Breaking News
Home / Bhubaneswar / News from Eastern Odisha

News from Eastern Odisha

କାନାରା ବ୍ୟାଙ୍କରେ ଡକାୟତି ବେଳେ ଗ୍ରାମବାସୀଙ୍କ ଆକ୍ରମଣରେ:ଦୁଇ ଡକାୟତ ମୃତ, ଏକ ଗୁରୁତର, ତିନି ଲକ୍ଷ ଟଙ୍କା ଜବତ

ରଣପୁର, ୦୪/୦୧,୨୦୧୬ (ନବରତ୍ନ ନିଉଜ)- ରଣପୁର ବ୍ଲକର କାସନ୍ଦା ଗ୍ରାମରେ ଥିବା କାନାରା ବ୍ୟାଙ୍କରେ ଆଜି ଅପରାହ୍ଣରେ ଡକାୟତ କରି ଫେରାର ହୋଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣରେ ଦୁଇ ଜଣ ଡକାୟତଙ୍କ ମୃତୁ୍ୟ ଘଟିଥିବା ବେଳେ ତିନି ବ୍ୟାଙ୍କ କର୍ମଚାରୀ ସହ  ଜଣେ ଡକାୟତ ଗୁରୁତର ହୋଇଥିବା ଜଣାଯାଇଛି  । ଖବର ନେବାରେ ଜଣା ଯାଏ କାସନ୍ଦାରେ ଥିବା କାନାରା ବ୍ୟାଙ୍କରେ ପ୍ରତିଦିନ ଭଳି ଆଜି ମଧ୍ୟ ଦେଣ ନେଣ ହୋଇଥିଲା  । ଅପରାହ୍ଣ ୫ଟା ବେଳେ ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କରେ ଜମା ତଦାରଖ କରୁଥିବା ବେଳେ ତିନି ଜଣ ଡକାୟତ ବ୍ୟାଙ୍କ ଭିତରକୁ ଧସି ହୋଇ ପଶିଥିଲେ  । ସେମାନେ ବ୍ୟାଙ୍କ ମ୍ୟାନେଜର ରଞ୍ଜନ ସାମନ୍ତସିଂହାର, କ୍ୟାସିୟର ଅଭିମନୁ୍ୟ ବେହେରାଙ୍କ ଠାରୁ ତିନି ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ସେହି ସମୟରେ ଅନ୍ୟ ଜଣେ ବ୍ୟାଙ୍କ କର୍ମଚାରୀ ପ୍ରଭାତ ବେହେରା ବିରୋଧ କରିବାରୁ ସେମାନଙ୍କୁ ବିଭିନ୍ନ ମାôାରଣା ଅସ୍ତ୍ରରେ ଆକ୍ରମଣ କରିଥିଲେ  । ଏହି ସମୟରେ ଜୈନିକ ଗ୍ରାମବାସୀ ବ୍ୟାଙ୍କ ଭିତରେ ପଶିବାକୁ ଉଦ୍ୟମ କରିବା ବେଳେ ଡକାୟତମାନେ ତାକୁ ଧକା ବେକା ଦେଇ ବାହାରକୁ ବାହାର କରି ଦେଇଥିଲେ  । ଫଳରେ ଏହି ବ୍ୟକ୍ତ ଗ୍ରାମରେ ଆସି ବ୍ୟାଙ୍କ ଡକାୟତି ହେଉଥିବା ବିଷୟରେ କହିଥିଲେ ।ଫଳରେ ଗ୍ରାମବାସୀମାନେ ଏକଜୁଟ୍ ହୋଇ ବ୍ୟାଙ୍କ ସମ୍ମୁଖକୁ ଯାଇଥିଲେ ।ଏହି ସମୟରେ ଡକାୟତମାନେ ତିନି ଲକ୍ଷ ଟଙ୍କା ଲୁଟକରି ଏକ ମୋଟରସାଇକେଲ (ଙଜ-୦୨-ଈଊ ୦୪୬୩)ରେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ  । ପରେ ଡକାୟତମାନେ ଗ୍ରାମବାସୀଙ୍କ ଉପରକୁ ଏକ ବୋମା ଫୋଫାଡି ଥିଲେ ।କିନ୍ତୁ ବୋମାଟି ସୌଭାଗ୍ୟ ବଶତଃ ଫୁଟି ନ ଥିଲା ।ଫଳରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ତିନି ଜଣ ଡକାୟତଙ୍କୁ ଚତୁଃପାଶ୍ୱର୍ରୁ ଘେରି ଯାଇ ପ୍ରତି ଆକ୍ରମଣ କରିଥିଲେ  ।ପରେ ଏହି ସମ୍ପର୍କରେ ଖବର ପାଇ ରଣପୁର ଆରକ୍ଷୀ ଅଧିକାରୀ ଗିରିଜା ଶଙ୍କର ରଥ ଓ ସୁନାଖଳା ଫାଣ୍ଡି ଅଧିକାରୀ  ଘଟଣା ସ୍ଥଳରେ ପହଞ୍ଚି  ତିନି ଡକାୟତଙ୍କୁ ସୁନାଖଳା ମେଡିକାଲରେ ଆଣି ଭର୍ତ୍ତି କରିଥିଲେ ।ଡାକ୍ତର ଦୁଇ ଜଣ ଡକାୟତଙ୍କୁ ମୃତୁ୍ୟ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଡକାୟତକୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି ।ସେହିଭଳି ଆହତ ବ୍ୟାଙ୍କ କର୍ମଚାରୀମାନେ ସୁନାଖଳା ମେଡିକାଲରେ ଚିକିସôା ହେଉଥିବା ଜଣାଯାଇଛି  । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଡକାୟତମାନଙ୍କର ପରିଚୟ ମିଳି ନ ଥିବା ଜଣାଯାଇଛି  ।

ହୃଦ୍ଘାତରେ ରଣପୁର ତହସିଲ କର୍ମଚାରୀଙ୍କ ଦେହାନ୍ତ

ରଣପୁର, ୦୪/୦୧,୨୦୧୬ (ନବରତ୍ନ ନିଉଜ)-ରଣପୁର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭରତ ପାତ୍ରଙ୍କର ଆଜି ହୃତଘାତରେ ମୃତୁ୍ୟବରଣ କରିଥିବା ଜଣାଯାଇଛ ।ସେ ସବୁଦିନ ଭଳି ଆଜି ପୂର୍ବାହ୍ଣ ସାଢେ ୧୦ଟା ବେଳେ ଅଫିସରେ କାର୍ଯ୍ୟ କରୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ହେବା ଅନୁଭବ ହେବାରୁ ନିକଟରେ ଥିବା ରଣପୁର ଡାକ୍ତଖାନାକୁ ଚିକିସôା ପାଇଁ ଯାଇ ପ୍ରାଥମିକ ଚିକିସôା ପରେ ଅଫିସ୍କୁ ଫେରି ଆସି କାର୍ଯ୍ୟ କରୁଥିଲେ ।ହଠାତ୍ ପାସ ଲାଗିବାରୁ ଅଫିସ୍ ମଧ୍ୟରେ ପାସ ବସିଥିବା ବେଳେ ହଠାତ ବେହୋସ ହୋଇ ପଡି ଯାଇଥିଲେ ।ପରେ ଆଖପାଖରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏ ସମ୍ପର୍କରେ ଜାଣି ଭରତଙ୍କୁ ରଣପୁର ଡାକ୍ତଖାନାରେ ଭର୍ତ୍ତି କରିଥିଲେ  । ସେଠାରେ ଡାକ୍ତର ଭରତଙ୍କର ମୃତୁ୍ୟ ଘଟିଥିବା ଘୋଷଣା କରିଥିଲେ । ଏହି କର୍ମଚାରୀଙ୍କ ବିୟୋଗ ପରେ ତହସିଲ  କାର୍ଯ୍ୟ ।ଳୟରେ ଶୋକର ଛାୟା ଖେଳି ଯାଇଥିଲା  ।

ଆନ୍ତଃ କଲେଜଫୁଟବଲ ଟୁର୍ଣ୍ଣାମେଣ୍ଟ:ଫାଇନାଲରେ ପ୍ରାଣନାଥ କଲେଜ ଓ ଶରଣକୁଳ କଲେଜ

ରଣପୁର, ୦୪/୦୧୨୦୧୬; (ନବରତ୍ନ ନିଉଜ)-ଉକôଳ ବିଶ୍ୱ ବିଦ୍ୟାଳୟ କ୍ରୀଡା ପରିଷଦ ଆନୁକୂଲ୍ୟରେ ରଣପୁର କଲେଜ ଠାରେ ଚାଲିଥିବା ଆନ୍ତଃ କଲେଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ଖୋର୍ଦ୍ଧା ପ୍ରାଣନାଥ କଲେଜ ୧-୦ ଗୋଲରେ ନୟାଗଡ କଲେଜକୁ ପରାଜୟ କରି ଫାଇନାଲରେ ପଦାର୍ପଣ କରିଛନ୍ତି  । ଅନ୍ୟ ଏକ ଗ୍ରୁପ ମ୍ୟାଚରେ କଣ୍ଟିଲୋ ନୀଳମାଧବ କଲେଜ ଟାଇବ୍ରେକରରେ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜକୁ ପରାଜୟ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇ ଶରଣକୁଳ କଲେଜ ସହିତ ମୁକାବିଲା କରିଥିଲେ । ୧-୦ ଗୋଲରେ ଶରଣକୂଳ ବିଜୟ ଲାଭ କରି ଫାଇନାଲ ମ୍ୟାଚକୁ ଉନ୍ନୀତ ହୋଇଥିବା ଜଣାଯାଇଛି ।ଏହି ସମସ୍ତ ମ୍ୟାଚକୁ ବିଜୟ କୁମାର ରାଉତ, ବିରେନ୍ଦ୍ର ଭଞ୍ଜ ପ୍ରମୂଖ ପରିଚାଳନା କରିଥିବା ବେଳେ କ୍ରୀଡା ପ୍ରଶିକ୍ଷକ ବ୍ରଜ ମୋହନ ମହାପାତ୍ର ସଂଯୋଜନା କରିଥିଲେ  ।

About surendrahota

Leave a Reply

%d bloggers like this:
Skip to toolbar