Breaking News
Home / Bhubaneswar / Meeting of Nayagarh District Congress Committee

Meeting of Nayagarh District Congress Committee

ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ବୈଠକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଅନୁଷ୍ଠିତ

ଭୁବନେଶ୍ବର ତା ୩.୬.୨୦୧୭ (ପ୍ରଶାନ୍ତ କୁମାର ଭୁୟାଁ) ନୟାଗଡ ଜିଲ୍ଲା କଂଗ୍ରେସ କମିଟି ବୈଠକ ଆଜି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ଦଳର ସାଂଗଠନିକ ନିର୍ବାଚନ – ୨୦୧୭ ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ନୟାଗଡ ଜିଲ୍ଲାର ଦଶପଲ୍ଲା, ଗଣିଆ, ନୂଆଗଁା, ନୟାଗଡ, ଓଡଗଁା, ଖଣ୍ଡପଡା, ଭାପୁର ଓ ରଣପୁର ବ୍ଲକର ବ୍ଲକ କଂଗ୍ରେସ କମିଟି ସଭାପତି, ଗତ ତ୍ରିସ୍ତରୀୟ ପ ାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ, ଜିଲ୍ଲାର ବିଭିନ୍ନ ଗ୍ରାମ ପ ାୟତର ସରପ , ସମିତି ସଭ୍ୟ, ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ େଯାଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ହରିହର କରଣ, ଶ୍ରୀ ରମାକାନ୍ତ ମିଶ୍ର, ଶ୍ରୀମତୀ ସନ୍ଧ୍ୟା ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ନୟାଗଡ ଜିଲ୍ଲାର ପ୍ରଭାରୀ ଡକ୍ଝର ଯୁଧିଷ୍ଠିର ଜେନା, ସହପ୍ରଭାରୀ ସୀତାଂଶୁ ଦାସ, ସୌମ୍ୟପ୍ରକାଶ ମହାପାତ୍ର ଓ ପିସିସି ସଂପାଦକ ମନୋଜ ସାହୁ, ଜିଲ୍ଲାର ଉପସଭାପତି ହୁସେନ୍ ଖଁା, ଡ. ସନ୍ତୋଷ ଲେଙ୍କା, ଗତ ବିଧାନସଭାରେ ପ୍ରାର୍ଥୀ ହୋଇଥିବା ଖଣ୍ଡପଡାର ବିନୋଦିନୀ ମହାନ୍ତି, ଦଶପଲ୍ଲାର ଇନ୍ଦୁମତି ନାୟକ ସମେତ ଶତାଧିକ କଂଗ୍ରେସ ନେତୃବୃନ୍ଦ ଏଥିରେ େଯାଗ ଦେଇଥିଲେ। ଜିଲ୍ଲା କଂଗ୍ରେସ କମିଟିର ସଭାପତିି ଲାଲା ମନୋଜ ରାୟ କଂଗ୍ରେସ ଦଳ ଛାଡି ଦଳ ପ୍ରତି ଚରମ ବିଶ୍ବାସଘାତକତା କରି ଦଳରୁ ଇସ୍ତଫା ଦେଇ ବଜେପି ଦଳରେ େଯାଗଦେବା ପାଇଁ ସ୍ଥିର କରିଥିବା ହେତୁ ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଦଳରୁ ତାଙ୍କୁ ବହିସ୍କାର କରାଗଲା। ସମନ୍ବୟ କମିଟି ଗଠନ କଂଗ୍ରେସ ଦଳର ସାଂଗଠନିକ ନିର୍ବାଚନ – ୨୦୧୭ ସକାଶେ ଜିଲ୍ଲା କଂଗ୍ରେସ କମିଟି ବୈଠକରେ ସର୍ବସମ୍ମତ ଭାବରେ ଏକ ସମନ୍ବୟ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିରେ ହୁସେନ୍ ଖଁା ଆବାହକ, ଶ୍ରୀ ମନୋଜ କୁମାର ସାହୁ, ଯୁଗ୍ମ ଆବାହକ ରହିଥିବା ବେଳେ ଡ. ସନ୍ତୋଷ କୁମାର ଲେଙ୍କା, ଶ୍ରୀ ହରପ୍ରସାଦ ମହାପାତ୍ର, ଶ୍ରୀ ଦେବାଶିଷ ପରମଗୁରୁ, ଶ୍ରୀମତୀ ବିନୋଦିନୀ ମହାନ୍ତି, ଶ୍ରୀମତୀ ଉମାରାଣୀ ପାଣି ଓ ଶ୍ରୀ ଅନନ୍ତ ନାରାୟଣ ନାଥ ସଭ୍ୟ ଭାବରେ ରହିଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar