Breaking News
Home / Bhubaneswar / In & around Bhubaneswar

In & around Bhubaneswar

୬୦ ବର୍ଷରୁ ଉର୍ଦ୍ଧ ଚାଷୀଙ୍କୁ ସରକାରୀ  ରିହାତି ଦିଆଯାଉ

ଭୁବନେଶ୍ୱର ୪ ଜାନୁୟାରୀ ୨୦୧୬(ନବରତ୍ନ ନିଉଜ):-ପଟିଆ କୃଷକ ଭାଇମାନଙ୍କ ଆନୁକୂଲ୍ୟରେ ଓଡିଶା ଶାଖାର ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଓଡିଶା ଶାଖାର ସଂଯୋଜକ ଅକ୍ଷୟ କୁମାରଏବଂ ମୁଖ୍ୟ ଚାଷୀ ନେତା ଶେଷଦେବ ନନ୍ଦଙ୍କୁ  ପଟିଆ ଛକରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶାର ସମସ୍ତ ଚାଷୀଭାଇମାନଙ୍କୁ ପେନସନ, ଚାଷକୁ ସମ୍ମାନ, କୃଷକର ଉପôାଦିତ ଦ୍ରବ୍ୟ ଯଥା- ଧାନ, ମୁଗ, ବିରି, କୋଳଥ, ରାଶି, ମାଣ୍ଡିଆ ଏବଂ ଗହମ ଉପଯୁକ୍ତ ମୂଲ୍ୟ ଧାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ସମସ୍ତ ଉପôାଦିତ ପନିପରିବାର ଦର ଧାର୍ଯ୍ୟ କରିବା ଉଚିତ ଯେପରି ବିହନ, ଧାନ, କୃଷି ସାମଗ୍ରୀ, କୀଟନାଶକ ଔଷଧର ମୂଲ୍ୟ ଯେପରି ଧାର୍ଯ୍ୟ କରାଯାଇଛି ସେହିପରି ଚାଷୀର ଉପôାଦିତ ଦ୍ରବ୍ୟ ମୂଲ୍ୟ ଧାର୍ଯ୍ୟ କରିବା ସରକାରଙ୍କର ଉଚିତା ଏଥିସହିତ ଓଡିଶା ·ଷୀଭାଇଙ୍କ ନିମନ୍ତେ ଯେଉଁମାନେ ସଂଗ୍ରାମ କରୁଛନ୍ତି, ଜେଲ ବରଣ କରୁଛନ୍ତି, ଅନଶନରେ ଦିବାରାତ୍ରି ଅତିବାହିତ କରୁଛନ୍ତି ସେମାନେ ଯେପରି ଚାଷୀଙ୍କ ଉନ୍ନତିକଳ୍ପେ ଚେଷ୍ଟିତ ଅଛନ୍ତି ସେମାନଙ୍କୁ ପଟିଆ ଚାଷୀଭାଇମାନେ ସ୍ୱତଃପ୍ରବୃତ ଭାବେ ସହାନୁଭୂତି, ସହଯୋଗର ହାତ ଅତୁଟ ରହିବ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କୃଷକ କୈଳାଶ ଚନ୍ଦ୍ର ଜେନା, ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ତ୍ରୀପାଠି, ବିଚିତ୍ରାନନ୍ଦ ପାତ୍ର, ଗୁଣ୍ଡିଚା ପାତ୍ର, ଚଗଲା ମହାରୀ, ଗନ୍ଧର୍ବ ରାଉତ, ସୈାଭାଗ୍ୟ ରାଉତ, ପୂର୍ଣ୍ଣଚନ୍ଦ୍ର ରାୟ, ଶିବେନ୍ଦ୍ର ସାହୁ, ଅକ୍ଷୟ କୁମାର ମହାନ୍ତି ପ୍ରଭୃତି ଉପସ୍ଥିତ ରହି ·ଷୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାର ଆୟୋଜନ କରିଥିଲେ ସମାଜସେବୀ ଅଭୟ ବଡଜେନା ।

ଶାସକ ବିଜେଡି ଦଳ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି : ବିଜେପି

ଭୁବନେଶ୍ୱର,୦୪/୦୧,୨୦୧୬ (ନବରତ୍ନ ନିଉଜ)- ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସାଧାରଣ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଦଳ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ଶାସକ ବିଜେଡି ଦଳର ନେତା ଓ କର୍ମୀମାନେ ପ୍ରଶାସନକୁ ଅପବ୍ୟବହାର କରି ଆଚାର ସଂହିତାକୁ ବାରମ୍ବାର ଉଲ୍ଲଂଘନ କରି ଚାଲିଛନ୍ତି । ଏଭଳି ଆଇନକୁ ଉଲ୍ଲଂଘନ କରିବା ଗଣତନ୍ତ୍ରରେ କେବେହେଲେ ଗ୍ରହଣୀୟ ନୁହେଁ ବୋଲି ବିଜେପି କ୍ଷୋଭ ପ୍ରକାଶ କରିଛି ।ଆଜି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରି ଶାସକ ବିଜେଡି ଦଳ ଦ୍ୱାରା କରାଯାଇଥିବା ଆଇନ ଉଲ୍ଲଂଘନ ବାବଦରେ ଅବଗତ କରିଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାରଙ୍କ ପକ୍ଷରୁ ୱାର୍କ ଅଡର ବାହାର କରାଯିବା ସଂପୂର୍ଣ୍ଣ ଆଇନ ଉଲ୍ଲଂଘନ । ମାତ୍ର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ ବ୍ଲକର କୋଟଗଡ ଗ୍ରାମରେ ସରକାର ଆଇନକୁ ଉଲ୍ଲଂଘନ କରି “ମୋ କୁଡିଆ” ଯୋଜନାରେ ବାସଗୃହ ନିର୍ମାଣ ପାଇଁ ୱାର୍କ ଅର୍ଡର ଦେଇଛନ୍ତି । ଏହା ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବାର ଅଭିଯୋଗ କରାଯାଇ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଆୟୋଗଙ୍କ ନିକଟରେ ଅନୁରୋଧ କରାଯାଇଅଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଂଚି ତ୍ରିପାଠୀ, ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଠାକୁର ରଣଜିତ୍ ଦାଶ, ଆଡଭୋକେଟ ସୂର୍ଯ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar