Breaking News
Home / Bhubaneswar / Alligation against Bramhagiri Police : BJP demand justice from Mahila Commission

Alligation against Bramhagiri Police : BJP demand justice from Mahila Commission

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାଧିକାରୀଙ୍କ ଅତ୍ୟାଚାର
· ଅତ୍ୟାଚାରରେ ପୀଡିତା ମହିଳା ରାଜ୍ୟ ମହିଳା କମିଶନଙ୍କୁ ଭେଟି ନ୍ୟାୟ ମାଗିଲେ
· ଅଭିଯୁକ୍ତ ଥାନାଧିକାରୀଙ୍କୁ ତୁରନ୍ତ ଗିରଫ ଦାବୀ କଲା ବିଜେପି

ଭୂବନେଶ୍ବର, ତା.୧୭/୦୫: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଉମାଶଂକର ସିଂ ମହିଳାମାନଙ୍କୁ ଅଶ୍ରାବ୍ୟ ଗାଳିଗୁରଜ କରିବା ସହ ମାଡ ମାରି ନିଯ୍ର୍ୟାତନା ଦେଉଛନ୍ତି ା ନିରୀହ ସାଧାରଣ ଜନତାଙ୍କୁ ଭୟଭୀତ କରାଇ ଆତଙ୍କିତ କରିବା ସହ ଶାସକ ବିଜେଡି ଇଙ୍ଗିତରେ ବିରୋଧୀ ରାଜନୈତିକ କାଯ୍ର୍ୟକର୍ତାଙ୍କୁ ହଇରାଣ ହରକତ କରିବା ଏବଂ ଥାନାକୁ ବିଜେଡି ଦଳର କାଯ୍ର୍ୟାଳୟରେ ରୁପାନ୍ତରିତ କରିବା ଭଳି ଜଘନ୍ୟ କାଯ୍ର୍ୟ କରୁଛନ୍ତି ା ଥାନାଧିକାରୀଙ୍କ ଏତାଦୃଶ କାଯ୍ର୍ୟକୁ ତୀବ୍ର ବିରୋଧ କରିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାଯ୍ର୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଗିରଫ କରିବାକୁ ରାଜ୍ୟ ବିଜେପି ଦାବି କରିଛି ାରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ବରିଷ୍ଠ ନେତା କୃଷ୍ନ ଜଗଦ୍ଧେବଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମହିଳା କମିଶନଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ଘଟଣା ସଂପର୍କରେ ଅବଗତ କରାଇଥିଲେ ା ଏହି ସମୟରେ ଥାନାଧିକାରିଙ୍କ ଅତ୍ୟାଚାରରେ ଶିକାର ହୋଇଥିବା ପୀଡିତାଦ୍ବୟ ମଧ୍ଯ ଉପସ୍ଥିତ ଥିଲେ ାଘଟଣା ସଂପର୍କରେ ଅବଗତ କରାଇ ଏହି ପ୍ରତିନିଧି ଦଳ କହିଥିଲେ େଯ, ଗତ ତା.୧୨/୦୫/୨୦୧୭ ତାରିଖ ରାତି ୧୦ଟା ସମୟରେ ଥାନାଧିକାରୀ ଶ୍ରୀ ସିଂ ଥାନାରେ ପୀଡିତା ଉମାମଣୀ ଦଳାଇଙ୍କ ମୁଣ୍ଡ ଚୁଟି ଟାଣି ଅଶ୍ରାବ୍ୟ ଭାଷାରେ ଗାଳିଗୁରଜ କରିବା ସହ ଗାଲକୁ ଶକ୍ତ ଚାପୁଡା ମାଡ ମାରିଥିଲେ ା ଅନୁରୁପ ଭାବେ ତା.୧୩/୦୫/୨୦୧୭ ତାରିଖରେ ଜଣେ ନିରିହ ହରିଜନ ମହିଳା ରଂଜନା ଗୋଚ୍ଚାୟତଙ୍କୁ ମାଡ ମାରି ଥାନା ବାରଣ୍ଡାର ତଳେ ପକାଇ ଦେବା ଫଳରେ ପୀଡିତା ଅଚେତ ହୋଇ ପଡି ପରିସ୍ରା ମଧ୍ଯ କରି ଦେଇଥିଲେ ା ସଂପୃକ୍ତ ଥାନାଧିକାରୀଙ୍କ ବିରୁଦ୍ଧରେ ପୂର୍ବରୁ ଏହିପରି ବହୁ ଅଭିେଯାଗ ଥିବାର ଏହି ପ୍ରତିନିଧି ଦଳ କମିଶନଙ୍କୁ ଜଣାଇଛନ୍ତି ାଏହି ଭଳି ଜଣେ ଅତ୍ୟାଚାରୀ ଥାନାଧିକାରୀଙ୍କୁ ତୁରନ୍ତ କାଯ୍ର୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗିର‘ କରିବାକୁ ଏହି ପ୍ରତିନିଧି ଦଳ କମିଶନଙ୍କ ପାଖରେ ଦାବୀ କରିଛି ା ନଚେତ ଏହି ନିନ୍ଦନୀୟ ଘଟଣା ପ୍ରତିବାଦ ସ୍ବରୁପ ଆସନ୍ତା ୧୮ ତାରିଖରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାଯ୍ର୍ୟାଳୟ ସମ୍ମୁଖରେ ଅନିଦ୍ର୍ଧିଷ୍ଟ କାଳ ପାଇଁ ଗଣଧାରଣା କରାଯିବାକୁ ଘୋଷଣା କରାଯାଇଛି ାଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ଯରେ କୃଷକ ମୋଚ୍ର୍ଚା ସାଧାରଣ ସଂପାଦକ ସୁରଥ ବିଶ୍ବାଳ, ପୁରୀ ଜିଲ୍ଲା ସାଧାରଣ ସଂପାଦକ ଡ.ଦେବେନ୍ଦ୍ର ତରାଇ ଏବଂ ଯୁବ ମୋଚ୍ର୍ଚାର ସମୀର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ା

About surendrahota

Leave a Reply

%d bloggers like this:
Skip to toolbar