Breaking News
Home / Balangir / Maharaja on the street on protest of power cut in Patanagarh

Maharaja on the street on protest of power cut in Patanagarh

ପାଟଣାଗଡ଼ରେ ବିଜୁଲି ପ୍ରତିବାଦରେ ଧାରଣା ଦେଲେ ପାଟଣା ମହାରାଜା ତଥା ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ

ପାଟଣାଗଡ଼, ତା:୨୨/୦୫: ଜନଜୀବନ ଅସ୍ତବ୍ୟସ୍ତ। ଦିନ ହେଉ କି ରାତି ଅସହ୍ୟ ତାତି। ଏହା ସାଙ୍ଗକୁ ବାରମ୍ବାର ବିଦୁ୍ୟତ୍କାଟ। ଜୀବନ ଯନ୍ରଣାରେ ଛଟପଟ ହେଉଛନ୍ତି ଗାଁ ଓ ସହରର ହଜାର ହଜାର ଲୋକ। ବିଦୁ୍ୟତ୍ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ କର୍ମଚାରୀଙ୍କ ପର୍ଯ୍ୟନ୍ତ େଯତେ ଅଭିେଯାଗ ଓ ଆପତି କଲେ ବି କେହି କର୍ଣ୍ଣପାତ କରୁନାହାଁନ୍ତି। ଶେଷରେ ଖୋଦ ପାଟଣା ମହାରାଜା ତଥା ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କନକବଦ୍ର୍ଧନ ସିଂହଦେଓଙ୍କ ନେତୃତ୍ବରେ ପାଟଣାଗଡ଼ ଅଂଚଳର ଶହ ଶହ ଜନତା ସହରରେ ଥିବା ବିଦୁ୍ୟତ୍ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ତତଲା ଖରାଠାରୁ ବି ବଳିଯାଉଛି ବିଦୁ୍ୟତ୍କାଟ ଜନିତ ଦୁଃଖ। ସହରରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି। ବାହାରେ ଝାଞ୍ଜି, ଭିତରେ ନିଆଁ। କେଉଁଠି ଦଣ୍ଡେ ବସିବା ପାଇଁ ବି ରାହା ମିଳୁନି। ଦୀର୍ଘଦିନ ହେବ ଏଠାକାର ବିଦୁ୍ୟତ ସଂେଯାଗ ନେଇଥିବା ହିତାଧିକାରୀମାନେ ଅଭିେଯାଗ କରି ଆସୁଥିଲେ ମଧ୍ଯ ସେମାନଙ୍କ ଆପତିକୁ କୌଣସି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାଁନ୍ତି। ଲୋ-ଭୋଲ୍ଝେଜ୍ ସାଙ୍ଗକୁ ବାରମ୍ବାର ବିଦୁ୍ୟତ୍କାଟ। ତେଣୁ ବିଦୁ୍ୟତ୍ ପରିଚାଳିତ କୌଣସି ଅନୁଷ୍ଠାନ ବା ବିଦୁ୍ୟତ୍ ଉପରେ ନିର୍ଭର କରୁଥିବା କୌଣସି ପରିବାର ଲୋକେ ଶାନ୍ତିରେ ମୁହୂର୍ତଟିଏ କାଟି ପାରୁନାହଁନ୍ତି। ଶକ୍ତିମନ୍ରୀ ବିଦୁ୍ୟତ୍କାଟ ନ ହେବା ନେଇ ଦୃଢ଼ ପ୍ରତିଶ୍ରୁତି ଦେବା ସତ୍ବେ ବିଭାଗୀୟ ଅଧିକାରୀ ଲୋକଙ୍କୁ ହଇରାଣ କରୁଛନ୍ତି। େଯ ପର୍ଯ୍ୟନ୍ତ ପାଟଣାଗଡ଼ବାସୀଙ୍କୁ ନିୟମିତ ଭାବେ ବିଦୁ୍ୟତ୍ ସେବା େଯାଗାଇ ଦିଆଯିବ ନାହó, ସେ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଏହି ପ୍ରତିବାଦ ଆଗାମୀ ଦିନରେ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ସିଂହଦେଓ।

About surendrahota

Leave a Reply

%d bloggers like this:
Skip to toolbar