Breaking News
Home / Bhubaneswar / Celebration of World Art Day

Celebration of World Art Day

ବିଶ୍ବ କଳା ଦିବସରେ ପ୍ରକୃତି ମନସ୍କ ହେବାକୁ ଆହ୍ବାନ


ଭୁବନେଶ୍ବର, ତା ୧୬ା୪ : (ବିଶ୍ବରଞ୍ଜନ ମିଶ୍ର) ସାରା ବିଶ୍ବରେ କଳାର ଉନ୍ନତି ପାଇଁ ଶିଳ୍ପୀମାନେ ସମ୍ମିଳିତ ହୋଇ ବିଶ୍ବ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଲିଓନାଡୋ ଦାଭିଙ୍କ ଜନ୍ମଦିନ ଅପ୍ରେଲ୍ ୧୫କୁ ‘ବିଶ୍ବ କଳା ଦିବସ’ ଭାବେ ପାଳନ କରିଆସୁଛନ୍ତି । ଏହି ଦିନ ଅବସରରେ ଶାନ୍ତି ସ୍ତୂପ ଧଉଳିଠାରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ପାଳିତ ହୋଇଛି ବିଶ୍ବ କଳାଦିବସ। ଉକ୍ତ ଦିବସ ଅବସରରେ ୨୦ ଜଣ ଶିଳ୍ପୀଙ୍କ କଳାକୃତି ପ୍ରଦର୍ଶିତ ହୋଇଥିଲା । ଚିତ୍ରକଳା ପ୍ରଦର୍ଶନୀ ସହିତ ସାଂପ୍ରତିକ ଚିତ୍ରକଳା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଧ୍ଯପ୍ରଦେଶର ଇନ୍ଦୋରରୁ ପ୍ରସିଦ୍ଧ ଚିତ୍ରଶିଳ୍ପୀ ପରଭେଜ ଅହମ୍ମଦ ମୁଖ୍ୟ ଅତିଥି ରୂପେ ଯାଗଦେଇ ପ୍ରକୃତିରୁ ପ୍ରେରଣା ନେଇ ଚିତ୍ର କଲେ ତାହା ବଳିଷ୍ଠ ଚିତ୍ର ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ । କଳା ଛାତ୍ରଛାତ୍ରୀ ତଥା ଶିଳ୍ପୀମାନେ ପ୍ରକୃତି ମନସ୍କ ହେବାକୁ ସେ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଡ. ରମେଶ ଚନ୍ଦ୍ର ପାଣି, ରାଷ୍ଟ୍ରୀୟ ଲଳିତକଳା ଏକାଡେମୀର ସµାଦକ ରାମକୃଷ୍ଣ ବେଦାଲା, ଇନ୍ଦୋରରୁ ସାହିତ୍ୟିକ ଡ. ଦିଲ୍ଲୀପ ଏନ୍. ପଣ୍ଡିତ ପ୍ରମୁଖ ଅଂଶଗ୍ରହଣ କରି ଉକ୍ତ ଦିବସ ବିଷୟରେ ଶିଳ୍ପୀମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ଯକ୍ଷ ପାନନ ସାମଲ ପରିଚାଳନା କରିବା ସହିତ ଅଧ୍ଯାପକ ରାମଶଙ୍କର ସାହୁ, ମାନସ ରଂଜନ ନାୟକ, ବିଶ୍ବକାନ୍ତ ପଣ୍ଡା ଓ ଲକ୍ଷ୍ମୀଧର ସ୍ବାଇଁ ପରିଚାଳନାରେ ସହାୟତା କରିଥିଲେ

About surendrahota

Leave a Reply

%d bloggers like this:
Skip to toolbar