Breaking News
Home / Bhubaneswar / Demonstration of Congress in front of RBI Bhubaneswar

Demonstration of Congress in front of RBI Bhubaneswar

ଆର.ବି.ଆଇ ର ସ୍ୱାଧୀନତା ଏବଂ ମର୍ଯ୍ୟାଦାହାନୀ ଦୁର୍ଭାଗ୍ୟଜନକ : ଶିବରାଜ ପାଟିଲ

ଭୁବନେଶ୍ୱର ତା ୧୮.୦୧- ମୋଦି ସରକାରର ବିମୁଦ୍ରିକରଣ ନିଷ୍ପତ୍ତି ବିରୁଦ୍ଧରେ ଭାରତୀୟ ଜାତୀୟ କଂଗ୍ରେସ ରାଷ୍ଟ୍ରବ୍ୟାପି ଆନେ୍ଦାଳନ ଜାରି ରଖିଥିବା ବେଳେ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ ପୂର୍ବତନ ଲୋକ ସଭା ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶିବରାଜ ପାଟିଲ ବିମୁଦ୍ରାକରଣକୁ ବିଜେପି ସରକାରର ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ରୂପେ ବର୍ଣ୍ଣନା କରି କେନ୍ଦ୍ର ସରକାର ଏହା ଉପରେ ଏକ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛନ୍ତି ।  ଶ୍ରୀ ପାଟିଲ କହିଲେଯେ, ଏହି ନିଷ୍ପତ୍ତି ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଥିଲା ବେଳେ ସାଧାରଣ ଲୋକ ଅକଥନିୟ ଦୁର୍ଦ୍ଧଶାର ସମ୍ମୁଖିନ ହୋଇଛନ୍ତି । ଅନାୟ ଭାବରେ ଆର.ବି.ଆଇ ଭଳି ଏକ  ସ୍ୱୟଂଶାସିତ ସଂସ୍ଥାର ସ୍ୱାଧିନତା ଉପରେ କୁଠାରଘାତ କରାଯାଇ ଏହି ଐତିହାସିକ ଭୁଲ ନିଷ୍ପତ୍ତି ଦେଶର ଜନସାଧାରଣଙ୍କ ଉପରେ ଲଦି ଦିଆଯାଇଛି । ମୋଦି ସରକାର ଆର.ବି.ଆଇକୁ ଏକ ସ୍ୱାଧୀନତାହୀନ ଦୁର୍ବଳ ସଂସ୍ଥାରେ ପରିଣତ କରିଛନ୍ତି ।  ଲୋକମାନେ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କାକୁ ବ୍ୟାଙ୍କରୁ ଉଠାଇ ପାରୁନାହାନ୍ତି ଯାହା ସାରା ପୃଥିବୀରେ ଉଦାହରଣ ସାଜିଛି । ଶ୍ରୀ ପାଟିଲ କହିଲେ ଯେ କଳାଟଙ୍କା ଜବତ କରିବା ନାଁରେ ମୋଦି ସରକାର ଦେଶର ଅର୍ଥନୀତିକୁ ବିପଦଗାମୀ କରିଛନ୍ତି । ଏହି ପଦକ୍ଷେପ ଫଳରେ କେତେ କଳାଟଙ୍କା ଦେଶର ରାଜକୋଷକୁ ଆସିଛି ବୋଲି ଶ୍ରୀ ପାଟିଲ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ  ସମ୍ମିଳନିକୁ ଉଦ୍ବୋଧନ ଦେଇ ରାଜ୍ୟ ସଭା ସଦସ୍ୟ ତଥା ବିମୁଦି୍ରକରଣ ବିରୋଧି ଆନେ୍ଦାଳନର ଓଡ଼ିଶା ସଂଯୋଜକ ଶ୍ରୀ ପ୍ରଦୀପ ଭଟା•ର୍ଯ୍ୟ କହିଲେ ଯେ ଏହି ବିମୁଦ୍ରିକରଣ ନିଷ୍ପତ୍ତି ଦେଶରେ ସାଧାରଣ ଲୋକଙ୍କର ଧନ ଓ ଜୀବନକୁ ବିପଦଗ୍ରସ୍ତ କରିଛି । ଯେତେବେଳେ ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ଜାରି କରାଯାଇଥିବା ୯୭% ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବ୍ୟାଙ୍କ ବ୍ୟବସ୍ଥା ମଧ୍ୟକୁ ଆସିଗଲାଣି ତେବେ କଳାଟଙ୍କା କୁଆଡେ଼ ଗଲାବୋଲି ଶ୍ରୀ ଭଟା•ର୍ଯ୍ୟ ପ୍ରଶ୍ନ କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଆର.ବି.ଆଇ କୁ ଇଣ୍ଡିଆନ ରିଭର୍ସ ବ୍ୟାଙ୍କ ବୋଲି ବର୍ଣ୍ଣନା କରି ଏହା କେନ୍ଦ୍ର ସରକାରଙ୍କ ଏକ ସଖୀ କଣ୍ଢେଇ ବୋଲି କହିଥିଲେ । କଳା ଟଙ୍କା  ଜବତ କରିବାପାଇଁ ବାହାରିଥିବା ମୋଦି ସରକାର ଅତି ଦୁର୍ଭାଗ୍ୟଜନକ ଭାବରେ ନଭେମ୍ବର ୮, ୨୦୧୬ ପରେ ଦେଶର ଶିଳ୍ପପତିମାନଙ୍କୁ ୧୪ ହଜାର କୋଟି ଟଙ୍କା ଛାଡ଼ କରିଛନ୍ତି ଯେଉଁଥିରେ ପଳାତକ ଶିଳ୍ପପତି ବିଜୟ ମାଲ୍ୟା ୧୪୦୦ କୋଟି ଟଙ୍କା ଛାଡ଼ ପାଇଛନ୍ତି । ଦେଶର  ଅର୍ଥନୀତିକୁ ରସାତଳଗାମୀ କରିଥିବା ଏବଂ ଆର.ବି.ଆଇ ଭଳି ସ୍ୱନାମଧନ୍ୟ ସଂସ୍ଥାର ମର୍ଯ୍ୟଦା କ୍ଷୂର୍ଣ୍ଣ କରିଥିବା ଏହାର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କର ତୁରନ୍ତ ଇସ୍ତଫା ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧି ଦଳ ନେତା ଶ୍ରୀ ନରସିଂହ ମିଶ୍ର, ଏଆଇସିସି ସଂପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଶ୍ରୀ ଶୁଭଙ୍କର ସରକାର, ପିସିସି କୋଷାଧ୍ୟକ୍ଷ ଇଂ ମହମ୍ମଦ ମୋକିମ, ମୁଖପାତ୍ର ଶ୍ରୀମତୀ ସୁଲୋଚନା ଦାସ ଏବଂ ଅନ୍ୟତମ ମୁଖପାତ୍ର ଶ୍ରୀ ସୌଗତ ମହାନ୍ତି ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar