Breaking News
Home / Bargarh / Neglected Buddhist spot of Western Odisha

Neglected Buddhist spot of Western Odisha

ପଶ୍ଚିମ ଓଡ଼ିଶାର ବୌଦ୍ଧ କୀତ୍ର୍ତିରାଜୀ ଅବହେଳିତ

ବରଗଡ଼ ଜିଲାର ପ୍ରସିଦ୍ଧ ଗନିଅଁାପାଲି ବୌଦ୍ଧ ବିହାର ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ବୌଦ୍ଧ କୀତ୍ର୍ତିରାଜିକୁ ସରକାରୀ ସ୍ତରରେ ଏ ପର୍ଯ¥ନ୍ତ ଉପଯୁକ୍ତ ମର୍ଯ¥ାଦା ମିଳିପାରି ନାହóଁ। ଯୁଗ ଯୁଗ ଧରି ଗନିଅଁାପାଲିର ଆଦିବାସୀ ସଂପ୍ରଦାୟର ଲୋକେ ଧ୍ଯାନ ମଗ୍ନ ମୁଛଳିନ୍ଦ ବୁଦ୍ଧଙ୍କ ମୂତ୍ର୍ତିକୁ ‘ନାଗ ବାବା’ ରୂପେ ପୂଜା କରି ଆସୁଥିଲେ। ଅଙ୍ଗନଦୀ ଓ ମାଗୁରନାଳା ମୁହାଣରେ ଥିବା ଏହି ଗାଁକୁ ବିଶ୍ବ ପ୍ରସିଦ୍ଧ ଐତିହାସିକ ଚାର୍ଲସ ଫେବ୍ରୀ ୧୯୬୦ରେ ପରିଦର୍ଶନ କରିବା ସହ ଗନିଅଁାପାଲିରେ ପୂଜିତ ନାଗବାବା ବାସ୍ତବରେ ବିରଳ ମୁଚ୍ଛଳିନ୍ଦ ବୁଦ୍ଧ ମୂତ୍ର୍ତି ବୋଲି ଚିହ୍ନଟ କରିଥିଲେ। ଏ ସµର୍କରେ ସେ ତାଙ୍କ ପୁସ୍ତକ ‘ହିଷ୍ଟ୍ରୀ ଅଫ ଦି ଆର୍ଟ ଅଫ¨ ଓଡ଼ିଶା’ ପୁସ୍ତକ ରଚନା କରିବା ପରେ ରାତା ରାତି ବରଗଡ଼ ଜିଲ୍ଲାର ଗନିଆଁପାଲି ବୌଦ୍ଧ ବିହାର ବିଶ୍ବରେ ଚଚ୍ର୍ର୍ଚିତ ପ୍ରସଙ୍ଗ ପାଲଟି ଗଲା। ଏଠାରେ ପ୍ରକାଶ େଯାଗ¥ େଯ, ବୌଦ୍ଧ ଧର୍ମ ଗ୍ରନ୍ଥ ବିନୟ ପେଟିକା ଅନୁସାରେ ତଥାଗତ ବୁଦ୍ଧ ଦିବ¥ତ୍ବ ପ୍ରାପ୍ତି ନିମନ୍ତେ ତପସ¥ାରତ ଥିବା ସମୟରେ ତାଙ୍କୁ ବର୍ଷା ଓ ଝଡ଼ରୁ ରକ୍ଷା କରିବା ପାଇଁ ଆଠଟି ମୁଣ୍ଡଥିବା ସର୍ପରାଜ ମୁଚ୍ଛଳିନ୍ଦ ଫଣା ଟେକି ତାଙ୍କ ଉପରେ ଛତା ସଦୃଶ ରକ୍ଷା କରିଥିଲା। ସମଗ୍ର ବିଶ୍ବରେ କ୍ବଚିତ ଏ ପ୍ରକାର ମୁଚ୍ଛଳିନ୍ଦ ବୁଦ୍ଧ ମୂତ୍ର୍ତି ଦେଖôବାକୁ ମିଳିଥାଏ ବୋଲି ଚାଲର୍ସ ଫେବ୍ରୀ ତାଙ୍କ ପୁସ୍ତକରେ ପ୍ରକାଶ କରିଥିଲେ। ତେବେ ସଚେତନତା ଓ ସୁରକ୍ଷାର ଅଭାବ େଯାଗୁଁ ୨୦୦୮ ଜାନୁୟାରୀ ୩୧ ତାରିଖରେ ରହସ¥ଜନକ ରୂପେ ଗନିଅଁାପାଲିରୁ ମୁଚ୍ଛଳିନ୍ଦ ବୁଦ୍ଧ ଓ ଧର୍ମଚକ୍ର ପ୍ରବତ୍ର୍ତନ ବୁଦ୍ଧଙ୍କ ପ୍ରାଚୀନ ମୂତ୍ର୍ତି ଚୋରି ହୋଇ ଗଲା। ଏହି ଚୋରି ପଛରେ ଆନ୍ର୍ତଜାତିକ ଚୋର ଦଳର ସµୃକ୍ତି ଥିବାର ଅନୁମାନ କରାଯାଉଛି। ତେବେ ଆଶ୍ଚର୍ଯ¥ର କଥା ଏହି ଚୋରିର ଆଠ ବର୍ଷ ପରେ ମଧ୍ଯ ସ୍ଥାନୀୟ ପୁଲିସ କିମ୍ବା କ୍ରାଇମ ବ୍ରାଞ୍ଚ ଏହି ଘଟଣାର ସାମନ¥ତମ ଖôଅ ଠାବ କରି ପାରିନାହó। ଗନିଅଁାପାଲିର ମୁଚ୍ଛଳିନ୍ଦ ବୁଦ୍ଧ ମୂତ୍ର୍ତି ଅତୀତରେ ବରଗଡ଼ ଜିଲାରେ ବୌଦ୍ଧଧର୍ମର ପ୍ରଭାବକୁ ସୂଚୀତ କରୁଅଛି। ସେହିଭଳି ଗବେଷକ ଡ଼କ୍ଝର ଚିତ୍ରସେନ ପଶାୟତଙ୍କ ଅନୁସାରେ ସର୍ପ ରାଜ ମୁଚ୍ଛଳିନ୍ଦଙ୍କ ନାମାନୁସାରେ ମେଲଛାମୁଣ୍ଡାର ନାମକରଣ ହୋଇଥାଇ ପାରେ। କଥିତ ଭାଷାରେ ଅପଭ୍ରଂଶ ହୋଇ ଏବେ ତାହା ମେଲଛାମୁଣ୍ଡା ହୋଇ ଯାଇଛି। ସେହିଭଳି ବୋଡ଼ାସମ୍ବରର ନାମକରଣ ମଧ୍ଯ ବୋଡ଼ା ସାପକୁ ନେଇ ହୋଇଛି। ଏଣୁ ସର୍ପବହୁଳ ବୋଡ଼ାସମ୍ବର ଅଞ୍ଚଳରେ ସର୍ପରାଜ ମୁଚ୍ଛଳିନ୍ଦ ବୁଦ୍ଧମୂତ୍ର୍ତି ଏହି ଅଞ୍ଚଳର ପ୍ରାଚୀନ ସାଂସ୍କୃତିକ ଗୌରବମୟ ବିଭବର ପରିଚାୟକ। ଖ୍ରୀଷ୍ଟୀୟ ଦ୍ବିତୀୟରୁ ଷଷ୍ଠ ଶତାବ୍ଦୀ ମଧ୍ଯରେ ସମଗ୍ର ପଶ୍ଚିମ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରଭାବ ଅନୁଭୂତ ହେଉଥିଲା। ସେ ସମୟରେ ନାଗାର୍ଜୁନ ବୌଦ୍ଧଧର୍ମର ମହାଯାନ ମଧ୍ଯମ ଦର୍ଶନର ମୁଖ¥ ସଂରକ୍ଷକ ଥିଲେ। ତତ¨କାଳୀନ ସାତବାହନ ରାଜା ଗୌତମୀ ପୁତ୍ର ଶାତକର୍ଣ୍ଣୀଙ୍କ ପୃଷ୍ଠପୋଷକତାରେ ପରିମଳଗିରିରେ ନାଗାର୍ଜୁନ ଏକ ବୌଦ୍ଧବିହାର ସ୍ଥାପନା କରିଥିଲେ। ବିଶିଷ୍ଟ ଚୀନ ପରିବ୍ରାଜକ ହୁଏନ¨ସାଂ ତାଙ୍କ ଭାରତ ଗସ୍ତ ସମୟରେ ନାଗାର୍ଜୁନଙ୍କ ବୌଦ୍ଧବିହାର ପରିଦର୍ଶନ କରିଥିଲେ। ଏ ସµର୍କରେ ବିସ୍ତୃତ ବିବରଣୀ ତାଙ୍କ ପୁସ୍ତକରେ ଲିପିବଦ୍ଧ ରହିଛି। ବିଶିଷ୍ଟ ଐତିହାସିକ ନବୀନ ସାହୁ ୧୯୫୮ରେ ନୃସିଂହନାଥର ଗନ୍ଧଗିରିକୁ ହୁଏନ¨ସାଂଙ୍କ ବର୍ଣ୍ଣିତ ପରିମଲଗରି (ପଲିମୋଲୋକିଲି) ବୋଲି ଚିହ୍ନଟ କରିଥିଲେ। ଏହି ଅବସରରେ ସମ୍ବଲପୁର ବିଶ୍ବବିଦ¥ାଳୟ ପକ୍ଷରୁ ଗନିଅଁାପାଲି ଓ ନୃସିଂହନାଥରେ ପ୍ରତ୍ନତାତ୍ତ୍ବିକ ଖନନ କରାଯାଇଥିଲା। ଏହାପରେ ସେଠାରୁ ବହୁ ବୌଦ୍ଧକିତ୍ର୍ତୀ ମିଲିଥିଲା। ତନ୍ମଧ୍ଯରୁ କିଛି ସମ୍ବଲପୁର ବିଶ୍ବବିଦ¥ାଳୟ ମୁ¥ଜିୟମକୁ ଅଣାଯାଇଥିବା ସମୟରେ ଅବଶିଷ୍ଟ ଏବେ ବି ନୃସିଂହନାଥ ମୁ¥ଜିୟମରେ ଗଚ୍ଛିତ ରହିଛି। ଐତିହାସିକ ନବୀନ ସାହୁଙ୍କ ଅନ୍ତେ ନୃସିଂହନାଥରେ ଦ୍ବିତୀୟ ପର୍ଯ¥ାୟୀ ପ୍ରତ୍ନତାତ୍ତ୍ବିକ ଖନନ ପ୍ରତି କେହି ଦୃଷ୍ଟି ଦେଇ ନ ଥିଲେ। ଏହା ଫଳରେ ନୃସିଂହନାଥରେ ଥିବା ନାଗାର୍ଜୁନଙ୍କ ବୌଦ୍ଧବିହାର ସµର୍କରେ ଏବେ ବି ବିଶେଷ କିଛି ତଥ¥ ହାସଲ କରା ଯାଇପାରି ନାହó। ଅନେକ ଐତିହାସିକ ନୃସିଂହନାଥକୁ ପ୍ରାକ ବୁଦ୍ଧଯୁଗୀୟ ବୋଲି ମନ୍ତବ¥ ଦେଇଛନ୍ତି। ସେମାନଙ୍କ ମତାନୁସାରେ ନୃସିଂହନାଥ ମୂଳତଃ ବୌଦ୍ଧଧର୍ମ ସହ ଜଡ଼ିତ ଥିଲା। ନୃସିଂହନାଥର ମାର୍ଜାର କେଶରୀ ମୂତ୍ର୍ତି ବୌଦ୍ଧ ତନ୍ରିକ ମୂତ୍ର୍ତି ବୋଲି ଅନେକେ ମତବ¥କ୍ତ କରିଛନ୍ତି। ତେବେ ପରବତ୍ର୍ତୀ ସମୟରେ ଅନେକ ରାଜାରାଜୁଡ଼ା ନୃସିଂହନାଥ ମନ୍ଦିରର ଜୀର୍ଣ୍ଣେଦ୍ଧାର କରିଥିଲେ। ଅଷ୍ଟମ ବା ନବମ ଶତାଦ୍ଧୀରେ ରାଣୀ ବାସଟା ଦେବୀ ଏହାର ପୁର୍ନନିର୍ମାଣ କରାଇଥିବା ମଧ୍ଯ ଉଲ୍ଲେଖ ରହିଛି। ଚର୍ତୁଦଶ ଶତାବ୍ଦୀରେ ଚୌହାନ ରାଜା ରମାଇ ଦେବ ମଧ୍ଯ ଏହାର ମରାମତି କରାଇଥିଲେ ବୋଲି ଐତିହାସିକ ମାନେ ମତବ¥କ୍ତ କରୁଛନ୍ତି। ଖ୍ରୀଷ୍ଟୀୟ ବର୍ଷର ଆଦିକାଳରୁ ଅଷ୍ଟମ ଶତାବ୍ଦୀ ପର୍ଯ¥ନ୍ତ ଦକ୍ଷିଣ କୋଶଲ ବୌଦ୍ଧଧର୍ମର ପ୍ରମୁଖ କେନ୍ଦ୍ର ରହିଥିଲା। ପରବତ୍ର୍ତୀ ସମୟରେ ଶୈବତନ୍ର ଓ ବୈଷ୍ଣବ ଧର୍ମର ପ୍ରଭାବ ଦ୍ବାରା ବୌଦ୍ଧଧର୍ମର ପ୍ରଭାବ ହ୍ରାସ ପାଇଥିଲା। ସେହିପରି ଅଧୁନା ପଶ୍ଚିମ ଓଡ଼ିଶା, ଦକ୍ଷିଣ କୋଶଳର ଏକ ଅଂଶବିଶେଷ ଥିଲା। ଦକ୍ଷିଣ କୋଶଲର ବଉଦ, ସୁବର୍ଣ୍ଣପୁର, ବିନିକା, ବଲାଙ୍ଗିର, ପାଟଣାଗଡ଼ ଆଦି ଅଞ୍ଚଳରେ ଏକଦା ବୌଦ୍ଧଧର୍ମ ଓ ବୌଦ୍ଧତନ୍ରର ବିଶେଷ ପ୍ରଭାବ ରହିଥିଲା। ବୈଦ୍ଧ ଧର୍ମ ପୁସ୍ତକ ‘ଅଶୋକ ବନ୍ଦନା’ ଅନୁସାରେ ବୌଦ୍ଧଧର୍ମର ସଂରକ୍ଷକ ସମ୍ରାଟ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିବା ପରେ ତାଙ୍କ ଭାଇ ‘ତୀକ୍ଷ’ ମଧ୍ଯ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଏହି ସମୟରେ ବୌଦ୍ଧ ଧର୍ମର ପ୍ରଚାର ଉଦ୍ଧେଶ¥ରେ ସେ କଳିଙ୍ଗରୁ ଦକ୍ଷିଣ କୋଶଲ ଯାତ୍ରା କରିଥିଲେ। ଏହି ସମୟରେ ଦକ୍ଷିଣ କୋଶଳରେ ଦଶ ହଜାର ବୌଦ୍ଧ ସ୍ତୁପ, ପାଞ୍ଚ ହଜାର ସଂଘରମ ଓ ଅନେକ ବୌଦ୍ଧ ବିହାର ଥିବା ଏଥିରେ ବର୍ଣ୍ଣିତ ରହିଛି। ଐତିହାସିକ ନବୀନ ସାହୁଙ୍କ ଗବେଷଣାରେ ତତ¨କାଳୀନ ‘ସମ୍ବଳକ’ ଓ ‘ଲଙ୍କା’ରେ ଉଡ୍ଡିୟନ ବୌଦ୍ଧ ତନ୍ରର ବିଶେଷ ପ୍ରଭାବ ରହିଥିଲା। ଡ଼କ୍ଝର ସାହୁ ‘ସମ୍ବଲକ’କୁ ଆଧୁନିକ ସମ୍ବଲପୁର ଓ ‘ଲଙ୍କା’କୁ ଆଧୁନିକ ସୁବର୍ଣ୍ଣପୁର ରୂପେ ଚିହ୍ନଟ କରିଛନ୍ତି। ସମ୍ବଳକ ରାଜ¥ର ରାଜା ପଦ୍ମସମ୍ଭବଙ୍କ ପୁତ୍ର ଇନ୍ଦଭୂତି ଓ ଲକ୍ଷ୍ମିଙ୍କରା ଯଥାକ୍ରମେ ସମ୍ବଲକ ଓ ଲଙ୍କାରେ ବୌଦ୍ଧତନ୍ରର ପ୍ରଚାର ପ୍ରସାର ଘଟାଇ ଥିଲେ। ସେହିପରି ଏକଦା ପଣ୍ଡୁ ବଂଶୀ, ଭଞ୍ଜ ବଂଶୀ, ତେଲଗୁ ଚୋଡ଼, କଲାଚୁରୀ, ଗଙ୍ଗ ଓ ଚୌହାନ ରାଜବଂଶ ଦ୍ବାରା ଶାସିତ ବଲାଙ୍ଗିରରେ ମଧ୍ଯ ବୌଦ୍ଧ କୀତ୍ର୍ତିର ନିଦର୍ଶନ ରହିଛି। ପ୍ରସିଦ୍ଧ ରାଣୀପୁର ଝରିଆଲ ଏହାର ନିଦର୍ଶନ। ହରିଶଙ୍କର ମନ୍ଦିରରେ ମଧ୍ଯ ମୁଚ୍ଛଳିନ୍ଦ ବୁଦ୍ଧଙ୍କ ମୂତ୍ର୍ତି ରହିଛି। ରାଣୀପୁର ଝରିଆଲରେ ଥିବା ସୋମେଶ୍ବର ମନ୍ଦିର ଗାତ୍ରରେ ଲିଖôତ ଶିଳାଲିପିରେ ବୁଦ୍ଧଙ୍କୁ ମନ୍ଦିରରେ ଅବସ୍ଥାପିତ ଚତୁର୍ଥ ଦେବତା ରୂପେ ଉଲ୍ଲେଖ କରାଯାଇଛି। ଏହି ମନ୍ଦିର ଗାତ୍ରରେ ବୁଦ୍ଧ ଧ୍ଯାନ ମୁଦ୍ରାରେ ଉପବିଷ୍ଟ ଅଛନ୍ତି। ୧୯୯୨ରେ ପଦ୍ମପୁର ଅଞ୍ଚଳ ମହାବିଦ¥ାଳୟର ଇତିହାସ ବିଭାଗର ଅଧ୍ଯାପକ ବିନୋଦ ଚନ୍ଦ୍ର ପାଣ୍ଡେ ଗନିଅଁାପାଲିରେ କେତେକ ବ୍ରାହ୍ମିଲିପିର ସନ୍ଧାନ ପାଇଥିଲେ। ଗନିଆପାଲି ବୌଦ୍ଧ ବିହାର ଦକ୍ଷିଣ ଦିଗ ପ୍ରବେଶ ପଥରେ ବୀର ହନୁମାନ ରୂପେ ପୂଜିତ ସ୍ତମ୍ଭରେ କିଛି ଶିଳାଲିପି ଅଙ୍କିତ ହୋଇଥିଲା। ଯାହା ଅଦ¥ାବଧି ପାଠୋଦ୍ଧାର ହୋଇପାରି ନାହó। ସେହିପରି ଦକ୍ଷିଣ ଦିଗରେ ଥିବା ଶିଳାରେ ମଧ୍ଯ କିଛି ବ୍ରାହ୍ମୀ ଲିପି ରହିଥିଲା। ଅଧ୍ଯାପକ ବିନୋଦ ଚନ୍ଦ୍ର ପାଣ୍ଡେ ମଧ୍ଯ ଏହାକୁ ସµୂର୍ଣ୍ଣ ରୂପେ ପଢ଼ି ପାରି ନଥିଲେ। ତେବେ ଏହାର ପ୍ରଥମ ଧାଡ଼ିରେ ‘କଳଧ (ର) ଏବଂ ଦ୍ବିତୀୟ ଧାଡ଼ିରେ ସ୍ବସ୍ତିକ ଚିହ୍ନ ସହ ‘ଧତିୟ କୁମୋ’ ଲେଖାଯାଇଥିଲା। ସେହିପରି ପୂର୍ବଦିଗ ପାବଚ୍ଛରେ ତିନୋଟି ଧାଡ଼ିରେ ବ୍ରାହ୍ମିଲିପିରେ ଲେଖାଯାଇଥିଲା। ଯାହା ଅସ୍ପଷ୍ଟ ଜଣାପଡ଼ୁଥିଲେ ହେଁ ତୃତୀୟ ଧାଡ଼ିରେ ‘ବସୁରେତି’ ଲେଖାଯାଇଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଏହି ଶିଳାଲିପି ବଣେଇଗଡ଼ର ମହାଦେବ ମନ୍ଦିରର କଳା ବୃଷଭ ତଳେ ଲେଖାଯାଇଥିବା ବ୍ରାହ୍ମୀ ଭାଷାରେ ଲିଖôତ ଶିଳାଲିପି ଓ ନାଗନିକାର ଚିତ୍ରସୂଚୀ ଶିଳାଲିପି, ହାତିଗୁ¶ାର ଶିଳାଲିପି ସହ ସାମଞ୍ଜସ¥ ରହିଛି ବୋଲି ପ୍ରଫେସର ବିନୋଦଚନ୍ଦ୍ର ପାଣ୍ଡେ ମନ୍ତବ¥ ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ଏତେ ସଂଖ¥କ ବୌଦ୍ଧ କୀତ୍ର୍ତି ରହିଥିଲେ ହେଁ ତହóର ପ୍ରଚାର ପ୍ରସାର ଏବଂ ସଂରକ୍ଷଣ ଦିଗରେ ସରକାରଙ୍କ ବିଶେଷ ଆନ୍ତରିକତା ନାହó ବୋଲି ଅଭିେଯାଗ ହେଉଛି। ବୁଦ୍ଧ ପୂର୍ଣ୍ଣିମା ଅବସରରେ ପଶ୍ଚିମ ଓଡ଼ିଶାର ଜନସାଧାରଣ ତଥା ବୁଦ୍ଧିଜୀବୀ ବର୍ଗ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ତଥା ଐତିହାସିକ ବିଭବ ସµର୍କରେ ସଚେତନ ହେବା ସହ ଏହାର ସଂରକ୍ଷଣ ଏବଂ ଅଧିକରୁ ଅଧିକ ଗବେଷଣା ଆବଶ¥କ ବୋଲି ଗନିଆପାଲି ବୌଦ୍ଧକିତ୍ର୍ତୀର ସଂରକ୍ଷକ ଗଣିଆପାଲିର ଦାମୋଦର ସାହୁ ମତ ପ୍ରକାଶ କରିଛନ୍ତି।

Ganiapali

Muchhalinda Buddha

About surendrahota

Leave a Reply

%d bloggers like this:
Skip to toolbar