Breaking News
Home / Bhubaneswar / BYJM procession against BJD

BYJM procession against BJD

୧୭ବର୍ଷ ରାଜ୍ୟ ସରକାରଙ୍କ ଅନ୍ଧାରି ଶାସନ, ଅପାରଗତା, ସ୍ଥାଣୁତା ଏବଂ ଯୁବ ଓ ଛାତ୍ରମାରଣ ନିତୀ ବିରୁଦ୍ଧରେ ଯୁବମୋର୍ଚ୍ଚାର ବିରାଟ ମଶାଲ ଶୋଭାଯାତ୍ରା


ଭୁବନେଶ୍ୱର,୧୧/୦୧: ବିଜେଡ଼ି ନବୀନ ସରକାରଙ୍କର ଅନ୍ଧାରି ଶାସନ ଯୋଗୁଁ ଓଡିଶାର ଯୁବକ ଗୋଷ୍ଠୀଙ୍କ ଆଶା ଆକାଂକ୍ଷା ଧୂଳିସାତ ହୋଇଯାଇଛି । ଓଡିଆ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛି । ଶିଳ୍ପ ସଂସ୍ଥାମାନଙ୍କରେ ସ୍ଥାନୀୟ ଯୁବକକୁ ସୁଯୋଗ ମିଳୁନି । ପଂଚାୟତ, ବ୍ଲକ ଓ ତହସିଲ୍ ଅଫିସ ଦୁର୍ନିତୀର ହାଟ ସାଜିଛିି । ଚିଟ୍ଫଣ୍ଡ ଦୁର୍ନିତୀରେ ବିଜେଡି ନେତା ବିଧାୟକ ଓ ମନ୍ତ୍ରୀ ସାମିଲ ଥିବାବେଳା ଜମାକାରୀଙ୍କୁ ଟଙ୍କାଟିଏ ବି ମିଳୁନି । ମହିଳାଙ୍କ ଓଢଣୀ ଖୋଲାଯିବା, ନଗଡା ଶିଶୁ ମଡକ, ଜାପାନୀ ଜ୍ୱରରେ ମାଲକାନଗିରିରେ ଶିଶୁ ମଡକ, ଦାନ ମାଝି କାନ୍ଧରେ ସ୍ତ୍ରୀର ଶବ ଆଦି ସମସ୍ତ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି । ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ବିରୁଦ୍ଧରେ ଯୁବମୋର୍ଚ୍ଚା ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସାଧାରଣ ଜନତାଙ୍କୁ ଅବଗତ କରାଇବ ବୋଲି ଆଜି ଆୟୋଜିତ ବିରାଟ ମଶାଲ ଶୋଭାଯାତ୍ରା ଅବସରରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।ରାଜ୍ୟ ବିଜେପି ଯୁବମୋର୍ଚ୍ଚା ତରଫରୁ ଆଜି ଏକ ମଶାଲ ଶୋଭାଯାତ୍ରା ରାଜ୍ୟର ସମସ୍ତ ସବ୍ଡିଭିଜନ୍ ମାନଙ୍କରେ ଅନୁଷ୍ଠିତ ହୋଇଯାଇଅଛି । ଭବନେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରୀପାଠିଙ୍କ ନେତୃତ୍ୱରେ ୩୦୦ ଶହରୁ ଅଧିକ ଯୁବକ ଏହି ମଶାଲ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଂଟିନ ଛକରେ ପଂହଚିଥିଲେ । ଏହି ଶୋଭାଯାତ୍ରାରେ ରାଜ୍ୟ ଯୁବ ମୋର୍ଚ୍ଚା ପ୍ରଭାରୀ ନବୀନ ମୀଶ୍ରା, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଠାକୁର ରଣଜିତ୍ ଦାଶ, ପୂର୍ବତନ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବାଷିଶ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ସୁଜିତ ସାହୁ, ବିଭୁତି ଭୂଷଣ ପୃଷ୍ଟି,   ସଂପାଦିକା ଅର୍ପିତା ବଡଜେନା, ଅଭିଜିତ ମିଶ୍ର, ମଦନ ପ୍ରଧାନ, ନିର୍ମଳ ପଣ୍ଡା, ସୁନିଲ ଖୁଂଟିଆ, ରଶ୍ମୀରଂଜନ ନାୟକ, ସଂଜୟ ପ୍ରଧାନ, ଛବି ମାହାଲି ପ୍ରମୁଖଙ୍କ ସମେତ ଶତାଧିକ ଯୁବମୋର୍ଚ୍ଚା କର୍ମୀ ଉପସ୍ଥିତ ଥିଲେ  ।

About surendrahota

Leave a Reply

%d bloggers like this:
Skip to toolbar