Breaking News
Home / BJP / BJD leaders of Ranapur join in BJP

BJD leaders of Ranapur join in BJP

ଶାସକ ବିଜେଡି ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି
–    ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ନେତା ଏବଂ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହେଲେ-    

ଭୁବନେଶ୍ୱର, ତା.୧୪/୦୧: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ଆଦର୍ଶରେ ଏବଂ ପୁର୍ବତନ ମନ୍ତ୍ରୀ ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀଙ୍କ ନେତୃତରେ ଅନୁପ୍ରାଣିତ ହୋଇ ନୟାଗଡ ଜିଲ୍ଲା ଅନ୍ତର୍ଗତ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଏବଂ କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଖରପୁର ଗ୍ରାମ ପଂଚାୟତର ୪ଥର ସରପଂଚ ହୋଇଥିବା, ପୁର୍ବତନ ବ୍ଳକ ଚେୟାରମେନ୍ ଶ୍ରୀ ସନ୍ୟାସୀ ପ୍ରଧାନ ନିଜ ଶତାଧିକ ସମର୍ଥକଙ୍କ ସହ ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ସେହିପରି ବଡଗୋରଡା ଗ୍ରାମ ପଂଚାୟତ ସରପଂଚ ଗୋବିନ୍ଦ ପ୍ରଧାନ, ସ୍ଥାନୀୟ ତୁଙ୍ଗ ନେତା ଭାଗବତ ସେଠୀ, ପୂର୍ବତନ ସମିତି ସଭ୍ୟ ରଘୁନାଥ ପ୍ରଧାନ, ଗୋଡିପଡା ଜୋନର ବରିଷ୍ଠ ବିଜେଡି ନେତା ମହେଶ୍ୱର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଶିଖରପୁର ସମିତି ସଭ୍ୟା ପ୍ରତିମା ପ୍ରଧାନ, ପଂଚିରିଦା ମାଣପୁର ଗ୍ରାମ ପଂଚାୟତ ସରପଂଚ ସୁଶାନ୍ତ କୁମାର ସାହୁ, ବଡପୁଟ ସୋସାଇଟି ଅଧ୍ୟକ୍ଷ ବୈକୁଣ୍ଠନାଥ ପ୍ରଧାନ ପ୍ରମୁଖ ଆଜି ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ଆସି ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପାର୍ଟିରେ ଯୋଗଦାନ କରିଛନ୍ତି ।ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ଦେଇ ପାର୍ଟିରେ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇବା ସହ ଆସନ୍ତା ପଂଚାୟତ ନିର୍ବାଚନରେ ପାର୍ଟି ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଶାସନ ଦୀର୍ଘ ୧୭ ବର୍ଷ ପରେ ମଧ୍ୟ ଆଜି ରାଜ୍ୟର ଗ୍ରାମାଂଚଳ ବିକାଶର ଅପହଂଚରେ ଥିବା ଶାସକ ବିଜେଡିର ଅପାରଗତା, ସ୍ଥାଣୁତା, କୁଶାସନ ଏବଂ ଗୁଣ୍ଡାଗିରିକୁ ପ୍ରମାଣିତ କରୁଛି ବୋଲି ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଛନ୍ତି ।  ନିର୍ବାଚନ ସମୟରେ ମିଥ୍ୟା ପ୍ରତିଶୃତି ଦେଇ ରାଜ୍ୟବାସୀଙ୍କୁ କେବଳ ବୋକା ବନେଇ ଭୋଟ ହାତେଇ ଥାଏ । ମାତ୍ର ନିର୍ବାଚନ ପରବର୍ତୀ ସମୟରେ ଦେଇଥିବା ସମସ୍ତ ପ୍ରତିଶୃତିକୁ ଭୁଲି ଯାଏ । ବିଜେଡିର ଏତାଦୃଶ କାର୍ଯ୍ୟକଳାପକୁ ରାଜ୍ୟବାସୀ ଭଲଭାବେ ହୃଦୟଙ୍ଗମ କରିସାରିଲେଣି ଏବଂ ଆସନ୍ତା ପଂଚାୟତ ନିର୍ବାଚନରେ ରାଜ୍ୟବାସୀ ବିଜେଡିକୁ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।ଏହି ଅବସରରେ ପୁର୍ବତନ ମନ୍ତ୍ରୀ ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀ ଉପସ୍ଥିତ ଥିଲେ ।ସେହିପରି ଗୋତିସାହି ସମିତି ସଭ୍ୟା ଶୁଭଲକ୍ଷ୍ମୀ ଦାଶ, ବ୍ରଜରାଜପୁର ସରପଂଚ ସ୍ୱର୍ଣ୍ଣଲତା ପାତ୍ର, ଜଂକିଆ ସରପଂଚ ପ୍ରତାପ ଦଳାଇ ପ୍ରମୁଖ ଆଜି ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ରଣପୁରଠାରେ ଆନୁଷ୍ଠାନିକ ଭାବେ ପାର୍ଟିରେ ଯୋଗ ଦେଇଛନ୍ତି ବୋଲି ଶ୍ରୀମତୀ ପାଢୀ ସୁଚନା ଦେଇଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar