେବ ରାଜ¥ ବିଜୁ ଛାତ୍ର ଜନତା ଦଳ:ଛାତ୍ର ବିଜେଡି ରାଜ¥ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର

ଭୁବନେଶ୍ବର,୩/୬/୨୦୧୭: (ଦେବବ୍ରତ ମହାନ୍ତି) -ରାଜ¥ରେ ଭାରତୀୟ ଜନତା ପାର୍ଟି ଓଡ଼ିଶାର ସ୍ବାର୍ଥ¥କୁ ଜଳାଜ୍ଞଳୀ ଦେଇ ମିଡ଼ିଆରେ ଅପପ୍ରଚାର ଚଲାଇଛି ବୋଲି ଛାତ୍ର ବିଜେଡ଼ି ରାଜ¥ ସଭାପତି ରାଣାପ୍ରତାପ ପାତ୍ର ଅଭିେଯାଗ କରିବା ସାଙ୍ଗକୁ ଆଗାମୀ ଦିନରେ ଛାତ୍ର ବିଜେଡ଼ି ଏହାର ଉଚିତ ଜବାବ ଦେବ ବୋଲି ଭୁବନେଶ୍ବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜୁ ଜନତା ଦଳ ସଭାପତି ତଥା ମାନ¥ବର ମୁଖ¥ମନ୍ରୀ ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳକୁ ପୁନର୍ଗଠନ କରି ରାଜ¥ କର୍ମକତ୍ର୍ତା, ଜୋନ ¨ ସଭାପତି ଓ ଜିଲ୍ଲା ସଭାପତି ନିଯୁକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନବଗଠିତ ବିଜୁ ଛାତ୍ର ଜନତା ଦଳର ପ୍ରଥମ ରାଜ¥ କାର୍ଯ¥କାରିଣୀ ବୈଠକ ଓ ଦିବସବ¥ାପି ପ୍ରଶିକ୍ଷଣ ଶିବିର ଆସନ୍ତା ୫ ତାରିଖ ଦିନ ଭୁବନେଶ୍ବର ସ୍ଥିତ ହୋଟେଲ କ୍ରାଉନ ଠାରେ ଆୟୋଜନ କରାଯାଉଛି।ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ଜନପ୍ରିୟ ମାନ୍ୟବର ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଓ ରାଜ୍ୟର ସାମୁହିକ ବିକାଶ ପାଇଁ ଅହରହ ଉଦ୍ୟମ ପ୍ରତି ଗଭୀର ଆସ୍ଥା ପ୍ରକଟ କରି ରାଜ୍ୟର ଛାତ୍ର ସମାଜ ବିଭିନ୍ନ ସମୟରେ ବିଜୁ ଜନତା ଦଳ ସରକାରଙ୍କ ଆଭିମୁଖ¥ ଓ କାର୍ଯ¥କ୍ରମକୁ ବିଜୁ ଛାତ୍ର ଜନତା ନେତୃତ୍ବରେ ପ୍ରଚାର/ପ୍ରସାର କରିବାରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଛି। ବିଜୁ ଜନତା ଦଳକୁ ଅଧିକ କ୍ରିୟାଶୀଳ କରି ପ୍ରତ୍ୟେକ ଜିଲ୍ଲା / ବ୍ଲକ / ପଞ୍ଚାୟତ ଏବଂ ପୌରାଞ୍ଚଳ ଓ୍ବାର୍ଡ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଛାତ୍ର ବିଜେଡିର ପ୍ରତେ¥କଟି କର୍ମୀ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ଗୁରୁ ଦାୟିତ୍ବ। ପ୍ରଥମ ପର୍ଯ¥ାୟରେ ସକାଳ ୧୦ ଘଟିକା ସମୟରେ ରାଜ¥ କାର୍ଯ¥କାରିଣୀ ବୈଠକ ଏବଂ ପରେ ପରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ¥ନ୍ତ ଚାଲିବ। ଉଦ ¨ଯାପନୀ ବୈଠକରେ ମାନ¥ବର ମୁଖ¥ମନ୍ତୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅପରାହ୍ଣ ୫ଟା ସମୟରେ େଯାଗଦେଇ ଛାତ୍ର ବିଜେଡି କାର୍ଯ¥କତ୍ର୍ତାମାନଙ୍କୁ ମାର୍ଗଦର୍ଶନ କରାଇବେ। ଏହି କାର୍ଯ¥କ୍ରମରେ ବିଜୁ ଜନତା ଦଳ ରାଜ¥ ସାଧାରଣ ସଂପାଦକ (ଛାତ୍ର ବ¥ାପାର) ଡ. ଅରୁଣ କୁମାର ସାହୁଙ୍କ ସମେତ ମାନ¥ବର ମନ୍ରୀ, ମାନ¥ବର ସାଂସଦ, ମାନ¥ବର ବିଧାୟକ, ବିଜୁ ଛାତ୍ର ଜନତା ଦଳର ରାଜ¥ କର୍ମକତ୍ର୍ତା, ଜୋନ ¨ ସଭାପତି, ଜିଲ୍ଲା ସଭାପତି ଏବଂ ସ୍ବତନ୍ର ନିମନ୍ରିତ ଛାତ୍ର ନେତା ପ୍ରମୁଖ େଯାଗଦେବେ।ରାଜ¥ କାର୍ଯ¥କାରିଣୀ ବୈଠକରେ ୪ଟି ପ୍ରସ୍ତାବ ଯଥା:- ରାଜନୈତିକ, ଅର୍ଥନୈତିକ, ସାଂଗଠନିକ ଓ ଧନ¥ବାଦ ପ୍ରସ୍ତାବ ଆଗତ କରାଯିବ। ପ୍ରଶିକ୍ଷଣ ବୈଠକରେ ସ୍ବାଧୀନତା ଆନ୍ଦୋଳନରେ ଛାତ୍ର ରାଜନୀତି, ସ୍ବାଧୀନତା ଆନ୍ଦୋଳନ ପରଠାରୁ ଜରୁରୀକାଳୀନ ପରିସ୍ଥିତି ପର୍ଯ¥ନ୍ତ ଛାତ୍ର ରାଜନୀତିର ଭୂମିକା, ୧୯୭୭ରୁ ୨୦୦୦ ମସିହା ପର୍ଯ¥ନ୍ତ ଛାତ୍ର ରାଜନୀତି, ୨୦୦୦ରୁ ୨୦୧୭ ମସିହା ପର୍ଯ¥ନ୍ତ ଛାତ୍ର ରାଜନୀତି, ଛାତ୍ର ଓ ସମାଜସେବା, ଛାତ୍ର ଅବସ୍ଥାରେ ବିଜୁ, ନବୀନ ପଟ୍ଟନାୟକଙ୍କ ସରକାରରେ ଛାତ୍ର କଲ¥ାଣକାରୀ କାର୍ଯ¥କ୍ରମ, କେନ୍ଦ୍ର ସରକାରଙ୍କ ଶିକ୍ଷା ବିରୋଧୀ ନୀତି, ସୋସିଆଲ ¨ ମିଡିଆର ବ¥ବହାର କରିବା ଓ ଅପ-ବ¥ବହାରକୁ ରୋକିବା ଆଦି ପ୍ରମୁଖ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ଉକ୍ତ କାର୍ଯ¥କାରିଣୀରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଏକ ଖସଡ଼ା ପ୍ରସ୍ତୁତ କରି ରଣନୀତି ସ୍ଥିର କରାଯିବ। ଜିଲ୍ଲା କମିଟି ଓ କ¥ାµସ ¨ କମିଟି ଗଠନ କରି ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ¥କ୍ରମ ରୂପରେଖ ସଂପର୍କରେ ବିସ୍ତୃତ ଆଲୋଚନା ହେବ। ଏଥିରେ ବିଜୁ ଛାତ୍ର ଜନତା ଦଳର କର୍ମକତ୍ର୍ତା ଏବଂ ଛାତ୍ର ପ୍ରତିନିଧିମାନଙ୍କୁ ଦଳର ଆଭିମୁଖ୍ୟ, ବିଜୁ ଜନତା ଦଳ ସରକାରଙ୍କ ସଫଳତା ସହ ସମସ୍ତ ବିକାଶମୂଳକ େଯାଜନା, ଭବିଷ୍ୟତ ସାଙ୍ଗଠନିକ କାର୍ଯ୍ୟପନ୍ଥା ଏବଂ ରାଜ୍ୟ ପ୍ରତି ହେଉଥିବା କେନ୍ଦ୍ରୀୟ ଅବହେଳା ସµର୍କରେ ଅବଗତ କରାଯିବ। ପରିବତ୍ର୍ତିତ ସମୟର ଆହ୍ବାନ ଓ ଆବଶ¥କତାକୁ ଅଗ୍ରାଧିକାର ଦେଇ ବିଜୁ ଛାତ୍ର ଜନତା ଦଳର ଭୂମିକା ନିଦ୍ର୍ଧାରଣ କରାଯିବ। ନୂଆ ଚାଲେଞ୍ଜକୁ ନୂଆ ତରିକାରେ ସୁେଯାଗରେ ପରିଣତ କରିବା ପାଇଁ ଆବଶ¥କ କଳା ଓ କୌଶଳ ଛାତ୍ର ପ୍ରତିନିଧିମାନଙ୍କୁ ପ୍ରଶିକ୍ଷିତ କରାଯିବ। ରାଜ¥ର ପ୍ରତେ¥କ ଜିଲ୍ଲାରେ ସୋସିଆଲ ମିଡିଆ ୟୁନିଟ ଗଠନ କରି ବିକାଶର ବାତ୍ର୍ତାକୁ ପ୍ରତେ¥କ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଅପପ୍ରଚାରକୁ ପ୍ରତିହତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ଏଥିସହିତ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ମହାବିଦ¥ାଳୟ / ବିଶ୍ବବିଦ¥ାଳୟଗୁଡିକର ନିର୍ବାଚନକୁ ଶୃଙ୍ଖଳିତ ଓ ସୁବ¥ବସ୍ଥିତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯିବ ବୋଲି ଛାତ୍ର ବିଜେଡି ରାଜ¥ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଶ୍ରୀ ଚିନ୍ମୟ ସାହୁ, କାର୍ଯ¥କାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ,ମହାସଚିବ ହରିଶଙ୍କର ରାଉତ ଏବଂ ଭୁବନେଶ୍ବର ଜୋନ ସଭାପତି ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar