Breaking News
Home / Bhubaneswar / Poster release by BJP for Panchayat Election

Poster release by BJP for Panchayat Election

ପଂଚାୟତ ନିର୍ବାଚନ ପାଇଁ  ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ସାମଗ୍ରୀ ଉନ୍ମୋଚିତ
•    ବିଜେଡି-କଂଗ୍ରେସର ରାଜନୈତିକ ମଧୁଚନ୍ଦ୍ରିକା ସାଧାରଣ ଓଡିଆ ଲୋକମାନଙ୍କୁ ସେମାନଙ୍କ ହକ୍ରୁ ବଂଚିତ କରିଛି
•    ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସର ସମର୍ଥନରେ ନବୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି  
•    ନବୀନଙ୍କ ଇଙ୍ଗିତରେ କଂଗ୍ରେସର ସଭାପତି ପଦ ବାରମ୍ବାର ଅଦଳ ବଦଳ ହେଉଛି
•    ଓଡିଶାର ବିକାଶକୁ ବାଧିତ କରୁଥିବା କାହାକୁ ମୋଦି ଛାଡିବା ଲୋକ ନୁହନ୍ତି
•    ବିରୋଧୀ ଦଳ ଭାବେ କଂଗ୍ରେସ ସମ୍ପୂର୍ଣ ବିଫଳ ହୋଇଛି
•    ପଂଚାୟତ ନିର୍ବାଚନରେ ବିକାଶ ଓ ଆଗାମୀ ଦିନରେ ବଡ ପରିବର୍ତନର ମୁଳଦୁଆ ପକାଇବା ପାଇଁ ଭୋଟରଙ୍କ ସମର୍ଥନ ପାଇଁ ଆହ୍ୱାନ


ଭୁବନେଶ୍ୱର, ୧୪/୦୧:  ବିଜେଡି – କଂଗ୍ରେସର ରାଜନୈତିକ ମଧୁଚନ୍ଦ୍ରିକା କାରଣରୁ ସାଧାରଣ ଗରୀବ ଓଡିଆ ଲୋକ ତାର ହକ ପାଇବାରୁ ବଂଚିତ ହୋଇଛି ବୋଲି ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରଚାର ସାମଗ୍ରୀ ଉନ୍ମୋଚନ ସମୟରେ ବିଜେପି ଅଭିଯୋଗ କରିଛି ।ଶନିବାର ଦିନ ଦଳୀୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ଓଡିଶା ପ୍ରଭାରୀ ଶ୍ରୀ ଅରୁଣ ସିଂହ ପଂଚାୟତ ନିର୍ବାଚନ ପାଇଁ  ଦ୍ୱିତୀୟ ଦଫାର ପ୍ରଚାର ପାଇଁ ପୋଷ୍ଟର ଓ ଗୀତ ସିଡି ପାର୍ଟି ତରଫରୁ ଉନ୍ମୋଚିତ କରିଛନ୍ତି । ଗୀତରେ ଗୀତରେ ବିଜେପି ଓଡିଶାର ଲୋକମାନେ ସାମନା କରୁଥିବା ସମସ୍ୟା ପାଇଁ ଉଭୟ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଦାୟୀ କରାଯାଇଛି । ରାଜ୍ୟର ଶାସକ ଦଳ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ଅଲିଖିତ ବୁଝାମଣା ଥିବା କାରଣରୁ ଓଡିଶାରେ ବିକାଶ କାମ ସରକାରଙ୍କ ପ୍ରାଥମିକତାରୁ ହଟି ଯାଇଛି ବୋଲି ଏଥିରେ ଦର୍ଶାଯାଇଛି । ୨୦୧୪ ମସିହା ନିର୍ବାଚନ ପୂର୍ବରୁ କଂଗେସର ବିଧାନସଭାରେ ମଙ୍ଗ ଧରିଥିବା ଭୂପିନ୍ଦର ସିଂହ ନବୀନ ପଟ୍ଟନାୟକଙ୍କର ଜୟ ଜୟକାର କରିଥିଲେ ।  ମୋଗଲ ଶାସନର ସୁବେଦାର ବଦଳିଲା ଭଳି ପିସିସି ସଭାପତି ପଦ ନବୀନ ପଟ୍ଟନାୟକଙ୍କ ଇଙ୍ଗିତରେ ବାରମ୍ବାର ପରିବର୍ତନ କରାଯିବା କଥା ଏହି ପ୍ରଚାର ଗୀତରେ କୁହାଯାଇଛି । କଂଗ୍ରେସର ଯିଏ ନବୀନଙ୍କୁ  ଦୃଢ ବିରୋଧ କଲା ତାକୁ ପଦରୁ ହଟା ଗଲା ବା ଚାପି ଦିଆଗଲା । ନବୀନ ଯାହା ଚାହିଁଲେ ସୋନିଆ ଗାନ୍ଧୀ ତା ଉପରେ ମୋହର ଲଗାଇଲେ । ଦଶ ବର୍ଷ କଂଗ୍ରେସ କେନ୍ଦ୍ରରେ ଶାସନରେ ରହିଲା । ଆଉ ଏହି ଦଶ ବର୍ଷ କାଳ ଉଭୟ ଦଳର ମଧୁଚନ୍ଦ୍ରିକା ଓଡିଶାବାସୀଙ୍କୁ ତଳିତଳାନ୍ତ କଲା ବୋଲି ଏଥିରେ ଦର୍ଶା ଯାଇଛି । ଓଡିଶାରେ ଶାସକ ଓ ମୁଖ୍ୟ ବିରୋଧୀ ଦଳର ମଧୁଚନ୍ଦ୍ରିକା କାରଣରୁ ନବୀନ ଶାସନକୁ ହଟାଇବା ପାଇଁ ବିଜେପିକୁ ବିକଳ୍ପ ଭାବରେ ଗ୍ରହଣ କରିବା ପାଇଁ  ବିଜେପିର ଏହି ପ୍ରଚାର ସିଡିରେ ଓଡିଶାବାସୀଙ୍କୁ ଅପିଲ କରାଯାଇଛି । ଏଥିରେ କୁହାଯାଇଛି ଯେ, ଓଡିଶାର ବିକାଶକୁ ବାଧିତ କରିଥିବା କାହାରିକୁ ପ୍ରଧାନମନ୍ତ୍ରୀ ମୋଦି ଛାଡିବା ବ୍ୟକ୍ତି ନୁହନ୍ତି । ନବୀନ ପଟ୍ଟନାୟକ ମିଥ୍ୟା ତଥ୍ୟର ସୌଦାଗର ଓ ଘୋଷଣା ସର୍ବସ୍ୱ ସରକାର ଚଳାଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ପାନୀୟ ଜଳ, ପାଇଖାନା, ରୋଷେଇ ଗ୍ୟାସ, ଯୁବକଙ୍କୁ ରୋଜଗାର, ମହିଳା, ଆଦିବାସୀ, ଦଳିତ, ଶିଳ୍ପ, ବାଣିଜ୍ୟର ବିକାଶ ପାଇଁ  ମୋଦି ଓଡିଶାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସିଛନ୍ତି ।  ରାଜ୍ୟର ସ୍ଥାଣୁ, ଅପାରଗ ସରକାର ଚାଲିଥିବା କାରଣରୁ ସୁଯୋଗର ଉପଯୁକ୍ତ ବ୍ୟବହାର କରି  ଲୋକମାନଙ୍କୁ ସେମାନଙ୍କର ହକ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ବିଶେଷ ଭାବରେ ଗ୍ରାମାଂଚଳର ବିକାଶ ପାଇଁ ପଂଚାୟତମାନଙ୍କୁ ସିଧା ସିଧା ପହଂଚା ଯାଉଥିବା ପ୍ରଚୁର ଅର୍ଥକୁ ପଂଚାୟତ ମାନଙ୍କୁ ଖର୍ଚ କରିବାର ଅଧିକାର  ଦିଆ ନ ଯାଇ ବିଧାୟକ ଓ ସାଂସଦଙ୍କ ଦ୍ୱାରା ନିୟନ୍ତ୍ରିତ କରା ଯାଉଛି । ଲୋକ ମାନେ ତାଙ୍କର ଅଧିକାର ପାଉ ନ ଥିବା ଏହି ପ୍ରଚାର ସାମଗ୍ରୀରେ ଦର୍ଶା ଯାଇଛି । ଓଡିଶାର ବିକାଶ ପାଇଁ ନବୀନ ସରକାରର ପତନ ଜରୁରୀ ହୋଇଥିବା କାରଣରୁ ପଂଚାୟତ ନିର୍ବାଚନରେ ବିକାଶ ଓ ଆଗାମୀ ଦିନରେ  ବଡ ପରିବର୍ତନର ମୁଳଦୁଆ ପକାଇବା ପାଇଁ ଏଏହି ପ୍ରଚାର ସାମଗ୍ରୀରେ ଦର୍ଶା ଯାଇଛି ।    ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ ଏବଂ ପ୍ରବକ୍ତା ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar