Breaking News
Home / Bhubaneswar / Press meet of PCC President Prasad Harichandan

Press meet of PCC President Prasad Harichandan

ଓଡ଼ିଶାବାସୀଙ୍କୁ ହତାସ କରିଛନ୍ତି ମୋଦି: ପ୍ରସାଦ


• ପ୍ରଧାନମନ୍ରୀ ପ୍ରତିଥର ଭଳି ଏଥର ମଧ୍ଯ ଓଡ଼ିଶାବାସୀଙ୍କୁ ହତାସ କରିଛନ୍ତି।
• ନିଜର ଦଳୀୟ ସ୍ବାର୍ଥ ପାଇଁ ଓଡ଼ିଶାର ସ୍ବାର୍ଥକୁ ଉପେକ୍ଷା କରି ମହାନଦୀ ଜଳ ଉପରେ ଓଡ଼ିଶାର ହକ ବିଷୟରେ ଚୁପ ରହିଛନ୍ତି।
• ଓଡିଶାକୁ ସ୍ବତନ୍ର ରାଜ୍ୟ ପାହ୍ୟା ମାନ୍ୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ପ୍ରଧାନମନ୍ରୀ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାର୍ଗ୍ୟଜନକ ।
• ଓଡ଼ିଶାର ଗରୀବି ଓ କୁଶାସନ ପାଇଁ ବିଜୁଜନତା ଦଳ େଯତିକି ଦାୟୀ ଭାରତୀୟ ଜନତା ପାର୍ଟି ମଧ୍ଯ ସମପରିମାଣରେ ଦାୟୀ। ଓଡ଼ିଶା ପାଇଁ ବିଜେଡ଼ି ଦୁରେ୍ଯ୍ୟାଧନ ହୋଇଥିବାବେଳେ ବିଜେପି ଦୁଃଶାସନ।
• ତଥାକଥିତ ସୋସିଆଲ ଇଂଜିନିୟର ମାଧ୍ଯମରେ ନିଜର ଭୋଟ ବଢ଼ାଇବାକୁ •ହୁଁଛି ଭାରତୀୟ ଜନତା ପାର୍ଟି ପୂର୍ବରୁ ଧର୍ମ ନାରେ ଏବେ ଜାତି ନାଁରେ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି।
• ଜାତୀୟ କାର୍ଯ୍ୟକାରିଣୀରେ ବିରୋଧି ମୁକ୍ତ ଭାରତ କଥା କହିବା ଫାସିବାଦର ନଗ୍ନ ପ୍ରତିଫଳନ

ଭୁବନେଶ୍ବର ତା ୧୭.୪ – ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତରୁ ଓଡ଼ିଶାବାସୀ ବହୁ ଆଶା ଓ ଅପେକ୍ଷା କରିଥିବାବେଳେ ପ୍ରତିଥର ଭଳି ଏଥର ମଧ୍ଯ ସେ ସେମାନଙ୍କୁ ନିରାଶ କରିଛନ୍ତି। ଆଶା କରାଯାଉଥିଲା ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବେ ଫଳରେ ଓଡ଼ିଶା ଉପକୃତ ହେବ। କିନ୍ତୁ ଓଡ଼ିଶା ପ୍ରତି ପ୍ରଧାନମନ୍ରୀଙ୍କର ଚରମ ଉଦାସୀନତା ଓଡ଼ିଶାବାସୀଙ୍କ ଏହି ଆଶା ଆଙ୍କାକ୍ଷାକୁ ଧୂଳିସାତ କରିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପ୍ରବାଦ ପୁରୁଷ ଶ୍ରୀ ବିଜୁପଟ୍ଟନାୟକଙ୍କର ବିଂଶତମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶ୍ରୀ ହରିଚନ୍ଦନ କହିଛନ୍ତି େଯ ଓଡ଼ିଶାବାସୀଙ୍କ ସ୍ବାଭିମାନକୁ କେହି ଆଘାତ କଲେ ସେମାନେ କେବେବି ବରଦାସ୍ତ କରିବେ ନାହó। ବହୁ ଆଡ଼ମ୍ବରରେ କୋଟି କୋଟି ଟଙ୍କା ଖଚ୍ର୍ଚ କରି ଓଡ଼ିଶାରେ ଦଳର ଜାତୀୟ କାର୍ଯ୍ୟକାରିଣୀ କରିଥିବା ଭାରତୀୟ ଜନତାପାର୍ଟି, ଓଡ଼ିଶାର ଗରୀବ ଜନସାଧାରଣଙ୍କ ପାଇଁ ପଦୁଟିଏ କଥା ନ କହିବା ପରିତାପର ବିଷୟ। ଆଶା ଥିଲା ମହାନଦୀ ଭଳି ଏକ ଗରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ରୀ ତାଙ୍କର ସ୍ପଷ୍ଟ ମତ ରଖôବେ। ଯାହା ଫଳରେ ମହାନଦୀ ଜଳ ଉପରେ ଓଡ଼ିଶାର ସାମ୍ବିଧାନିକ ଏବଂ ଆଇନଗତ ହକକୁ ରକ୍ଷାକରାଯାଇ ପାରିବ। କିନ୍ତୁ ଦୁର୍ଭାଗ୍ୟର କଥା ଛତିଶଗଡ଼ରେ ନିଜର ଦଳୀୟ ସ୍ବାର୍ଥର ରକ୍ଷାପାଇଁ ପ୍ରଧାନ ମନ୍ରୀ ଶ୍ରୀ ମୋଦି ଓଡ଼ିଶାର ସ୍ବାର୍ଥକୁ ଉପେକ୍ଷା କଲେ। ଓଡ଼ିଶା ତାଙ୍କର ବଦାନ୍ୟତା •ହóନଥିଲା ବରଂ ନିଜର ହକ୍ ମାଗିଥିଲା ତଥାପି ସେ ଚୁପ ରହିଲେ। ଅପର ପକ୍ଷରେ କଟାଘାରେ ଚୂନ ଦେବାଭଳି କେନ୍ଦ୍ର ଜଳସଂପଦ ମନ୍ରୀ ସୁଶ୍ରୀ ଉମାଭାରତୀ ଏବଂ ଛତିଶଗଡ଼ ମୁଖ୍ୟମନ୍ରୀ ଶ୍ରୀ ରମଣ ସିଂ ମହାନଦୀ ପ୍ରସଙ୍ଗରେ ତାତ୍ସଲ୍ୟପୂର୍ଣ୍ଣ କଟାକ୍ଷ କଲେ, େଯଉଁଥିରୁ ତାଙ୍କର ଅହଙ୍କାର ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। ପ୍ରଧାନମନ୍ରୀ ଓଡିଶାର ଦାରିଦ୍ର୍ୟକୁ ନେଇ ଅନେକ ସମୟରେ ତାତ୍ସଲ୍ୟ କରିଆସୁଛନ୍ତି। ଆଶା କରାଯାଉଥିଲା ଓଡିଶାର ଗରିବୀକୁ ନେଇ ଉପହାସ କରିବା ପରିବତ୍ର୍ତେ ପ୍ରଧାନମନ୍ରୀ ରାଜ୍ୟକୁ ସ୍ବତନ୍ର ରାଜ୍ୟ ପାହ୍ୟା ମାନ୍ୟତା କିମ୍ବା ବିହାର ଭଳି ସ୍ବତନ୍ର ପ୍ୟାକେଜ ଘୋଷଣା କରିବେ। ୨୦୦୪ ରେ ବିଜେଡି-ବିଜେପିର ମିଳିତ ନିର୍ବାଚନୀ ଇସ୍ତାହାରରେ ମଧ୍ଯ ଓଡିଶାକୁ ସ୍ବତନ୍ର ରାଜ୍ୟ ପାହ୍ୟାର ମାନ୍ୟତା କଥା ଉଲ୍ଲେଖ କରାଯାଇଥିଲା। ବତ୍ର୍ତମାନର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ରୀ ତଥା ତତ୍କାଳୀନ ଭାଜପାର ସଭାପତି ମଧ୍ଯ ଏପ୍ରସଙ୍ଗଙ୍କୁ ସମର୍ଥନ ଜଣାଇ ଏହା ଓଡ଼ିଶାର ହକ ବୋଲି କହିଥିଲେ। ଇତି ମଧ୍ଯରେ ମୋଦି ସରକାର ତିନି ବର୍ଷ ପୂରଣ କରି ସାରିଥିଲେ ମଧ୍ଯ ଓଡିଶାକୁ ସ୍ବତନ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଚୁପ୍ ରହିବା ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଅପମାନଜନକ।ଓଡ଼ିଶା ପାଇଁ ସ୍ବତନ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାତ ଦୁରର କଥା ମୋଦି ସରକାର ଶାସନକୁ ଆସିବାପରେ ଉପାସରକାର ସମୟରେ ଓଡ଼ିଶାକୁ ଅନୁମୋଦନ କରାଯାଇଥିବା ୫ଟି ମେଡିକାଲ କଲେଜ ପାଇଁ ପଇସା ନ ଦେବା, ଆଞ୍ଚଳିକ ବୈଷମକୁ ଦୁରକରିବା ପାଇଁ ଆରମ୍ଭ କରାଯାଇଥିବା କେବିକେ େଯାଜନାକୁ ବନ୍ଦକରିବା ଏବଂ ଅନେକ କେନ୍ଦ୍ରୀୟ େଯାଜନାରୁ ପଇସା କାଟିବା ଆଦି ଘଟଣା ମୋଦିଙ୍କ ତଥାକଥିତ ଓଡ଼ିଶା ପ୍ରୀତିକୁ ଦର୍ଶାଉଛି। ଓଡ଼ିଶାର ଗରୀବି ପାଇଁ ବିଜୁ ଜନତା ଦଳ େଯତିକି ଦାୟୀ ଭାରତୀୟ ଜନତା ପାର୍ଟି ମଧ୍ଯ ସମପରିମାଣରେ ଦାୟୀ। ଓଡ଼ିଶା ପାଇଁ ବିଜେଡ଼ି ଦୁରେ୍ଯ୍ୟାଧନ ହୋଇଥିବା ବେଳେ ବିଜେପି ଦୁଃଶାସନ ବୋଲି ଶ୍ରୀ ହରିଚନ୍ଦନ ଆକ୍ଷେପ କରିଛନ୍ତି। ୧୭ବର୍ଷ ଶାସନରୁ ନ ବର୍ଷ ଭାରତୀୟ ଜନତାପାର୍ଟି ଭାଗୁଆଳି ହୋଇ ଶାସନ କରି ଶିଳ୍ପ, ସମବାୟ, ରାଜସ୍ବ, ଗୃହ ଏବଂ ନଗର ଉନୟନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ଥିଲେ। ପଣସ ଖାଇ କେବଳ ବିଜେଡ଼ି ମୁଣ୍ଡରେ ଅଠା ବୋଳି ସେ ଖସିଯାଇପାରିବେ ନାହó। ଏ ବିଫଳତା ପାଇଁ ସେମାନେ ମଧ୍ଯ ଉରଦାୟୀ। ବରଗଡ ଠାରେ ଚାଷୀ ସମାବେଶରେ ଉପସ୍ଥିତ ରହି ନିଜେ ପ୍ରଧାନମନ୍ରୀ େଯଉଁ ପ୍ରତିଶ୍ରୁତି ସବୁ ଦେଇଯାଇଥିଲେ ତାହା ପରବତ୍ର୍ତୀ ପର୍ଯ୍ୟାୟରେ ପୂରଣ କରିନଥିଲେ। ସର୍ବସମ୍ମତିକ୍ରମେ ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୩ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ କରାଯାଇଥିବା ସଂକଳ୍ପରେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ମଧ୍ଯ ଉପସ୍ଥିତ ଥିଲେ। ତେଣୁ ଆମେ ଆଶା ଓ ଅପେକ୍ଷା କରିଥିଲୁ ପ୍ରଧାନମନ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୩ ହଜାର ଟଙ୍କାକୁ ବଢାଇବା ପାଇଁ ଘୋଷଣା କରିବା ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କୃଷି ଋଣ ଛାଡ କରିବାକୁ ଘୋଷଣା କରିବେ। ମାତ୍ର ମୋଦି ହତାସ କଲେ। ଉପା ସରକାରଙ୍କ ଶାସନର ଶେଷ ସମୟରେ ରାଜ୍ୟରେ ଖଣି ମହାଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ବି. ଶାହା କମିଶନ ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ। ମୋଦି ସରକାର ଏହି ସୁପାରିଶକ୍ୁ କାର୍ଯ୍ୟକାରୀ କରି ସିବିଆଇ ତଦନ୍ତର ନିଦ୍ର୍ଧେଶ ଦେବା କଥା ମାତ୍ର ଖଣି ମାଲିକଙ୍କ ପଇସାରେ ଜାତୀୟ କାର୍ଯ୍ୟକାରିଣୀ କରିଥିବା ମୋଦି ଏ ପ୍ରସଙ୍ଗରେ ନୀରବ ରହିଲେ। ଘୋଡ଼ା ବେପାର କରି ଗୋଆ, ମଣିପୁର ଭଳି ରାଜ୍ୟରେ ଶାସନ ଗାଦି ମାଡ଼ିବସି ଜନମତକୁ ଦଳି ମକଚି ଦେବା ଏବଂ ଜାତୀୟ କାର୍ଯ୍ୟକାରିଣୀରେ ବିରୋଧି ମୁକ୍ତ ଭାରତ କଥା କହିବା ଫାସିବାଦର ନଗ୍ନ ପ୍ରତିଫଳନ। ପଛୁଆବର୍ଗ କମିଶନ ଗଠନ ସଂକ୍ରାନ୍ତରେ ବିଜେପି କାର୍ଯ୍ୟକାରିଣୀ ଏକ ପ୍ରସ୍ତାବ ପାଳିତ ହୋଇଛି। ୧୯୯୩ ମସିହାରେ କଂଗ୍ରେସ ନେତୃତ୍ବାଧିନ ସରକାର ପଛୁଆବର୍ଗ କମିଶନ ଗଠନ କରିଥିଲେ। ଏଥିରେ ଭାରତୀୟ ଜନତା ପାର୍ଟିର କୌଣସି ଅବଦାନ ନଥିଲା। ଏବେ ସେ େଯଉଁ ବିଲ ବିଷୟରେ କହୁଛନ୍ତି ଏହା ୧୨୩ ତମ ସମ୍ବିଧାନ ସଂଶୋଧନ ବିଧେୟକ। ଗତ ସୋମବାର ଦିନ ଲୋକସଭାରେ ମୋଦି ସରକାର ଏ ବିଲ ପାରିତ କରିଥିଲେ ଏବଂ ରାଜ୍ୟ ସଭାରେ ଅତ୍ୟନ୍ତ ତରବରିଆ ଭାବେ ପାରିତ କରି ବିଲ୍କୁ ଆଇନରେ ପରିଣତ କରିବାକୁ •ହୁଁଥିଲେ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଲକୁ ତରବରିଆ ଭାବେ ପାରିତ ନ କରି ଏହା ଉପରେ ଅଧିକ ଆଲୋଚନ କରି େଯପରି ପଛୁଆବର୍ଗ ଲୋକଙ୍କର ଆହୁରି ଅଧିକ ଅର୍ଥନୈତିକ ଏବଂ ସାମାଜିକ ବିକାଶ ହୋଇପାରିବ ସେଥିପାଇଁ କଂଗ୍ରେସ ଏହାକୁ ସିଲେକ୍ଝ କମିଟିକୁ ପଠାଇବାକୁ କହିଥିଲା। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସିଲେକ୍ଝ କମିଟିରେ ଅଧିକ ଆଲୋଚନା ପାଇଁ ସୁେଯାଗ ମିଳିବି ବୋଲି କଂଗ୍ରେସ ଆଶା କରୁଛି। ଏହି ସାମ୍ବାଦିକ ସମ୍ମିଳନୀର ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ ଏବଂ ସୌଗତ ମହାନ୍ତି ଉପସ୍ଥିତ ଥିଲେ।

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar