Breaking News
Home / BJP / Union minister Dharmendra Pradhan speaks the Success story of Modi government

Union minister Dharmendra Pradhan speaks the Success story of Modi government

ମୋଦି ସରକାର ତିନି ବର୍ଷ ପୂର୍ତି ଅବସରରେ ସବକା ସାଥ ସବକା ବିକାଶ  ସିରିଜ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ

Gunupur ,31th May 2017 : Union minister Dharmendra Pradhan speaks the Success story of Modi government : Photo Biswaranjan Mishra

• ଗୁଣୁପୁରରେ ଉଠାଇଲେ ତିନି ବର୍ଷ ମୋଦିଙ୍କ ସ‘ଳତା ଓ ୧୭ ବର୍ଷର ନବୀନଙ୍କ ବିଫଳତାର କାହାଣୀ
• ମୋଦି ଓଡିଶାକୁ ଗରୀବ କଲ୍ୟାଣ େଯାଜନାର ପ୍ରୟୋଗଶାଳା କରିଛନ୍ତି
• ୧୭ ବର୍ଷର ନବୀନଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ଓଡିଆ ଲୋକ ସେମାନଙ୍କର ହକ୍ ହରାଇଛନ୍ତି
• ଓଡିଶାବାସୀ ମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ

Gunupur ,31th May 2017 : Union minister Dharmendra Pradhan speaks the Success story of Modi government : Photo Biswaranjan Mishra

ଭୁବନେଶ୍ବର, ଗୁଣୁପୁର. ୩୧ ମଇ ୨୦୧୭ (ବିଶ୍ବରଞ୍ଜନ ମିଶ୍ରଙ୍କ ରିପୋର୍ଟ) – ନରେନ୍ଦ୍ର ମୋଦିଙ୍କ ସରକାରର ତିନି ବର୍ଷ ପୂର୍ତି ଅବସରରେ ରାଜ୍ୟରେ ହେବାକୁ ଥିବା ସବକା ସାଥ- ସବକା ବିକାଶ ସିରିଜ ଜନ କାର୍ଯ୍ୟକ୍ରମର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡା ଜିଲ୍ଲାର ଗୁଣୁପୁର ଠାରେ ଶୁଭାରମ୍ଭ କରିଛନ୍ତି ାତିନି ବର୍ଷରେ ନରେନ୍ଦ୍ର ମୋଦି ସରକାରଙ୍କର ସଫଳତାର ହିସାବ ଦେବା ସହ ଓଡିଶାରେ ଚାଲୁଥିବା ନବୀନ ପଟ୍ଟନାୟକ ଶାସନର ସ୍ଥାଣୁତା ଓ ଅପାରଗତା କାରଣରୁ ଓଡିଆ ଲୋକ ମାନଙ୍କର ସ୍ବାର୍ଥ ପ୍ରଭାବିତ ହେଉଛି ବୋଲି ସେ ଅଭିେଯାଗ କରିଛନ୍ତି ା ଶ୍ରୀ ପ୍ରଧାନ କହିଛନ୍ତି େଯ ଗଣତନ୍ରରେ ସାଧାରଣ ଲୋକ ମାନେ ହେଉଛନ୍ତି ମାଲିକ ା ଲୋକ ପ୍ରତିନିଧି ମାନେ ସେମାନଙ୍କର ହଳିଆ ା ମାଲିକକୁ ହିସାବ ଦେବା କାମ ସେବକର ା ପ୍ରଧାନମନ୍ରୀ ନିଜକୁ ଦେଶର ପ୍ରଧାନ ସେବକ ବୋଲି କହିଛନ୍ତି ା ସେହି ପ୍ରଧାନସେବକଙ୍କ ପ୍ରତିନିଧି ଭାବେ ସେ ଗୁଣୁପୁର ଓ ଓଡିଶାବାସୀଙ୍କୁ ଗତ ତିନି ବର୍ଷର ହିସାବ ଦେବାକୁ ଆସିଛନ୍ତି ବୋଲି କହିଛନ୍ତି ା ଶ୍ରୀ ପ୍ରଧାନ କହିଛନ୍ତି େଯ ନରେନ୍ଦ୍ର ମୋଦି ଓଡିଶାକୁ ଗରୀବ କଲ୍ୟାଣ େଯାଜନାର ପ୍ରୟୋଗଶାଳା କରିଛନ୍ତି ା ଗରୀବଙ୍କୁ ପକ୍କା ଘର ପୂର୍ବରୁ ୭୦ ହଜାର ଟଙ୍କା ଥିବା ବେଳେ ଏବେ ୧ ଲକ୍ଷ ୩୦ ହଜାର ଟଙ୍କା ପୁଣି ଏଥିରେ ପାଇଖାନା ପାଇଁ ଅଲଗା ଅର୍ଥ ବରାଦ ମୋଦି କରିଛନ୍ତି ା ମାତ୍ର ମୋଦିଙ୍କ େଯାଜନାରେ ଘରକୁ ବିଜୁ ପକ୍କା ଘର କହି ନବୀନ ପଟ୍ଟନାୟକ ଚଂଚକତା କରି ନିଜ ନାଁରେ ମିଛ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ା ଶ୍ରୀ ପ୍ରଧାନ କହିଛନ୍ତି େଯ ମୋଦି ସାଧାରଣ ଗରୀବ ଲୋକଙ୍କ ପାଇଁ ମୁଣ୍ଡ ଉପରେ ଘର ହେଉ, ଘରକୁ ବିଜୁଳି, ସ୍ବଚ୍ଛ ପିଇବା ପାଣି, ଘରେ ପାଇଖାନା, ରୋଷେଇ ଘରେ ଏଲପିଜି ଠାରୁ ଆରମ୍ଭ କରି ଝିଅ ମାନଙ୍କର ସୁରକ୍ଷା ପାଇଁ ସୁକନ୍ୟା ସମୃଦ୍ଧି େଯାଜନା, ଗର୍ଭବତୀ ମାଙ୍କ ପାଇଁ ୬ ହଜାର ଟଙ୍କା ସମେତ ଅନେକ ଜନକଲ୍ୟାଣକାରୀ େଯାଜନା କରିଛନ୍ତି ା ଏଇଥି ପାଇଁ ଦେଶର ଲୋକ ମାନେ ମୋଦିଙ୍କ ସହିତ ଦୃଢତାର ସହିତ ଠିଆ ହୋଇଛନ୍ତି ା ଅପର ପକ୍ଷରେ ୧୭ ବର୍ଷର ନବୀନ ସରକାରଙ୍କୁ ସମାଲୋଚନା କଲେ ତାଙ୍କ ବିରୁଦ୍ଧରେ ମିଥ୍ୟା ପ୍ରଚାରର ଅଭିେଯାଗ କରି ଜନ ସମସ୍ୟାଠାରୁ ନିଜକୁ ଦୂରେଇ ନେଉଛନ୍ତି ା ଶ୍ରୀ ପ୍ରଧାନ ପଚାରିଛନ୍ତି େଯ ଗୁଣୁପୁର ବଂଶଧାରା କୂଳରେ ଅଛି ା ହେଲେ ଜଳସେଚନ କାହóକି ହୋଇ ପାରି ନାହó ା ବଂଶଧାରା ନଦୀରେ ପାଣି ଡଙ୍ଗରରେ ଆନିକଟ ନିର୍ମାଣ ପାଇଁ ଦାବି ସତ୍ବେ କାହóକି ଏହା ହୋଇ ପାରି ନାହó ବୋଲି ସେ ପ୍ରଶ୍ନ କରିଛନ୍ତି ା ଶ୍ରୀ ପ୍ରଧାନ କହିଛନ୍ତି େଯ ସ୍ଥାନୀୟ ଯୁବକଙ୍କ ପାଇଁ ସ୍ଥାନୀୟ ସ୍ତରରେ ରୋଜଗାରର ସୁେଯାଗ କାହóକି ସୃଷ୍ଟି କରାଯାଇ ପାରି ନାହó ା ମୋଦି େଯଉଁ ସୁେଯାଗ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର ଲୋକଙ୍କ ପାଖରେ ପହଂଚାଇବା ପାଇଁ ବିଫଳ ହୋଇଛନ୍ତି ା ୩୨ ଟଙ୍କା ଚାଉଳରେ ମୋଦି ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଦୁଇ ଟଙ୍କା ଦେଇ ବାହାବା ନେଉଛି ା ମାତ୍ର କଟକ ମେୟର ପରି ଧନୀ ଲୋକ ମାନେ ଓ ସ୍ଥାନୀୟ ଅଂଚଳର ନେତା ମନ୍ରୀଙ୍କ ପରିବାରବର୍ଗ ଲାଭ ଉଠାଉଥିବା ବେଳେ ଗରୀବ ଲୋକ ମାନେ ସେମାନଙ୍କର ହକରୁ ବଂଚିତ ହେଉଛନ୍ତି ାନବୀନଙ୍କ ତିନି ବର୍ଷର ସଫଳତା ଓ ୧୭ ବର୍ଷର ବିଫଳତା ପରିପ୍ରେକ୍ଷୀରେ ଓଡିଶାର ଲୋକ ମାନେ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି ା

Gunupur ,31th May 2017 : Union minister Dharmendra Pradhan speaks the Success story of Modi government : Photo Biswaranjan Mishra

About surendrahota

Leave a Reply

%d bloggers like this:
Skip to toolbar