Breaking News
Home / BJP / For the safety of women political reform is essential in Odisha : Dharmendra Pradhan

For the safety of women political reform is essential in Odisha : Dharmendra Pradhan

ଓଡିଶା ମହିଳା ମାନଙ୍କର ପ୍ରକୃତ ବିକାଶ ପାଇଁ ରାଜ୍ୟରେ ରାଜନୈତିକ ପରିବର୍ତନ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

କଟକ୩ ଜୁନ୨୦୧୭: (ଦେବବ୍ରତ ମହାନ୍ତି) – ଓଡିଶାରେ ଏକ ମହିଳା ବିରୋଧୀ ସରକାର ଚାଲିଛି ା ଓଡିଶାରେ କେବଳ ରାଜନୈତିକ ପରିବର୍ତନ ନୁହେଁ, ମହିଳା ଏବଂ ଏହି ବର୍ଗର ଆର୍ଥିକ ଦୃଷ୍ଟିରୁ ପଛରେ ଥିବା ମହିଳା ମାନଙ୍କର ପ୍ରକୃତ ବିକାଶ ପାଇଁ ଏକ ନିର୍ଦିଷ୍ଟ ଖସଡା ମୋଦିଙ୍କ ନ୍ୟୁ ଓଡିଶାର ଅଙ୍ଗ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ରୀ ବିଜେପି ମହିଳା ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ା ମହିଳା ମାନଙ୍କୁ ଏକାଠି କରି ଏକ ରାଜନୈତିକ ଆନ୍ଦୋଳନର ନେତୃତ୍ବ ନେବା ପାଇଁ ମହିଳା ମୋର୍ଚାର କାର୍ଯ୍ୟକର୍ତା ମାନଙ୍କୁ ସେ ଆହ୍ବାନ ଦେଇଛନ୍ତି ା ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ େଯ ଓଡିଶାରେ ମହିଳା ମାନଙ୍କର ସୁରକ୍ଷା ବିପନ୍ନ ହୋଇଛି ଓ ସେମାନଙ୍କର ଜୀବନ ଜୀବିକା ମଧ୍ୟ ସୁରକ୍ଷିତ ନୁହେଁ ା ଏପରି ପରିପ୍ରେକ୍ଷୀରେ ରାଜ୍ୟର ୩୬ ହଜାର ବୁଥରେ ମହିଳାଙ୍କ ସମସ୍ୟା ଓ ଅଧିକାର ନେଇ ମହିଳା ମୋର୍ଚା କର୍ମୀ ମାନେ ରାଜ୍ୟ ସରକାରଙ୍କ ବିରୋଧରେ ରାଜନୈତିକ ଆନ୍ଦୋଳନ କରିବା ପାଇଁ ସେ ଆହ୍ବାନ ଜଣାଇଛନ୍ତି ା ଶ୍ରୀ ପ୍ରଧାନ କହିଛନ୍ତି େଯ ମୋଦିଙ୍କ ଶାସନରେ ମହିଳା ମାନଙ୍କୁ ସର୍ବାଧିକ ଗୁରୁତ୍ବ ମିଳିଛି ା କେବଳ ଉଜ୍ବଳା େଯାଜନା ନୁହେଁ, ସୁକନ୍ୟା ସମୃଦ୍ଧି ହେଉ, ଅଥବା ସ୍ବଚ୍ଛ ଭାରତ ଅଭିଯାନ ଏହି େଯାଜନାରେ ମହିଳା ମାନଙ୍କୁ ସବୁଠୁ ଅଧିକ ଲାଭ ମିଳିଛି ା ସ୍ବଚ୍ଛ ଭାରତ େଯାଜନାରେ ଘରେ ପାଇଖାନା ନିର୍ମାଣ ପାଇଁ ମୋଦି ସରକାରଙ୍କୁ ରାଜ୍ୟ ମାନଙ୍କୁ ହାତ ଖୋଲା ଅନୁଦାନ କାରଣରୁ ଆଜି ଘରେ ଘରେ ପାଇଖାନା ପହଂଚୁଛି ା ମାତ୍ର ରାଜ୍ୟର ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ହିତାଧିକାରୀ ଚୟନରେ ନ୍ୟାୟ କରୁ ନାହó ା ପାଇଖାନା ପାଇଁ ଲାଂଚ ଦେବାକୁ ପଡୁଛି ା ମହିଳା ମୋର୍ଚାକୁ ଏହା ବିରୁଦ୍ଧରେ ଗାଁ ଗାଁରେ ମହିଳା ଅଧିକାରର ଆନ୍ଦୋଳନର ଯୁଦ୍ଧ କରିବାକୁ ପଡିବ ବୋଲି ସେ କହିଥିଲେ ା ଆହୁରି ମଧ୍ଯ ଶ୍ରୀ ପ୍ରଧାନ କହିଲେ େଯ ଓଡିଶାର ୮୬ ଭାଗ ଲୋକ ମାନଙ୍କ ପାଇଁ ମୋଦି ଚାଉଳ ପଠାଉଛନ୍ତି ଓ ୩୨ ଟଙ୍କାରୁ ୨୯ ଟଙ୍କା ପ୍ରଦାନ କରୁଛନ୍ତି ା ମାତ୍ର ବିଜେଡି କଟକ ମେୟର ଭଳି ପ୍ରତିପତିଶାଳୀ ମହିଳାଙ୍କୁ ମୋଦି ପଠାଉଥିବା ଗରୀବଙ୍କ ଅର୍ଥକୁ ଦଳୀୟ ଆଧାରରେ ବାଂଟି ଦେଉଛି ବୋଲି ଅଭିେଯାଗ କରି ଗୋଟିଏ ବି େଯାଗ୍ୟ ହିତାଧିକାରୀ ବାଦ ପଡିବେ ନାହó ସେଥିପାଇଁ ଆନ୍ଦୋଳନର ରାସ୍ତାରେ ଯିବା ପାଇଁ ସେ ଆହ୍ବାନ କରିଛନ୍ତି ା ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବଳ୍ପ ସୁଧରେ ଋଣ ପ୍ରଦାନ ପାଇଁ ମୋଦି ଅର୍ଥ ପ୍ରଦାନ କରୁଛନ୍ତି ା ମାତ୍ର ବିଜେଡି ମୁଷ୍ଟିମେୟ ସ୍ବୟଂ ସହାୟକ ଗୋଷ୍ଠୀକୁ ଦଳୀୟ ଆଧାରରେ ଅର୍ଥ ପ୍ରଦାନ କରିବା କାରଣରୁ ହଜାର ହଜାର ସ୍ବୟଂ ସହାୟକ ଗୋଷ୍ଠୀ ବନ୍ଦ ହେବାରେ ଲାଗିଛି ବୋଲି ସେ କହିଥିଲେ ା ମୁଖ୍ୟମନ୍ତୟୀ ରାଜ୍ୟର କେଉଁ ଅଂଚଳକୁ ଗଲେ ସିଡିପିଓ ମାନେ ଏସଏଚଜି ମାନଙ୍କୁ ମୁଖ୍ୟମବୀଙ୍କ ସଭାକୁ ଲୋକ ଆଣିବା ପାଇଁ ରାଜନୈତିକ ବ୍ୟବହାର କରୁଛନ୍ତି ା ମହିଳାଙ୍କ ବିକାଶ ନୁହେଁ ମହିଳାଙ୍କୁ ବ୍ୟବହାର କରି ରାଜନୈତିକ ସ୍ବାର୍ଥ ସାଧନ ରାଜ୍ୟ ସରକାରଙ୍କର ଗୋଟିଏ ମାତ୍ର ଏଜେଂଡା ହୋଇଛି ାଅପର ପକ୍ଷରେମୋଦି ସରକାର ମୁଦ୍ରା ଋଣ ହେଉ ଅଥବା ଷ୍ଟାର୍ଟ ଅପ, ହସ୍ତତନ୍ତ, ହସ୍ତଶୀଳ୍ପ ଓ କୂଟୀର ଶିଳ୍ପ ସମେତ ମହିଳା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ା ରାଜ୍ୟରେ େଯଉଁ ପରିବର୍ତନର ବାତାବରଣ ସୃଷ୍ଟି ହୋଇଛି ସେହି ପରିବର୍ତନ ପ୍ରକ୍ରିୟାରେ ମହିଳା ମାନଙ୍କର ଭାଗ ମଧ୍ୟ ଅଧେ ରହିବ ା ଏଥିରେ ମହିଳା ମୋର୍ଚା ସାମିଲ ହୋଇ ପରିବର୍ତନକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଆହ୍ବାନ ଜଣାଇଛନ୍ତି ା

About surendrahota

Leave a Reply

%d bloggers like this:
Skip to toolbar