Breaking News
Home / Bhubaneswar / Yuba Adhikar Samabesh of Pradesh Yuba Congress

Yuba Adhikar Samabesh of Pradesh Yuba Congress

ପ୍ରଦେଶ ଯୁବ କଂଗ୍ରେସର “ଯୁବ ଅଧିକାର ସମାବେଶ”ଅନୁଷ୍ଠିତ ମୋଦି ଓ ନବୀନଙ୍କ ମଧ୍ଯରେ ଭିତିରି ବୁଝାମଣା ରହିଛି: ଅମ୍ରିନ୍ଦର ସିଂ ରାଜା ବ୍ରାର

ଭୁବନେଶ୍ବର ତା ୧୬.୦୫ ୨୦୧୭(ଦେବବ୍ରତ ମହାନ୍ତିଙ୍କ ଠାରୁ)- ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ବରେ ଲୋୟର ପିଏମଜି, ଭୁବନେଶ୍ବର ଠାରେ “ଯୁବ ଅଧିକାର” ସମାବେଶ ଆୟୋଜିତ ହୋଇଯାଇଛି। ଅଖôଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଅମ୍ରିନ୍ଦର ସିଂ ରାଜା ବ୍ରାରଙ୍କୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଭୁବନେଶ୍ବର ବିମାନ ବନ୍ଦର ରୁ ସଭାସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା। ଶ୍ରୀ ବ୍ରାର ତାଙ୍କ ଉଦ୍ବୋଧନରେ କହିଥିଲେ େଯ ଓଡ଼ିଶାର ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ ଏବଂ ଭାରତର ପ୍ରଧାନ ମନ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ଯରେ ଭିତିରି ବୁଝାମଣା ରହିଛି। ସିବିଆଇ ତଦନ୍ତରୁ ରକ୍ଷା ପାଇବା ପାଇଁ ମୋଦିଙ୍କ ପାଖରେ ନବୀନ ଶରଣ ପସିଛନ୍ତି। ମୋଦିଙ୍କ ଚାପ ଫଳରେ ଓଡ଼ିଶାରେ ସିବିଆଇ ଦ୍ବାରା ଚିଟ୍ଫଣ୍ଡ ତଦନ୍ତ ଶିଥିଳ ପଡ଼ିଯାଇଛି। ଯାହାଫଳରେ ରାଜ୍ୟ ସରକାର ଓଡ଼ିଶାର ନ୍ୟାର୍ଯ୍ୟ ଦାବି କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରିବାରେ ଅକ୍ଷମ ହେଉଛନ୍ତି। ଅନ୍ୟପକ୍ଷରେ ମୋଦି-ଅମିତ ଶାହା େଯାଡ଼ିକୁ ଶ୍ରୀ ବ୍ରାର ରାଙ୍ଗାବିଲା େଯାଡ଼ି ବୋଲି କହିଛନ୍ତି। ଏହି େଯାଡ଼ି ଦେଶକୁ ଲୁଟିବା ପାଇଁ ଶପଥ ନେବା ସହ ଦେଶରେ ଧାର୍ମିକ ଅସହିସ୍ନୁୂତା ବୃଦ୍ଧିପାଇଁ ଚକ୍ରାନ୍ତ କରୁଛନ୍ତି। ବେକାରୀ ସମସ୍ୟା ପ୍ରତି ଉଦାସୀନ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ପ୍ରତି ପଂଚାୟତରୁ ବିପ୍ଳବ କରିବାକୁ ଓଡ଼ିଶାର ଯୁବସମାଜକୁ ଶ୍ରୀ ବ୍ରାର ଆହ୍ବାନ ଦେଇଛନ୍ତି। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି କହିଲେ େଯ, ବିଜେଡ଼ି ସାଙ୍ଗରେ ୯ବର୍ଷ ଶାସନରେ ଭାଗୁଆଳି ହୋଇ ବିଜେପି ଦଳ ଆଜି ଦୁର୍ନୀତି ଓ ଅପାରଗତାର ଅଠା କେବଳ ବିଜେଡ଼ି ମୁଣ୍ଡରେ ବୋଳି ଦେଉଛି। ମୋଦିଙ୍କର ବର୍ଷକୁ ୧ କୋଟି ଓ ନବୀନଙ୍କର ବର୍ଷକୁ ୧ ଲକ୍ଷ ନିଯୁକ୍ତି ସ୍ବପ୍ନ କେବଳ ନିର୍ବାଚନୀ ଧୂଆଁବାଣ ଥିଲା। ଓଡ଼ିଶାର ଯୁବ ସମାଜକୁ ମୋଦି ଓ ନବୀନ ବିଭ୍ରାନ୍ତ କରିଛନ୍ତି। ମିଛ କଥା କହି ଭୋଟ ନେବାପରେ ଯୁବସମାଜର ସ୍ବାର୍ଥକୁ ଭୁଲି ଯାଇଛନ୍ତି।ଯୁବ କଂଗ୍ରେସ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମୋଦି ଓ ନବୀନ ସରକାରଙ୍କ ଯୁବ ବିରୋଧି ନୀତି ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବ। ପ୍ରତାରିତ ଯୁବ ସମାଜକୁ ଏକତ୍ରିତ କରାଯାଇ ରାଜ ରାସ୍ତ୍ରାରେ ସରକାର ବିରୁଦ୍ଧରେ ଲଢ଼େଇ ହେବ। ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଲେ େଯ, କୋଟି ବାହାପିଆ ମୋଦି ଓ ଲକ୍ଷେ ବାହାପିଆ ନବୀନଙ୍କୁ ଓଡ଼ିଶାର ଯୁବ ସମାଜ ଚିହ୍ନିରଖନ୍ତୁ। ବେକାରୀ ସମସ୍ୟା ବିରୁଦ୍ଧରେ ଯୁବ କଂଗ୍ରେସର ଆନ୍ଦୋଳନକୁ ତୀବ୍ରତର କରାଯିବ। ଯୁବକମାନଙ୍କୁ ଭୂଆଁ ବୁଲାଇଥିବା ବିଜେଡ଼ି ଓ ବିଜେପି ସରକାରର ପତନ ପାଇଁ ଯୁବ ସମାଜ ଅଂଟାଭିଡ଼ିବାକୁ ଶ୍ରୀ ହରିଚନ୍ଦନ ଆହ୍ବାନ ଦେଇଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଯୁବ କଂଗ୍ରେସ କର୍ମୀ ଶୋଭାଯାତ୍ରା କରି ସଭାସ୍ଥଳକୁ ପ୍ରବେଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଖôଳ ଭାରତ ଯୁବ କଂଗ୍ରେସ ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜୟଦେବ ଜେନା, ଶ୍ରୀ ଶରତ ପଟ୍ଟନାୟକ, ଶ୍ରୀ ଭକ୍ତଚରଣ ଦାସ, ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରାପ୍ରସାଦ ବାହିନୀପତି, ଶ୍ରୀ ଦେବାଶିଷ ପଟ୍ଟନାୟକ, ଶ୍ରୀ ସଂଗ୍ରାମ କେଶରୀ ଜେନା, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ଶରତ ରାଉତ, ଶ୍ରୀ ଗୁରୁପଦ ନନ୍ଦ, ଶ୍ରୀ ଗଣେଶ୍ବର ବେହେରା, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀମତୀ ସସ୍ମିତା ବେହେରା, ଶ୍ରୀ ବିଶ୍ବ ମହାନ୍ତି, ସୁଲୋଚନା ଦାସ ପ୍ରମୁଖ ବେକାରୀ ସମସ୍ୟା ନିୟନ୍ରଣରେ ବିଫଳ ନବୀନ ସରକାର ଓ ମୋଦି ସରକାରର କଟୁ ସମାଲୋଚନା କରିଥିଲେ। ବିକ୍ଷୋଭରତ ଯୁବ କଂଗ୍ରେସ ସଭାପତି ଓ କର୍ମୀମାନଙ୍କୁ ପୋଲିସ୍ ଘଟଣା ସ୍ଥଳରେ ଗିରଫ କରି ଅଟକ ରଖôଥିଲା। ଏହି କାର୍ଯ୍ୟକ୍ରମରେ ରାଜୀବ ପଟ୍ଟନାୟକ, ଆଲୋକ ଲେଙ୍କା, ଅଜୟ ସାହୁ, ସନ୍ତୋଷ ଲେଙ୍କା, ସେକ୍ ଅମିର ମହମ୍ମଦ, ରଞ୍ଜିତ ପାତ୍ର, ସ୍ବାଗତ କର, ନୀଳମାଧବ ପଣ୍ଡା, ସଂକୁନା କହଁର, ପ୍ରଫୁଲ ଦାସ, ସେକ୍ ସଫିକଉଦିନ୍, ପ୍ରଦୁ୍ୟମ୍ନ ତ୍ରିପାଠୀ,କମଳ ତାଣ୍ଡି, ସ୍ମୃତି ରଞ୍ଜନ ଲେଙ୍କା, ତୁଳେଶ୍ବର ନାୟକ, ରୁପେଶ ବେହେରା, େଯ୍ୟାତିପ୍ରକାଶ ଆ·ର୍ଯ୍ୟ, ଦେବାଶିଷ ମହାପାତ୍ର, ଇତିଶ ପ୍ରଧାନ, କୃଷ୍ଣ ମହାନ୍ତି, ୟାସିର ନଓ୍ବାଜ, ବିରେନ୍ଦ୍ର ବାଗ, ବିରଂଚି ବାରିକ, ପ୍ରତାପ ରାଉତରାୟ, ମାନସ ଆ·ର୍ଯ୍ୟ, ବଟକୃଷ୍ଣ ରାଉତରାୟ, ଲିଙ୍ଗରାଜ ସାହୁ, ମନୋଜ ମହାପାତ୍ର,ପ୍ରବୋଧ ଦାସ, ଭବାନୀ ଜେନା, ପିନଟୁ ସାହୁ, ରାକେଶ ସିଂ, ବିଶ୍ବପ୍ରକାଶ ସାମଲ,ଆଶୁତୋଷ ସ୍ବାଇଁ, ବିମଳ ବେହେରା, ସତ୍ୟ ସାମଲ, ସ୍ମୃତି ରଞ୍ଜନ ରାଉତ, ଅରଜିତ ଘୋଷାଲ, ପ୍ରେମଜିତ ମହାନ୍ତି, ବଳରାମ ନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar