Breaking News
Home / Bargarh / 112th Birth Day of Kabi Khageswar Seth

112th Birth Day of Kabi Khageswar Seth

ପ୍ରଣମ୍ୟ କବି ସାହିତ୍ୟପ୍ରାଣ ଖଗେଶ୍ବର ଶେଠ

Khageshwar Seth

ଯାହାଙ୍କର ଶରୀରଟା ଥାଏ ଚୁଲିପାଇଁ କାଠ ହାଣିବାରେ ଓ ଆଣିବାରେ ବ୍ୟସ୍ତ ଓ କୌଳିକ ବୃତ୍ତି ମୁଢ଼ି ଭଜା ପାଇଁ ଧାନ କୁଟିବାରେ ଅଭ୍ୟସ୍ତ ଅଥଚ ପ୍ରାଣଟା ଥାଏ ଆହ୍ଲାଦଦାୟୀ ସାରସ୍ବତ ସତ୍ତାରେ ଉଲ୍ଳସିତ ଏବଂ କାଠହଣା ଟାଙ୍ଗିଆ େ·ଟ ଓ ଢିଙ୍କି ପାହାରର ତାଳେ ତାଳେ କାବ୍ୟକବିତାର ଛନ୍ଦ ହୁଏ ପ୍ରସ୍ଫୁଟିତ ସେ ହେଉଛନ୍ତି ଓଡ଼ିଆ ସାହିତ୍ୟ ଜଗତର ଏକ ଅନନ୍ୟ ପ୍ରତିଭାଧର ସାହିତ୍ୟପ୍ରାଣ କବି ସ୍ବର୍ଗତ ଖଗେଶ୍ବର ଶେଠ (୧୯୦୬-୧୯୮୭) ା ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ପ୍ରାୟ ଯାଯାବର ଜୀବନଯାପନ କରି କୌଳିକ ବୃିକୁ ଆଶ୍ରୟ କରି, କେତେବେଳେ ଅବା ମୂଲଲାଗି ସପରିବାର ଜୀବନ ନିର୍ବାହ କରିଥିବା କବିଙ୍କର ସୃଷ୍ଟି ସମ୍ଭାରକୁ ଲକ୍ଷ୍ୟ କଲେ ଆନୁଷ୍ଠାନିକ ଶିକ୍ଷା ବିବର୍ଜିତ କବି ମହାଶୟ େଯ ବାସ୍ତବରେ ଏକ ବିସ୍ମୟ ପ୍ରତିଭା, ନତମସ୍ତକରେ ଏହା ସ୍ବୀକାର କରିବାକୁ ପଡ଼େ ା ସାପ୍ତାହିକ ହାଟ ପାଳିମାନଙ୍କରେ ବହିପସରା ପାଖରେ ବସି ଧର୍ମଗ୍ରନ୍ଥ, ପୁରାଣ, କାବ୍ୟାଳଙ୍କାରଶାସ୍ତ୍ର, ଅଭିଧାନ, ବ୍ୟାକରଣ ସମେତ କବିମାନଙ୍କର କାବ୍ୟ-କବିତାଗୁଡ଼ିକୁ ଅନୁଧ୍ଯାନ ଓ ଆୟ କରି ତାଙ୍କର ପୂର୍ବସୂରୀମାନଙ୍କୁ କାବ୍ୟଗୁରୁ ଭାବରେ ଗ୍ରହଣ କରି ସେ ସବୁର ସମନ୍ବିତ ପ୍ରଭାବ ତଥା ନିଜସ୍ବ ମୌଳିକ ବି·ରଧାରାର ସଂଶ୍ଲେଷଣରେ ସେ ସୃଷ୍ଟି କରିଯାଇଛନ୍ତି ରୀତିଯୁଗ-ଦୁର୍ଲଭ ‘ଚଉତିଶା ଚନ୍ଦ୍ରକଳା’, ଆନୁପ୍ରାସିକ ‘କାନନଯାତ୍ରା’, ‘ପ୍ରଣୟ ନିର୍ଝର’, ‘ବିଷାଦ ନିଶା’ ଭଳି ଆଳଙ୍କାରିକ କାବ୍ୟକବିତା ସହ ମୁକ୍ତଚିନ୍ତନ ଉପରେ ପର୍ଯ୍ୟବସିତ ‘ସମାଜ’, ‘ଠକ ଠାକୁର’, ‘ଆମେ ଗରିବ କାହóକି’ ପରି ଅନେକ ରଚନା ା ‘ଚଉତିଶା ସମ୍ରାଟ’ ମର୍ଯ୍ୟାଦା ବହନକ୍ଷମ ‘ଚଉତିଶା ଚନ୍ଦ୍ରକଳା’ର ଆଳଙ୍କାରିକ ଲେଖନୀ ନିସୃତ ‘ପଏଚ୍ର୍ଛାସତୀ’ କାବ୍ୟରେ ସର୍ବାଧୁନିକ ଯୁଗର ସଶକ୍ତ ନାରୀ ମନସ୍ତତ୍ତ୍ବର ମୁକ୍ତବୟାନକୁ ଦେଖିଲେ କବିଙ୍କର ବିବିଧତାପୂର୍ଣ୍ଣ ବାଣୀସମ୍ଭାର ଓଡ଼ିଶାର ସାରସ୍ବତ ସଂଗ୍ରହାଳୟର ଏକ ସଂକେତ ବହନ କରୁଥିବା ମନେହୁଏ। ‘ଗଙ୍ଗାଧର-କାବ୍ୟାଦର୍ଶରେ ଅନୁପ୍ରାଣିତ କବି ତାଙ୍କ ମାର୍ଗ ଅନୁସରଣ କରୁଁ କରୁଁ କାବ୍ୟକଳାରୁ ପହି ଯାନ୍ତି ନୀତି ଆଦର୍ଶର ପ୍ର·ରକ ସାଧୁସନ୍ଥଙ୍କ ଭୂମିକାକୁ ା ରାଧାନାଥୀ ଶୈଳୀରେ ଅମିତ୍ରାକ୍ଷର ଛନ୍ଦରେ ରଚନା କଲାବେଳେ ତା’ସହିତ େଯାଡ଼ି ଦିଅନ୍ତି ବିପରୀତମୁଖୀ ଭଞ୍ଜୀୟ କାବ୍ୟାଦର୍ଶ ଆଦ୍ୟାନୁପ୍ରାସକୁ ଏବଂ ଓଡ଼ିଆ ବାଙ୍ମୟୀଙ୍କୁ ‘ମଞ୍ଜିରର ପରିର୍ବତ୍ତେ‘ବ’ ପୂର୍ବାନୁପ୍ରାସ ମଞ୍ଜୁ ଝୁଣ୍ଟିଆ ପିନ୍ଧାଇ’ବାକୁ ସୃଷ୍ଟି କରନ୍ତି ‘ବିଷାଦନିଶା’।
କବିଙ୍କର ସୃଷ୍ଟି ସଂପଦ ପୌରାଣିକତାରେ େଯପରି ସଂଶ୍ଲିଷ୍ଟ ଆଧୁନିକ ସଂସ୍କାରକାମୀ ପ୍ରଗତିଶୀଳ ଚେତନାରେ ମଧ୍ଯ ସେପରି ପରିପୁଷ୍ଟ ା ସ୍ବାଧୀନତା ପୂର୍ବରୁ ପ୍ରକାଶିତ ହୋଇ ସାରିଛି ତାଙ୍କର ଚେତନାଧର୍ମୀ ରଚନା ‘ଧନ୍ୟ କଳିକାଳ’ ‘ଚଷା ମୁଲ୍କି ହସା’ ଓ ‘ଆମେ ଗରିବ କାହóକି’ ା େଯଉଁ କବି ଲେଖନୀରୁ ଝରିଛି ରସାଳ ‘ପ୍ରଣୟ ନିର୍ଝର’ ‘କଳାକୁଞ୍ଜ’, ‘ମାତାମହନ୍ତ’, ‘ସୁଭଦ୍ରା’ ‘ମଞ୍ଜୁ-ମଞ୍ଜୁଷା’ ଭଳି କାବ୍ୟ ସେଇ ଲେଖନୀରୁ ପୁଣି ସମ୍ଭବିଛି ବାସ୍ତବଧର୍ମୀ ‘ସ୍ବାଧୀନ ଚିନ୍ତା’, ‘ଭୂଦାନ ଚିନ୍ତା’ ଏବଂ ‘ଭୋଟ୍ ବି·ର’ ମଧ୍ଯ ା
କବିଙ୍କ ନିଜସ୍ବ ଆର୍ଥିକ ଦୈନ୍ୟ, ସାମନ୍ତବାଦ ପ୍ରଥାର ବିରୋଧୀ ମନୋଭାବ, ନିର୍ଭିକ ସ୍ପଷ୍ଟବାଦିତା, ଶୁଖିଲା ଠେଙ୍ଗା ଭାଙ୍ଗିଯିବ ପଛେ ନଇଁବ ନାହó ସ୍ବଭାବ, ତଳୁ ଜେକ୍ କାହóକି ଉପରୁ କ୍ରେନ୍ ନାହó- ଏଭଳି ଅନେକ ପ୍ରତିକୂଳ ପରିବେଶ କବି ପ୍ରତିଭାର ବ୍ୟାପକ ପରିଚିତିରେ ବାଧକ ସାଜିଛି ନିଶ୍ଚୟ ା
କବିଙ୍କ ପ୍ରକାଶିତ ଏବଂ ଅପ୍ରକାଶିତ ରଚନା ସମଗ୍ରକୁ ଏକ ବୃହଦାକାର ଗ୍ରନ୍ଥ ଆକାରରେ ଆଗାମୀ ନଭେମ୍ବର- ବରଗଡ଼ ପୁସ୍ତକମେଳା ଅବସରରେ ପ୍ରକାଶ କରିବାର ପ୍ରୟାସଟିଏ ସହ ଆଜି ଅକ୍ଷୟ ତୃତୀୟା, କବିଙ୍କର ୧୧୨ତମ ଜୟନ୍ତୀ ଲଗ୍ନରେ ଗାନ୍ଧୀ ସ୍ମୃତି ପାଠାଗାର, ବରଗଡ଼ ତାଙ୍କପ୍ରତି ବିନମ୍ର ପ୍ରଣାମ ଜଣାଉଛି ା

ମନୋରଞ୍ଜନ ସାହୁ
ଗାନ୍ଧି ଭବନ, ବରଗଡ଼

About The Author

Manoranjan Sahu is a noted writer , Retired Teacher, Actor & Director convener of Bargarh Sahitya Sansad , He wrote many books both in Odia & Sambalpuri/ Kosali language . Mob: +91 9938112215 Address Kosal Nagar, Bargarh PIN 768028 Odisha

About surendrahota

Leave a Reply

%d bloggers like this:
Skip to toolbar