Breaking News
Home / Bhubaneswar / Plus two Examination Result decleared

Plus two Examination Result decleared

ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ; କଳାରେ କମିଲା ପାସହାର, ବାଣିଜ୍ୟରେ ଛାତ୍ରୀ ଆଗୁଆ

ଭୁବନେଶ୍ୱର:31.05.2017 : ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଳାରେ ପାସ୍‌ହାର ୭୦.୧୭ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ୭୧.୪୩ ପ୍ରତିଶତ ରହିଛି। କଳାରେ ଗତବର୍ଷ ଅପେକ୍ଷା ପାସହାର କମିଥିବା ବେଳେ ବାଣିଜ୍ୟରେ ଚଳିତ ବର୍ଷ ପାସହାର ବଢିଛି।ବାଣିଜ୍ୟରେ ଖୋର୍ଦ୍ଧା ଜିଲ୍ଲାର ପାସ୍‌ ହାର ସର୍ବାଧିକ ୮୭.୨୮ ପ୍ରତିଶତ  ରହିଥିବା ବେଳେ ଦେବଗଡରେ ସର୍ବନିମ୍ନ ୩୯.୭୫ ପ୍ରତିଶତ ପାସ ହାର ରହିଛି। ସେହିପରି କଳାରେ ପୁରୀ ଜିଲାରେ ସର୍ବାଧିକ ପାସହାର ୮୨.୭୮ ପ୍ରତିଶତ ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ୪୦.୦୮ ପ୍ରତିଶତ ପାସହାର ରହିଛି। ଧନ୍ଦାମୂଳକ ଶିକ୍ଷାରେ ବରଗଡ଼ ଜିଲାରେ ସର୍ବାଧିକ ୮୧.୮୧ ପ୍ରତିଶତ ଥିବାବେଳେ ସର୍ବନିମ୍ନ ପାସହାର ୧୫.୨୪ ପ୍ରତିଶତ ରହିଛି ରାୟଗଡା ଜିଲାରେ। ରାଜ୍ୟରେ ମୋଟ ୨୮,୦୫୮ ଜଣ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ୨୦,୦୪୪ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୩୮୬୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୨୯୨୩ ଓ ତୃତୀୟ ଶ୍ରେଣୀରେ ୧୩,୨୪୭ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ବାଣିଜ୍ୟରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗୁଆ ରହିଛନ୍ତି। ସେହିପରି ଚଳିତବର୍ଷ କଳାରେ ୨ଲକ୍ଷ ୪୩ହଜାର ୫୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୧୯ହଜାର ୨୪ଜଣ ପ୍ରଥମ ଶ୍ରେଣୀରେ, ୨୯ହଜାର ୧୬୦ଜଣ ଦ୍ୱିତୀୟ ଶ୍ରେଣୀରେ, ୧ଲକ୍ଷ ୨୫ହଜାର ୫୬୨ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଏହା ସହିତ ଧନ୍ଦାମୂୂଳକ ଓ ପତ୍ରବିନିମୟ ପାଠ୍ୟକ୍ରମର ମଧ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି। ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୬୧ ଦଶମିକ ପ୍ରତିଶତ ହୋଇଛି। ଏଥିରେ ୮ହଜାର ୩୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୫୧୨୦ ଜଣ ପାସ୍ କରିଛନ୍ତି।ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଛନ୍ତି। ଖରାପ ପ୍ରଦର୍ଶନ କରିଥିବା କଲେଜ ଗୁଡିକ ଉପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar