Breaking News
Home / Bhubaneswar / Social work of Jai Mahavir Auto Owner Association

Social work of Jai Mahavir Auto Owner Association

ଜଳସେବା ଶିବିର ଉଦ୍ଘାଟିିତ

ଭୁବନେଶ୍ବର: ୨୦/୫- ଲକ୍ଷ୍ମୀସାଗରସ୍ଥିତ ଯାତ୍ରୀ ନିବାସ ସମ୍ମୁଖରେ ଜୟ ମହାବୀର ଅଟୋ ମାଲିକ ସଂଘ ତରଫରୁ ଜଳ ସେବା ଶିବିର ଉଦ୍ଘାଟିତ ହୋଇଯାଇଛି। ତାପମାତ୍ରା ହୁ ହୁ ହୋଇ ବଢୁଥିବା ସମୟରେ ପଥିକମାନଙ୍କ ପାଇଁ ଜଳ ଆବଶ୍ୟକତାକୁ ଅନୁଭବ କରି ସଂଘ ଏହି ପଦକ୍ଷେପ ନେଇଥିଲା। ଏହି ଶିବିରକୁ ଭୁବନେଶ୍ବର ମହାନଗର ନିଗମର ମାନ୍ୟବର ମେୟର ତଥା ଭୁବନେଶ୍ବର ଅଟୋ ମହାସଂଘର ସଭାପତି ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବରେ େଯାଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ବର ଅଟୋ ମହାସଂଘର ସାଧାରଣ ସଂପାଦକ ପଦ୍ମନ ସାମଲ ଓ ୩୩ ନମ୍ବର ଓ୍ବାର୍ଡର କର୍ପୋରେଟର ସୁରେଶ ଚନ୍ଦ୍ର ଜେନା େଯାଗଦେଇଥିଲେ। ଏହି କାର୍ଯ୍ୟକ୍ରମ ସହିତ ମହାବୀର ଅଟୋ ସଂଘର ଲୋଗ ଉନ୍ମୋଚିତ ହୋଇଥିଲା। ସଂଘର ସଭାପତି ପ୍ରଭାକର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସଂଘର ସମସ୍ତ କର୍ମକତ୍ର୍ତା ଓ ସଭ୍ୟବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar