Breaking News
Home / Bargarh / Success of Vikash group of institutions in CBSE Class X examination: Top result in Odisha for the 4th time

Success of Vikash group of institutions in CBSE Class X examination: Top result in Odisha for the 4th time

ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ବିକାଶ ରେସିଡେନ୍ସିଆଲ ସ୍କୁଲର ୧୬୩ ଜଣ ଛାତ୍ରଛାତ୍ରୀଙ୍କ ୧୦ ସିଜିପିଏ ୧୦ ସିଜିପିଏ ରେ ବିକାଶ ଗ୍ରୁପ୍ର ୨୮୪ ଛାତ୍ରଛାତ୍ରୀଙ୍କ ନୂତନ ରେକର୍ଡ:କ୍ରମାଗତ ଚତୁର୍ଥ ଥର ବିକାଶ ଓଡ଼ିଶାର ନମ୍ବର ଓ୍ବାନ୍ ସ୍କୁଲ୍

ବରଗଡ଼, ୩/୬- ଚଳିତ ବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବିକାଶ ରେସିଡେନ୍ସିଆଲ ସ୍କୁଲ, ବରଗଡ଼ର ସର୍ବାଧିକ ୧୬୩ ଜଣ ଛାତ୍ରଛାତ୍ରୀ ୧୦ ସିଜିପିଏ ନମ୍ବର ରଖି ସ୍କୁଲ୍କୁ କ୍ରମାଗତ ଚତୁର୍ଥ ଥର ପାଇଁ ଓଡ଼ିଶାର ନମ୍ବର ଓ୍ବାନ୍ ସ୍କୁଲ୍ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିଛନ୍ତି। ୨୦୧୪ରେ ୧୧୫ ଜଣ, ୨୦୧୫ ରେ ୧୩୦ଜଣ, ୨୦୧୬ରେ ୧୫୮ଜଣ ଛାତ୍ରଛାତ୍ରୀ ୧୦ ସିଜିପିଏ ନମ୍ବର ରଖିଥିବା ବେଳେ ଚଳିତ ବର୍ଷ ୧୬୩ ଜଣ ସହ ସ୍କୁଲ୍ ନୂତନ ରେକର୍ଡ ସୃଷ୍ଟି କରିଛି। ପରୀକ୍ଷା ଦେଇଥିବା ୩୭୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୧୦୦ ପ୍ରତିଶତ ହାରରେ ୩୭୧ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରମାଗତ ସପ୍ତମ ଥର ପାଇଁ ସ୍କୁଲ୍ ୧୦୦ ପ୍ରତିଶତ ପାସ୍ ହାର ସହ ଉଲ୍ଳେଖନୀୟ ସଫଳତା ଅର୍ଜନ କରିଛି। ଏହାର ଅନ୍ୟ ଶାଖା ଭୂବନେଶ୍ବରରେ ଥିବା ବିକାଶ ରେସିଡେନ୍ସିଆଲ ସ୍କୁଲରେ ୬୮ ଜଣ ୧୦ ସିଜିପିଏ ରଖିଥିବା ବେଳେ ବିକାଶ କନ୍ସେପ୍ଝ ସ୍କୁଲ୍ ସମ୍ବଲପୁରରୁ ୪୧ଜଣ ଏବଂ ସିମେଣ୍ଝ ନଗର ଇଂଲିସ୍ ମିଡିୟମ୍ ସ୍କୁଲରୁ ୧୨ ଜଣ ଛାତ୍ରଛାତ୍ରୀଙ୍କ ସହିତ ବିକାଶ ଗ୍ରୁପ୍ ୨୮୪ ସିଜିପିଏ ୧୦ ରଖି ନିଜର ନମ୍ବର ଓ୍ବାନ୍ ସ୍କୁଲ ସ୍ଥାନ ବଜାୟ ରଖିଛି। ବିକାଶ ଶିକ୍ଷାନୁଷ୍ଠାନର ସମସ୍ତ ଶାଖାର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉୀର୍ଣ୍ଣ ହୋଇଛନ୍ତି। ସମଗ୍ର ଓଡ଼ିଶାରେ ଏହି ଶିକ୍ଷାନୁଷ୍ଠାନ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଅଭିଭାବକ ମହଲରେ ଆନନ୍ଦର ଜୁଆର ଖେଳି ଯାଇଛି। ଅନୁଷ୍ଠାନର ଚେୟାରମେନ୍ ଡି.ମୂରଲୀ କ୍ରୀଷ୍ଣା ଏହି ଅନନ୍ୟ ସଫଳତାରେ ବିଶେଷ ଆନନ୍ଦ ପ୍ରକାଶ କରି ଶିକ୍ଷାନୁଷ୍ଠାନକୁ ବିଶ୍ବାସ କରିଥିବା ସମସ୍ତ ଅଭିଭାବକ ତଥା କଠୋର ପରିଶ୍ରମ କରିଥିବା ଛାତ୍ରଛାତ୍ରୀ, ବୋର୍ଡ ଓ ଅଲµିଆଡ୍ ପାଠ୍ୟଦାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ଅନନ୍ୟ ସ‘ଳତାରେ ଅନୁଷ୍ଠାନର ଡାଇରେକ୍ଝର ଏଡ୍ମିନିଷ୍ଟ୍ରେସନ୍ ଡି. ନାଗେଶ୍ବର ରାଓ, ମ୍ୟାନେଜିଂ ଡାଇରେକ୍ଝର ଜି.ଭାସ୍କର ରାଓ, ଏକାଡେମିକ ଡାଇରେକ୍ଝର ଭି. ଶ୍ରୀନିବାସ, ଡାଇରେକ୍ଝର ଡା.ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିମେଣ୍ଝ ନଗର ଇଂଲିସ୍ ମିଡିୟମ୍ ସ୍କୁଲ୍ ଅଧ୍ଯକ୍ଷ ମୁରାରୀ ପ୍ରସାଦ ସାହୁ, ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍ ଉପାଧ୍ଯକ୍ଷ ଚିତ୍ତରଞ୍ଜନ ପତି ତଥା ଉପାଧ୍ଯକ୍ଷ ମନୋରଞ୍ଜନ ପତି ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar