Breaking News

ପ୍ରଦେଶ ଯୁବ କଂଗ୍ରେସର ସିବିଆଇ ଅଫିସ୍ ଘେରାଉ
ଋଷି ହତ୍ୟାର ସିବିଆଇ ତଦନ୍ତ ଓ ସାଂସଦ ରବିନ୍ଦ୍ର ଜେନାଙ୍କ ଗିରଫ ଦାବି କଲା ଯୁବ କଂଗ୍ରେସ

ଭୁବନେଶ୍ୱର ତା ୨୭.୦୧ – ଓଡିଶାର ଦୁଇଟି ସ୍ପର୍ଶକାତର ଘଟଣାର ସିବିଆଇ ତଦନ୍ତ ଏବଂ ଚିଟ୍ଫଣ୍ଡରେ ସଂପୃକ୍ତ ରାଜନେତାଙ୍କୁ ତୁରନ୍ତ ଗିରଫ ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମହାରଥୀଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ବିରାଟ ମୋଟରସାଇକେଲ୍ ର୍ୟାଲି ସିବିଆଇ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା । ସେଠାରେ ପହଞ୍ଚôବା ପରେ ଯୁବ କଂଗ୍ରେସ କର୍ମୀମାନେ ସିବିଆଇ ଅଫିସ୍କୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ପରେ ରାଜ୍ୟ ଯୁବ କଂଗ୍ରେସର ଏକ ସାତ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ସିବିଆଇ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦିଲ୍ଲୀ ସିବିଆଇ ନିଦେ୍ର୍ଧଶକଙ୍କ ଉାଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଉଭୟ ରାଜ୍ୟ ସରକାର ଓ ସିବିଆଇ ସଂସ୍ଥାର ରାଜନୈତିକ ନେତାଙ୍କ ପ୍ରଭାବରେ ସାଂଘାତିକ ଅପରାଧ ଚପିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ନିମ୍ନଲିଖିତ ଦାବିଗୁଡିକୁ ବିଚାରକୁ ନେବା ପାଇଁ ପ୍ରତିନିଧି ଦଳ ଦାବି କରିଥିଲେ ।
• ନିକଟରେ ଭାଇରାଲ୍ ଭିଡିଓରେ ପ୍ରଦର୍ଶିତ ହୋଇଥିବା ଯୌନ କେଳେଙ୍କାରୀ ଘଟଣାରେ ରାଜନେତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତିକୁ ଘଣ୍ଟ ଘୋଡାଯାଉଛି । ଭିଡିଓର ପରୀକ୍ଷା ଆଳରେ ସଂପୃକ୍ତ ନେତାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ଚାଲିଛି ।
• ଏହି ଯୌନ କେଳେଙ୍କାରୀ ଘଟଣାକୁ ନେଇ ଇଂଜିନିୟରିଂ ଛାତ୍ର ଋଷିଙ୍କୁ ହତ୍ୟା କରାଯାଇଛି । ଋଷି ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିବା ରାଜନୈତିକ ନେତା ଏହି ଯୌନ କେଳେଙ୍କାରୀର ମୁଖ୍ୟ ଖଳନାୟକ ଅଟନ୍ତି । ଏବେ ଏସବୁ ଘଟଣାକୁ ଚପାଇ ଦେବାକୁ ରାଜ୍ୟ ସରକାର ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି ।
• ଚିଟ୍ଫଣ୍ଡ ଠକେଇରେ ସଂପୃକ୍ତ ଥିବା ବାଲେଶ୍ୱରର ବିଜେଡି ସାଂସଦ ରବିନ୍ଦ୍ର ଜେନାଙ୍କୁ ସିବିଆଇ ଗିରଫ କରିବାରେ ବିଳମ୍ବ କାହିଁକି କରୁଛନ୍ତି ଓ କାରଣ କ’ଣ?
• ରାଜ୍ୟ ସରକାର ଓ ସିବିଆଇ ମଧ୍ୟରେ ଅଲିଖିତ ଚୁକ୍ତି ଥିବା ଭଳି ସାଧାରଣ ଲୋକ ଅନୁଭବ କରୁଛନ୍ତି ।
ଓଡିଶା ପ୍ରଦେଶ ଯୁବ କଂଗ୍ରେସ ଋଷି ହତ୍ୟାକାଣ୍ଡ ଓ ଏହାସହ ସଂପୃକ୍ତ ଥିବା ବହୁ ଚର୍ଚ୍ଚିତ ଯୌନ କେଳେଙ୍କାରୀର ସିବିଆଇ ତଦନ୍ତ ଓ ଚିଟ୍ଫଣ୍ଡ ଠକେଇରେ ସଂପୃକ୍ତ ଥିବା ସାଂସଦ ରବିନ୍ଦ୍ର ଜେନାଙ୍କୁ ଗିରଫ କରିବା ପାଇଁ ଦାବି କରୁଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଂପାଦକ ତଥା ରାଜ୍ୟ ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢୀ, କମଳ ଚରଣ ତାଣ୍ଡୀ, ତୁଷାରକାନ୍ତ ତପସ୍ୱୀ, ପ୍ରଦୁ୍ୟମ୍ନ ତି୍ରପାଠୀ, ଡ. ସ୍ମୃତିରଞ୍ଜନ ଲେଙ୍କା, ଦେବାଶିଷ ମହାପାତ୍ର, ସୁନିତା ବାଗ୍, ଅଜୟ ସାହୁ, ଅଭିଳାଷ ମାଣିଆ, ବିରେନ୍ଦ୍ର ବାଗ୍, ରାଜୁ ପଠାନ୍, ବିରଞ୍ଚô ବାରିକ୍, ରଂଜିତ୍ ପାତ୍ର, ୟାସିର ନୱାଜ୍, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ନିଳମାଧବ ପଣ୍ଡା, ସୁଦିପ୍ ମିଶ୍ର, ଇତିଶ୍ ପ୍ରଧାନ, ରାଜୀବ ପଟ୍ଟନାୟକ, ସଂକୁନା କହଁର, ସାହାନୱାଜ୍ ହୁସେନ୍, ରୂପକ ତୁର୍କ ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar