Breaking News
Home / Bhubaneswar / 2nd Annual Day of Bhubaneswar Press Club

2nd Annual Day of Bhubaneswar Press Club

ଭୁବନେଶ୍ବର ସାମ୍ବାଦିକ ସଂଘର ୨ୟ ବାର୍ଷିକୋସôବ ପାଳିତ
‘ସାମ୍ବାଦିକତା ବୃତ୍ତିକୁ ନ୍ୟାୟ ପ୍ରଦାନ ସକାଶେ ଆଇନଗତ ବ୍ୟବସ୍ଥାର ଆବଶ୍ୟକ’

ଭୁବନେଶ୍ବର,୨୩/୦୪/୨୦୧୭(ପ୍ରଶାନ୍ତ କୁମାର ଭୁୟାଙ୍କ ରିପୋର୍ଟ): ସାମ୍ବାଦିକମାନଙ୍କୁ ସମ୍ବିଧାନରେ ସ୍ବତନ୍ର ସ୍ଥାନ ଦିଆଯାଇଛି ାଚତୁୁର୍ଥ ସ୍ତମ୍ଭ ଭାବରେ ସମାଜରେ ଏକ ଅଦୃଶ୍ୟ ଆସନ ଅକ୍ତିଆର କରିପାରିଛି ା ତେବେ ସାମ୍ବାଦିକମାନେ ସାମ୍ବାଦିକତା କରିବା ସମୟରେ ସମାଜର ପ୍ରତିଟି ଦିଗ ଉପରେ ଧ୍ଯାନ ଦେବାର ଆବଶ୍ୟକ ରହିଛି ା ସମ୍ବାଦ ପରିବେଷଣ ଦ୍ବାରା ସମାଜର େଯମିତି କୌଣସି ବ୍ୟକ୍ତିର ମାନବାଧିକାର କ୍ଷୁଣ୍ଣ ନହୁଏ, ସେ ଦିଗରେ ବିଶେଷ ଧ୍ଯାନ ଦେବା ସହ ଏଥିରେ ସ୍ବଚ୍ଛତା ଆଣିବା ଉଚିତ। ଫଳରେ ସାମ୍ବାଦିକତା ବୃତ୍ତିକୁ ସୁରକ୍ଷା ଦେବାସକାଶେ ଆଇନଗତ ବ୍ୟବସ୍ଥା ସର୍ବାଦୌ ଆବଶ୍ୟକତା ବୋଲି ‘ଗଣମାଧ୍ଯମକୁ ସାମ୍ବିଧାନିକ ସ୍ବୀକୃତି ଓ ଏହାର ସ୍ଥିତି’ ବିଷୟ ଆଲୋଚନାଚକ୍ରକୁ ଉଦ୍ଘାଟନ କରି ବିଶିଷ୍ଟ ଅତିଥିମାନେ ମତପୋଷଣ କରିଛନ୍ତି।ଭୁବନେଶ୍ବର ସାମ୍ବାଦିକ ସଙ୍ଘର ୨ୟ ବାର୍ଷିକୋସôବରେରେ ମୁଖ୍ୟଅତିଥି ଡ.ଶରତ କର ସାମ୍ବାଦିକଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ ା ଜଣେ ସାମ୍ବାଦିକ ତାର ବୃତ୍ତି ସମୟରେ ନିର୍ଭିକ ଓ ସ୍ବଚ୍ଛତା ଆଣିବା ଆବଶ୍ୟକ ା ଜଣେ ସାମ୍ବାଦିକ ପାଇଁ କୌଣସି ସାମ୍ବିଧାନିକ ସ୍ବୀକୃତିର ଆବଶ୍ୟକତା ନାହó ବୋଲି ମତପୋଷଣ କରିଥିଲେ ା ଅନ୍ୟତମ ଅତିଥି ପରିବହନ ମନ୍ରୀ ରମେଶ ମାଝି କହିଥିଲେ, ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସହିତ ମୁଁ ଜଡ଼ିତ ରହିଛି ା ମୁଁ ସମ୍ବାଦିକଙ୍କର ଜଣେ ବନ୍ଧୁ, ସେମାନଙ୍କ ବିଭନ୍ନ ସମସ୍ୟା ସରକାଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ା ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ସାମ୍ବାଦିକମାନେ କିପରି ବିଭିନ୍ନ କ୍ଷେତ୍ରରେ ଅବହେଳିତ ତା’ହା ଉପରେ ଆଲୋକପାତ କରିଥିଲେ ା ଜଣେ ସାମ୍ବାଦିକ ନିର୍ଭିକଭାବେ ତାର ବୃତ୍ତି ସµାଦନ କରିବା ସମୟରେ ଆକ୍ରୋଶର ଶିକାର ହୋଇଥାଏ ା ସରକାର ଓ ପ୍ରଶାସକ ପ୍ରତ୍ୟେକ କାର୍ଯ୍ୟର ଦୋଷତ୍ରୁଟିକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ଗଣମାଧ୍ଯମ ା ହେଲେ ସେହି ସାମ୍ବାଦିକ ଜଣଙ୍କ ସରକାରଙ୍କ ଆକ୍ରୋଶର ଶିକାର ହୋଇଥାଏ ା ଏହା ଗଣମାଧ୍ଯମ ପାଇଁ ଶୁଭଙ୍କର ନୁହେଁ ା ସାମ୍ବାଦିକଙ୍କ କଣ୍ଠରୋଧ ଗଣତନ୍ରର ହତ୍ୟା ସଦୃଶ ା କେବଳ ଏଇଥି ପାଇଁ ସାମ୍ବାଦିକଙ୍କୁ ସାମ୍ବିଧାନିକ ସ୍ବୀକୃତି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ ା ଅତ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ ସାମ୍ବାଦିକମାନଙ୍କ ନିତିଦିନ ସାମ୍ନା କରୁଥିବା ସମସ୍ୟା ସଂକ୍ରାନ୍ତରେ ଆଲୋକପାତ କରିଥିଲେ ା ଉକ୍ରଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ସଭାପରିଚାଳନା କରି ରାଜ୍ୟରେ ସାମ୍ବାଦିକମାନଙ୍କ ସରକାରୀ ସ୍ବୀକୃତି ବିନା େଯପରି ସରକାରୀ ସ୍ତରରେ ସାମ୍ନା କରୁଥବା ଅବେହେଳା ସµର୍କରେ ଦୃଷ୍ଟି ଆକର୍ଷଣ କରାଇବା ସହ ଭବିଷ୍ୟତରେ େଯପରି ଏକ ସକାରାତ୍ମକ ଚିନ୍ତାଧାରା ନେଇ ସାମ୍ବାଦିକମାନେ କାର୍ଯ୍ୟ କରୁଛନ୍ତି ଅତ୍ୟନ୍ତପକ୍ଷେ ତାହାର ସ୍ବୀକୃତି ସପକ୍ଷରେ ବକ୍ତବ୍ୟ ରଖôଥିଲେ ା ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷଲାଭ କରିଥିବା ସମାଜସେବୀ ସୁଶାନ୍ତ ସାହୁ, ବିଜୟ କୁମାର ଜେନା, ଅନ୍ତର୍ଜାତୀୟସ୍ତରରେ ରଗ୍ବୀ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିବା କ୍ରୀଡ଼ାବିତ ସୁମିତ୍ରା ନାୟକ, ପ୍ରତିଷ୍ଠିତ ମହିଳା ଶିଳ୍ପଦ୍ୟୋଗୀ ସ୍ବାତୀ ମହାପାତ୍ର ପ୍ରମୁଖଙ୍କୁ ସମ୍ବଦ୍ର୍ଧିତ କରାଯାଇଥିଲା ା ଭୁବନେଶ୍ବର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରତାପ ପ୍ରଧାନ, ସାଧାରଣ ସµାଦକ ଅଭିମନୁ୍ୟ ମହାପାତ୍ର, ଉରବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ସାମ୍ବାଦିକ ବିଘ୍ନେଶ୍ବର ସାହୁ, ଦିଲ୍ଲୀପ ସାବତ ପ୍ରମୁଖ ବକ୍ତବ୍ୟ ରଖôଥିଲେ ା ଫଟୋ ସାମ୍ବାଦିକ ପିୟୂଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ା

About surendrahota

Leave a Reply

%d bloggers like this:
Skip to toolbar