Breaking News
Home / Bargarh / 39th National Gyan Sodha Yatra Concluded at Nrusinghanath

39th National Gyan Sodha Yatra Concluded at Nrusinghanath

୩୯ତମ ଜାତୀୟ ଜ୍ଞାନଶୋଧ ଯାତ୍ରା ଉଦଯାପିତ…
ଓଡ଼ିଶାକୁ ଏକ ଦରିଦ୍ର ରାଏଜ ରୂପେ ଭ୍ରାନ୍ତ ପ୍ରଚାର କରାଯାଉଛି।ପ୍ରାକୃତିକ ସଂଶାଧନ, ସଂସ୍କୃତି,ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିିଶା ଏକ ସମୃଦ୍ଧ ଓ ଶାନ୍ତ ରାଏଜ:ପଦ୍ମଶ୍ରୀ ଅନୀଲ ଗୁପ୍ତା

Bargarh ,18th May 2017 : Padmashree Anil Gupta addressing a press conference at Agragami Yubak Sangha Bargarh regarding 39th Gyan Sosha Yatra which concluded at Nrusinghanath of Bargarh District: Photo: Surendra Hota

ବରଗଡ଼,୧୮/୫ (ସୁରେନ୍ଦ୍ର ହୋତା)- ଓଡ଼ିଶାକୁ ଏକ ଦରିଦ୍ର ରାଏଜ ରୂପେ ଭ୍ରାନ୍ତ ପ୍ରଚାର କରାଯାଉଛି। ବାସ୍ତବରେ ବିଗତ ଆଠ ଦିନରେ ବରଗଡ଼ ଜିଲାରେ ବରପାଲି ଠାରୁ ନୃସିଂହନାଥ ପର୍ଯ¥ନ୍ତ ସହେଯାଗୀ ବୈଜ୍ଞାନିକ, ଗବେଷକ, ଛାତ୍ର, କୃଷକଙ୍କ ସହ ପଦଯାତ୍ରା କରିବା ସମୟରେ ମୋର ହୃତବୋଧ ହୋଇଛି େଯ ଓଡ଼ିଶାର ଏ ଚିତ୍ର ସµୂର୍ଣ୍ଣ ଭ୍ରମାତ୍ମକ। ବରଂ ଓଡ଼ିଶା ସଭ¥ତା, ସଂସ୍କୃତି, ଜୈବବିବିଧତା, ପ୍ରାକୃତିକ ସଂଶାଧନ ପ୍ରତିଟି କ୍ଷେତ୍ରରେ ଏକ ସ୍ବୟଂ ସµୂର୍ଣ୍ଣ ରାଏଜବୋଲି ପଦ୍ମଶ୍ରୀ ଅନୀଲ ଗୁପ୍ତା ଅଗ୍ରଗାମୀ ଯୁବକ ସଂଘ ବରଗଡ଼ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଛନ୍ତି। ୩୯ତମ ଜ୍ଞାନ ଶୋଧଯାତ୍ରା ଅବସରରେ ସେ ୧୧ ତାରିଖ ଠାରୁ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ ବରପାଲି ଠାରୁ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ଆଜି ନୃସିଂହନାଥ ଠାରେ ଏହି ଜାତୀୟ ଶୋଧଯାତ୍ରାର ସମାପ୍ତି ହୋଇଥିଲା। ଏଥିରେ ରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ସମ୍ବଲପୁର ବିଶ୍ବବିଦ¥ାଳୟ, ଭିଏସଏସୟୁଟିର ଛାତ୍ରଛାତ୍ରୀମାନେ ଏକାଠି ପଦଯାତ୍ରା କରିବା ସହ ଜ୍ଞାନ ଆହରଣ ଓ ଜ୍ଞାନ ବିତରଣ କରିଥିଲେ। ଏ ପର୍ଯ¥ନ୍ତ ଜ୍ଞାନ ଶୋଧଯାତ୍ରା ସମଗ୍ର ଭାରତ ବର୍ଷର ସମଗ୍ର ରାଜ¥ରେ ଅନୁଷ୍ଠିତ ହୋଇସାରିଛି। ପ୍ରଥମଚକ୍ରରେ ୨୦୦୭ରେ ଓଡ଼ିଶାର ପଟାଙ୍ଗି ଠାରୁ କୋରାପୁଟ ପର୍ଯ¥ନ୍ତ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦେଶରେ ଦ୍ବିତୀୟ ପର୍ଯ¥ାୟ ଜ୍ଞାନଶୋଧ ଯାତ୍ରା ବରଗଡ଼ ଜିଲାର ବରପାଲି ଠାରୁ ନୃସିଂହନାଥ ପର୍ଯ¥ନ୍ତ ଅନୁଷ୍ଠିତ ହୋଇଥିଲା। ଏହା ଏ ପର୍ଯ¥ନ୍ତ ହୋଇଥିବା ସଫଳ ଶୋଧଯାତ୍ରା ମଧ୍ଯରୁ ଅନ¥ତମ ବୋଲି ପଦ୍ମଶ୍ରୀ ଅନୀଲ ଗୁପ୍ତା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଯାତ୍ରା ସମୟରେ ବିଭିନ୍ନ ବିଦ¥ାଳୟରେ ଗ୍ରୀଷ୍ମାବକାଶ ସମୟରେ ପଛୁଆ ରହିଯାଇଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବା ଦୃଶ¥ ତାଙ୍କୁ ବେଶ ପ୍ରଭାବିତ କରିଥିଲା। ଏପରିକି ଅନେକ ବିଦ¥ାଳୟରେ ୯୦% ଛାତ୍ର ଉପସ୍ଥିତ ଥିବା ତାଙ୍କୁ େଯତିକି ଆଶ୍ଚର୍ଯ¥ାନ୍ମିତ କରିଥିଲା ଛାତ୍ରମାନଙ୍କ ଉପସ୍ଥିତ ଉତ୍ତର ଏବଂ ଶିକ୍ଷକଙ୍କ ନିଷ୍ଠା ତାଙ୍କୁ ପ୍ରଭାବିତ କରିଥିଲା। ଅନେକ ସ୍ଥାନରେ ଶିକ୍ଷକ ମାନେ ଗଣିତ ଶିକ୍ଷା ପାଇଁ େଯଉଁ ମୋଡ଼େଲର ଆଶ୍ରୟ ନେଉଥିଲେ ତାହା ଛାତ୍ରମାନଙ୍କ ମଧ୍ଯରେ ଗଣିତ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା। ସେହିପରି ଯାତ୍ରା ସମୟରେ ସେ ଅନୁଭବ କରିଥିଲେ େଯ ଲୋକଙ୍କ ଆର୍ଥିକ ଦୈନ¥ତା ରହିଥିଲେ ହେଁ ଲୋକଙ୍କ ମଧ୍ଯରେ ସକାରତ୍ମକ ମନୋଭାବ ଓ ବନ୍ଧୁବତ୍ସଳତା ଆତିଥ¥ ଭାବ ଭରି ରହିଥିଲା। ଲୋକଙ୍କ ମଧ୍ଯରେ ଅଭିେଯାଗ କରିବାର ମନୋବୃତ୍ତି ନଥିଲା ବରଂ େଯତିକିରେ ଅଛନ୍ତି ସେତିକିରେ ସେମାନେ ସନ୍ତୁଷ୍ଟି ଥିବା ସେ ଅନୁଭବ କରିଥିଲେ। କେବଳ ଲୋକଙ୍କ ଏକମାତ୍ର ଅଭିେଯାଗ ଥିଲା ମଦକୁ ସµୂର୍ଣ୍ଣ ରୂପେ ବନ୍ଦ କରିବା ଆବଶ¥କ। କାରଣ ଏହା ଗ୍ରାମାଞ୍ଚଳର ଅର୍ଥନୈତିକ ଦୁର୍ଗତିର ପ୍ରଧାନ କାରଣ। ସେ ଯାତ୍ରାପଥରେ ବହୁ ଶିଶୁଙ୍କୁ ଭେଟିଛନ୍ତି ହେଲେ ସେମାନଙ୍କ ମଧ୍ଯରେ ଜଣେ ମଧ୍ଯ ଅପପୃଷ୍ଟି ଶିଶୁଙ୍କୁ ସେ ଭେଟି ନଥିଲେ। ଏ ସµର୍କରେ ସେ ମାଁ ମାନଙ୍କୁ ପଚାରିବାରୁ ଜଣାପଡ଼ିଥିଲା େଯ ଏଠାକାର ମାଁ ମାନେ ଜନ୍ମରୁ ପାଞ୍ଚବର୍ଷ ପର୍ଯ¥ନ୍ତ ଶିଶୁ ମାନଙ୍କୁ ସନ୍ତ¥ପାନ କରାଇଥାନ୍ତି। ଯାହା ସମଗ୍ର ଭାରତବର୍ଷରେ ବିରଳ ବୋଲି ସେ କହିଥିଲେ। ସେ ନିଜେ ଗୁଜୁରାଟ ପ୍ରଦେଶର ବାସିନ୍ଦା। ମାତ୍ର ସେଠାକାର ୪୦% ଶିଶୁ ଜନ୍ମରୁ ପାଞ୍ଚବର୍ଷ ମଧ୍ଯରେ ମୃତୁ¥ବରଣ କରିଥାନ୍ତି। ମାତ୍ର ଏଠାରେ ଶିଶୁମାନେ ସୁସ୍ଥ ହେବାର ଏକମାତ୍ର କାରଣ ହେଉଛି ମା’ମାନଙ୍କ ସ୍ତନ¥ପାନ ଅଭ¥ାସ। ଏସବୁ ସତ୍ତ୍ବେ ଓଡ଼ିଶା ସମୃଦ୍ଧି ପଛରେ ପଛେଇ ଯିବାର ପ୍ରମୁଖ କାରଣଗୁଡ଼ିକ ମଧ୍ଯରେ ପ୍ରଥମତଃ ହେଲା- ଏଠାକାର ଉପôାଦିତ ଶସ¥ର ଗୁଣାମôକ ମୂଲ¥ ବୃଦ୍ଧି ହୋଇନାହó। କୃଷିଜାତ ଫସଲ ଉପôାଦିତ ହେଉଛି ମାତ୍ର ତହóର ଭଣ୍ଡାରୀକରଣ ଏବଂ ଗୁଣାମôକ ମାନ ବୃଦ୍ଧି ଘଟିନାହó। ଏଠାକାର ମୁଖ¥ ଫସଲ ଚାଉଳ ହୋଇଥିବାରୁ ଲୋକେ ବାକି ତୃଣମୂଳ ଶସ¥କୁ ଖାଦ¥ ରୂପେ ବ¥ବହାର କରୁନାହାନ୍ତି। ଏସବୁରେ ପର୍ଯ¥ାପ୍ତ ପରିମାଣର ଭିଟାମିନ ଭରି ରହିଥିଲେ ହେଁ ତାହାକୁ ଲୋକେ ଗ୍ରହଣ କରୁନାହାନ୍ତି। ଏଣୁ ଏ ଦିଗରେ ସରକାର ପ୍ରୟାସ କରିବା ଆବଶ¥କ। ଏଠାରେ ଧାନର ବହୁ ପୁରୁଣା କିସମ ରହିଛି। ମାତ୍ର ଅଧିକାଂଶ ଏବେ ଅବଲୁପ୍ତ ହୋଇଗଲାଣି। ଏଣୁ ‘ହନି-ବି-ନେଟ¨ଓ୍ବାର୍କ’ ପକ୍ଷରୁ ଆଗ୍ରହୀ କୃଷକମାନଙ୍କୁ ପ୍ରାଚୀନ ବିହନ ସଂରକ୍ଷଣ ପାଇଁ ପ୍ରୋତ୍ସାହିତ କରାଯିବ। ସେହିପରି ଏଠାରେ କୃଷି ଉପକରଣର ବ¥ବହାର ବହୁ କମ¨ ରହିଛି। ଏଠାରେ ଚିନାବାଦାମ ଚାଷ ହେଉଛି, ମାତ୍ର ଚିନାବାଦାମ ଅମଳ କରିବା ପାଇଁ କୃଷି ଉପକରଣ ନାହó। ଇଣ୍ଡିଆ ଇନୋଭେସନ ଫାଉଣ୍ଡେସନ, ସୃଷ୍ଟି ଏବଂ ହନି-ବି-ନେଟ¨ଓ୍ବର୍କ ପକ୍ଷରୁ ସେମାନଙ୍କୁ କୃଷି ଉପକରଣ ସµର୍କରେ ତାଲିମ ଦିଆଯିବାର ବ¥ବସ୍ଥା କରାଯିବ ବୋଲି ପଦ୍ମଶ୍ରୀ ଅନିଲ ଗୁପ୍ତା ପ୍ରକାଶ କରିଥିଲେ। ଯାତ୍ରା ସମୟରେ ଏ ପ୍ରକାର କୃଷି ଉପକରଣ ଉଦ୍ଭାବନ କରିଥିବା ଦୁଇଜଣ ରାଷ୍ଟ୍ରୀୟ ପୁରସ୍କୃତ ବୈଜ୍ଞାନିକ ରହିଥିଲେ। ସେମାନେ ଉପଲବ୍ଧ ଜ୍ଞାନକୌଶଳକୁ ବରଗଡ଼ ଜିଲାରେ ବିନିେଯାଗ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ସେହିପରି ଯାତ୍ରାପଥର ଅଧିକାଂଶ ଅଞ୍ଚଳ ପ୍ରାୟ ମରୁଡ଼ି ପ୍ରପୀଡ଼ିତ ଥିଲା। ଜଳ ସଂରକ୍ଷଣର ଅଭାବରୁ ଲୋକେ ଚାଷ କାର୍ଯ¥ ସୂଚାରୁ ରୂପେ ସµନ୍ନ କରିପାରୁ ନାହାନ୍ତି। ଏବେ ମଇ ମାସରେ ମଧ୍ଯ ଅନେକ ପୁଷ୍କରିଣୀରେ ଜଳ ଭରି ରହିଥିବାର ଦେଖାଯାଇଥିଲା। ଏଣୁ ବର୍ଷାଜଳ ଓ ଅନ¥ାନ¥ ଜଳସ୍ରୋତର ଉପେଯାଗ ବିନିେଯାଗ ଦ୍ବାରା କୃଷିର ବିକାଶ କରାଯାଇ ପାରିବ ବୋଲି ସେ ମତପ୍ରକାଶ କରିବା ସାଙ୍ଗକୁ ଏ ସµର୍କରେ ଓଡ଼ିଶା ସରକାରଙ୍କୁ ମଧ୍ଯ ସେମାନଙ୍କର ପ୍ରସ୍ତାବ ଦେବେ ବୋଲି ପ୍ରକାଶ କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ପାରµରିକ ଜ୍ଞାନକୁ ଔପଚାରିକ ବିଜ୍ଞାନ ସହ େଯାଡ଼ାଯାଇ ପାରି ନ ଥିବାରୁ ବିକାଶ ହୋଇ ନ ଥିବା ତାଙ୍କ ହୃଦ¨ବୋଧ ହୋଇଥିଲା। ଏଣୁ ହନି-ବି-ନେଟଓ୍ବାର୍କ ଓ ସୃଷ୍ଟି ପକ୍ଷରୁ ଡ.ବିବେକ ଓ ଡ.ଚୈତନ ପଟେଲଙ୍କୁ ଏହି ଦାୟିତ୍ବ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ। ନିଜର ଜ୍ଞାନକୌଶଳ ଦ୍ବାରା ଏ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଏପରିକି ଛାତ୍ରୀ ଲିପ¨ସା ପ୍ରଧାନ ତାଙ୍କର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ େଯାଗୁ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇସାରିଛନ୍ତି। ସାଧୁ ପଟେଲ ନାମକ ଜନୈକ ବ¥କ୍ତି ପାରµରିକ ଜ୍ଞାନକୌଶଳର ବ¥ବହାର କରି ୫୦ମିଟର ତଳରୁ ଜଳ ଉତ୍ତୋଳନ କରିପାରୁଥିବା ହେଣ୍ଡପµ ନିର୍ମାଣ କରିଛନ୍ତି। ଏ ସµର୍କରେ ଭାରତ ସରକାରଙ୍କ ବିଜ୍ଞାନ କାରିଗରୀ କୌଶଳ ବିଭାଗ ସହ ମଧ୍ଯ ସµର୍କ କରାଯାଇଛି ଏବଂ ସଂପୃକ୍ତ ବ¥କ୍ତିଙ୍କୁ ସମ୍ବଦ୍ର୍ଧିତ କରାଯାଇଛି। ସାଧୁ ପଟେଲ ଚାହóଲେ ତାଙ୍କର ଏହି ମୋଡ଼େଲଟିକୁ ପେଟେଣ୍ଟ କରାଯିବାର ବ¥ବସ୍ଥା କରାଯିବ। କାରଣ ଶୋଧଯାତ୍ରା ସମୟରେ ଏ ପର୍ଯ¥ନ୍ତ ୮୫୦ରୁ ଊଦ୍ଧ୍ର୍ବ ପେଟେଣ୍ଟ କରାଯାଇ ସାରିଲାଣି। ସେହିପରି ପଦଯାତ୍ରା ସମୟରେ ଅନେକ ଅନୋଖା ଉପକରଣ ମଧ୍ଯ ଦେଖିବାକୁ ମିଳିଥିଲା। ତନ୍ମଧ୍ଯରେ ରହିଥିଲା ଏଭଳି ଏକ ମୂଷଧରା ଯନ୍ର େଯଉଁଥିରେ ଏକକାଳୀନ ୩୦ଟି ପର୍ଯ¥ନ୍ତ ମୂଷା ଧରାଯାଇପାରିବ। ସେହିପରି ଜଣେ ବ¥କ୍ତି ମାତ୍ର ଏକଲିଟର ଡିଜେଲରେ ୨୪ହର୍ଷ ପାଓ୍ବାର ଶକ୍ତି ଉପôାଦନ କରୁଥିବା େଓ୍ବଲଡିଂ ମେସିନ ମଧ୍ଯ ନିର୍ମାଣ କରିଥିବା ତାଙ୍କ ଦୃଷ୍ଟିକୁ ଆସିଥିଲା। ଏହାବ¥ତୀତ ନୂଆଁପଡ଼ାର ଜଣେ ଛାତ୍ର ଯା’ର ପିତାମାତା ଉଭୟେ ଦାଦନ ଖଟି ଯାଇଛନ୍ତି ସେ ଛାତ୍ର ଦୂରରୁ ମୋବାଇଲ ଚାଚ୍ର୍ଚ ହୋଇପାରୁଥିବା ଡିଭାଇସ¨ ପ୍ରସ୍ତୁତ କରିଥିଲେ। ଏପରିକି ୫ ମିଟର ଦୂରରୁ ଛାତ୍ର ଜଣକ ତାଙ୍କ ମୋବାଇଲକୁ ଚାଚ୍ର୍ଚ କରିପାରୁଥିଲେ। ଏ ପର୍ଯ¥ନ୍ତ ଏପଲ କµାନୀ ଏଭଳି ଏକ ସମ୍ଭାବନା ସµର୍କରେ ସୂଚନା ଦେଇ ଆସିଥିଲା। ମାତ୍ର ତାହା ବଜାରକୁ ଆସିନାହó। ତେବେ ସଂପୃକ୍ତ ଛାତ୍ର ଜଣକ ଏହାକୁ ସଫଳ କରିପାରିଛନ୍ତି। ଏଣୁ ସୃଷ୍ଟି ପକ୍ଷରୁ ଉଚ୍ଚତର ଗବେଷଣା ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଜିଲା ପ୍ରଶାସନମାନେ ମଧ୍ଯ ଏ ପ୍ରକାର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାର ଆବଶ¥କତା ରହିଛି ବୋଲି ସେ ମନ୍ତବ¥ ଦେବା ସହ ଜିଲା ଓ ସହର ସ୍ତରରେ ଏ ପ୍ରକାର ଛୋଟ ଛୋଟ ଗବେଷଣା ପାଇଁ ପାଣ୍ଠି ସୃଷ୍ଟି କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଏ ପ୍ରକାର ପାଣ୍ଠି ପାଇଁ ମଧ୍ଯ ସେ ନିଜେ ସହେଯାଗ କରିବେ ବୋଲି ପ୍ରକାଶ କରିଥିଲେ। ସାମଗ୍ରୀକ ରୂପେ ୩୯ତମ ଜ୍ଞାନଶୋଧ ଯାତ୍ରା ସଫଳ ହୋଇଥିବା ଓ ଚିରକାଳ ପାଇଁ ବରଗଡ଼ ଜିଲାର ଏହି ଯାତ୍ରା ସ୍ମରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ।

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar