Breaking News
Home / Bargarh / Bargarh District Executive meeting of BJD

Bargarh District Executive meeting of BJD

ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ: ଅହଂଭାବ ପରିତ୍ୟାଗ କରି ଏକହୋଇ ଲଢ଼ିବାକୁ ଆହ୍ବାନ

ବରଗଡ଼,୩ ଜୁନ ୨୦୧୭ : ବରଗଡ଼ ସ୍ଥାନୀୟ ଅନ୍ନପୂର୍ଣ୍ଣ ପେଲେସ୍ଠାରେ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ା ବରଗଡ଼ ଜିଲ୍ଲା ବିଜେଡି ସଭାପତି ବିଜୟ ରଂଜନ ସିଂ ବରିହାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ କାର୍ଯ୍ୟକାରିଣୀ ସଭ୍ୟ ସଭ୍ୟାଙ୍କ ସମେତ ଯୁବ ଜନତା, ଛାତ୍ର ଜନତା ଓ ମହିଳା ସଂଗଠନର ଛାମୁଆ ନେତାମାନେ େଯାଗ ଦେଇଥିଲେ ା ପର୍ଯ୍ୟବେକ୍ଷକଭାବେ ରାଜ୍ୟ ଶକ୍ତି ଓ ଇଷ୍ପାତ ଖଣିମନ୍ରୀ ପ୍ରଫୁଲ୍ଲ ମଲ୍ଲିକ େଯାଗଦେଇ ଜିଲ୍ଲାର ସାଂଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ରୀ ଦେଇଥିବା ଆହ୍ବାନ ଆମ ଗାଁ ଆମ ବିକାଶର ବିସ୍ତୃତ ପାଠ ପଢ଼ାଇଥିଲେ ା ରାଜ୍ୟସଭା ସଦସ୍ୟ ତଥା ବିଜେଡି ରାଜ୍ୟ ଉପସଭାପତି ପ୍ରସନ୍ନ ଆ·ର୍ଯ୍ୟ ଉପସ୍ଥିତ କାର୍ଯ୍ୟକାରୀ ସଭ୍ୟମାନଙ୍କୁ ସାଂଗଠନିକ ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ ା ବରଗଡ଼ ସାଂସଦ ଡ. ପ୍ରଭାସ ସିଂ ବରଗଡ଼ ଜିଲ୍ଲାର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ସମସ୍ତଙ୍କର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ ା ହସ୍ତତନ୍ତ ଓ ବୟନ ଶିଳ୍ପମନ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଜୁ ଜନତା ଦଳ ବରଗଡ଼ ଜିଲ୍ଲାରେ ତୃଣମୂଳ ସ୍ତରରେ କାର୍ଯ୍ୟକରି ଆସୁଛି ା ଆମେ ସାଧାରଣ ଜନତାଙ୍କ ସହିତ ରହିଛୁ ଏବଂ ସାଧରଣ ଜନତା ମଧ୍ଯ ଆମ ସହିତ ଅଛନ୍ତି ଏବଂ ଓଡ଼ିଶାରେ ନବୀନ ବାବୁଙ୍କ ବିକଳ୍ପ ନାହିଁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ା ରାଜ୍ୟ ଶ୍ରମମନ୍ରୀ ସୁଶାନ୍ତ ସିଂ, ବରଗଡ଼ ଜିଲ୍ଲାର ସାଂଗଠନିକ ସ୍ଥିତି ବିଷୟରେ ଉଲ୍ଲେଖ କରିବା ସହିତ ରାଜ୍ୟ ସରକାରଙ୍କ ଦ୍ବାରା ସାଧାରଣ ଜନତାଙ୍କ ପାଇଁ କରାଯାଉଥିବା ବିଭିନ୍ନ ଜନହିତକର େଯାଜନା ଗୁଡ଼ିକ ଲୋକଙ୍କୁ ବୁଝାଇବା ପାଇଁ ବିଜେଡି ଯୁବ ବାହିନୀକୁ ପରାମର୍ଶ ଦେବା ସହିତ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକୁ ସୋସିଏଲ୍ ମିଡିଆରେ ସ୍ଥାନୀତ କରିବା ପାଇଁ ଆହ୍ବାନ ଦେଇଥିଲେ ା ବରଗଡ଼ ବିଧାୟକ ଦେବେଶ ଆ·ର୍ଯ୍ୟ ଉପସ୍ଥିତ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକାରୀ କର୍ମକତ୍ର୍ତା ଓ ସଭ୍ୟସଭ୍ୟାମାନଙ୍କୁ ନିଜ ଭିତରେ ଥିବା ଅଂହ ଭାବକୁ ପରିତ୍ୟାଗ କରି ଦଳ ପାଇଁ ଏକ ହୋଇ ଲଢ଼ିବାକୁ ଆହ୍ବାନ ଦେଇଥିଲେ ା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରଭାତାଦିତ୍ୟ ମିଶ୍ର ମଧ୍ଯ ସାଂଗଠନିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ା ଏହି ଅବସରରେ ବିଜୁ ଜନତା ଦଳ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର କର୍ମକତ୍ର୍ତା େଯାଗଦେଇ ନିଜ ନିଜ ଅଞ୍ଚଳର ସାଂଗଠନିକ ସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ା

About surendrahota

Leave a Reply

%d bloggers like this:
Skip to toolbar