Breaking News
Home / Agriculture / Rs 45 Crore Special Drought Assistance to the Farmers of Western Odisha

Rs 45 Crore Special Drought Assistance to the Farmers of Western Odisha

 ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ୪୫ କୋଟି ଟଙ୍କାର ମରୁଡ଼ି ସହାୟତା ପ୍ରଦାନ କରାଯାଇଛି

ବରଗଡ଼,୨/୬/୨୦୧୭ (ସୁରେନ୍ଦ୍ର ହୋତା) – ୨୦୧୫/୧୬ କୃଷି ବର୍ଷରେ ସମଗ୍ର ପଶ୍ଚିମ ଓଡ଼ିଶା ମରୁଡ଼ିର ସମ୍ମୁଖୀନ ହୋଇଥିଲା କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡ଼ି ସହାୟତା େଯାଗାଇ ଦେବାପାଇଁ ରାଜ¥ସରକାର ଘୋଷଣା କରିଥିଲେ। ଚଳିତ ମାସ ୨୬ ତାରିଖ ସୁଦ୍ଧା ରାଜ¥ ସରକାର ରାଜ¥ର ୨୧୪୫୯୬ ଜଣ ଚାଷୀଙ୍କୁ ସ୍ପେଶାଲ ଡ଼୍ରାଉଟ ଏସିଟେନ୍ସ (ଏସଡ଼ିଏ) ରୁପେ ୭୭୬୫୩୬୪୪୯ ଟଙ୍କା ମରୁଡ଼ି ସହାୟତା େଯାଗାଇ ଦେଇଛନ୍ତି। ତନ୍ମଧ୍ଯରୁ ପଶ୍ଚିମ ଓଡ଼ିଶାର ଦଶଟି ଜିଲାର ୧୨୪୮୪୪ ଜଣ ଚାଷୀଙ୍କୁ ୪୫ କୋଟି ୯୩ ଲକ୍ଷ ୯ହଜାର ୭୫୭ ଟଙ୍କା େଯାଗାଇ ଦିଆଯାଇଛି। ସରକାରୀ ରେକର୍ଡ଼ ଅନୁସାରେ ବଉଦ, ସୂବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲାର ସମସ୍ତ ଚାଷୀ ସµୁର୍ଣ୍ଣ ରୂପେ ମରୁଡ଼ି ସହାୟତା ପାଇସାରିଥିବା ସମୟରେ ବରଗଡ଼ ଜିଳାର ୨୭୩୧୯ ଜଣ ଚାଷୀ ୮୯୩୮୧୧୬୪ ଟଙ୍କା ପାଇଥିôବା ସମୟରେ ଆହୁରି ୮ଲକ୍ଷ ୬୩ ହଜାର ୨୬୦ଟଙ୍କାର ପ୍ରାପ¥ ବକେୟା ରହିଯାଇଛି।ସେହିପରି ବଲାଙ୍ଗିର ଜିଳାର ୨୪୫୬୬ ଜଣ ଚାଷୀଙ୍କୁ ୧୦୦୬୫୭୧୫୮ ଟଙ୍କା ପଇଠ କରାଯାଇଥିବା ସମୟରେ ଆହୁରି ୯୬୪୪୪୦ଟଙ୍କା ବାକି ରହିଯାଇଛି। ବଉଦ ଜିଲାର ୧୧୪୩୨ ଜଣ ଚାଷୀଙ୍କୁ ୪୨୨୩୪୮୭୧ ଟଙ୍କା , ସମ୍ବଲପୁର ଜିଲାର ୧୦୯୯୧ ଜଣ ଚାଷୀଙ୍କୁ ୩୪୭୮୮୩୬୩ ଟଙ୍କା ସୂବର୍ଣ୍ଣପୁର ଜିଲାର ୧୨୩୫୦ ଜଣ ଚାଷୀଙ୍କୁ ୪୪୬୦୯୯୪୦ ଟଙ୍କା ପଇଠ କରାଯାଇଛି। ସେହିପରି ଦେବଗଡ଼ ଜିଲାର ୬୩୧୫ ଜଣ ଚାଷୀଙ୍କୁ ୧୨୭୮୬୬୦୨ ଟଙ୍କା ପଇଠ କରାଯାଇଥିବା ସମୟରେ ଆହୁରି ୩୬୧୪ଟଙ୍କା ପଇଠ କରାଯାଇ ପାରିନାହó। ଝାରସୁଗୁଡ଼ା ଜିଲାର ୭୮୪୯ ଜଣ ଚାଷୀଙ୍କୁ ୨୮୮୫୧୩୭ ଟଙ୍କା ପଇଠ କରାଯାଇ ଥିବା ସମୟରେ ଆହଚରି ୬୨୪୧୫ ଟଙ୍କା ବାକି ରହିଯାଇଛି।ତେବେ କଳାହାଣ୍ଡି ଜିଲାରେ ୩୮୩୪୨୦୬୯ ଟଙ୍କା ଚାଷୀଙ୍କୁ ପଇଠ କରାଯାଇଛି। ତେବେ ଚାଷୀଙ୍କୁ ଭୁଲରେ ଅତ¥ଧିକ ୨୦ ହଜାର ଟଙ୍କା ପଇଠ ହୋଇଥିବା ଜଣାପଡ଼ିଛି।ସେହିପରି ନୂଆପଡ଼ା ଜିଲାରେ ୫୬୯୬ ଜଣ ଚାଷୀଙ୍କୁ ୨୧୧୧୧୬୫୭୯ ଟଙ୍କା ପଇଠ ହୋଇଥିବା ସମୟରେ ଆହୁରି ୧୨୯୬୬୦ ଟଙ୍କାର ବକେୟା ରହିଛି। ଏହା ବ¥ତିତ ସମ୍ବଲପୁର ଜିଲାର ୧୮୩୨୬ ଜଣ ଚାଷୀଙ୍କୁ ୭୨୫୦୭୮୭୪ ଟଙ୍କା ପଇଠ କରାଯାଇଥିବା ସମୟରେ ୪୭୮୧୦୧ ଟଙ୍କା ବକେୟା ରହିଯାଇଛି। ମୋଟାମୋଟି ରୂପେ ପଶ୍ଚିମ ଓଡ଼ିଶାର ୧୨୪୮୪୪ ଜଣ ଚାଷୀଙ୍କୁ ସ୍ପେଶାଲ ଡ଼୍ରାଉଟ ଏସିଟେନ୍ସ (ଏସଡ଼ିଏ) ବାବଦକୁ ୪୫ କୋଟି ୯୩ ଲକ୍ଷ ୯ହଜାର ୭୫୭ ପଇଠ ହୋଇ ସାରିଥିôବା ସମୟରେ ବିଭିନ୍ନ କାରଣରୁ ଏବେବି ୨୪୮୧୪୯୧ ଟଙ୍କା ପଇଠ ହୋଇ ପାରିନାହó। ନିକଟରେ ଅନୁଷ୍ଠିତ ଭିଡ଼ିଓ କନଫରେନ୍ସ ସମୟରେ ବରଗଡ଼ ଜିଲା ପକ୍ଷରୁ ରାଜ¥ ସରକାରଙ୍କୁ ସ୍ପେଶାଲ ଡ଼୍ରାଉଟ ଏସିଟେନ୍ସ (ଏସଡ଼ିଏ) ବାବଦକୁ ଅତିରିକ୍ତ ଅର୍ଥ େଯାଗାଇ ଦେବାକୁ ନିବେଦନ କରାଯାଇଥିବା ଜଣାଯାଏ। ରାଜ¥ ସରକାର ବିଭିନ୍ନ ଜିଲାକୁ ଏସଡ଼ିଏ ବାବଦକୁ ୮୦ କୋଟି ଟଙ୍କାର ଆର୍ଥିକ ସହାୟତା େଯାଗାଇ ଦେଇଥିଲେ ତନ୍ମଧ୍ଯରୁ ମଇ ୨୬ ତାରିଖ ସୁଦ୍ଧା ୭୬.୮୩ କୋଟି ଟଙ୍କାର ବିନିେଯାଗ ପ୍ରମାଣପତ୍ର ମିଲିସାରିଛି। ଏଣୁ ଏହି ଫଣ୍ଡରୁ ଖୁବ ଶୀଘ୍ର ବରଗଡ଼, ନୟାଗଡ଼ ଓ ଅନୁଗୁଲ ଜିଲାକୁ ଆବଶ¥କୀୟ ଅତିରିକ୍ତ ସହାୟତା େଯାଗାଇ ଦିଆଯିବ ବୋଲି ରାଜ¥ସରକାରଙ୍କ ହାଇ ଲେବୁଲ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାଯାଏ।

About surendrahota

Leave a Reply

%d bloggers like this:
Skip to toolbar