Breaking News
Home / Bhubaneswar / 2nd State executive meeting of BJP Mahila Morcha

2nd State executive meeting of BJP Mahila Morcha

ମହିଳା ବିରୋଧି ରାଜ୍ୟ ସରକାର ବିରୁନ୍ଧରେ ନିର୍ଣ୍ଣାୟକ ଲଢେଇ ଲଢିବ ବିଜେପି ମହିଳାମୋର୍ଚ୍ଚା

bjp
ଭୁବନେଶ୍ୱର. ତା.୧୨/୧୧: ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ୨ୟ କାର୍ଯ୍ୟକାରିଣି ବୈଠକ କୁଶାଭଉଭବନ ଠାରେ ଅନୁଷ୍ଟିତ ହୋଇଯାଇଛି । ରାଜ୍ୟ କିର୍ଯ୍ୟାଳୟ ଠାରେ ପତାକା ଉତୋଳନ କରି କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିଲେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଅତିଥିଭାବେ ରାଜ୍ୟ ସାଧାରଣ ସଂପାଦକ ସଂଗଠନ ଶ୍ରୀ ଶାରଦା ପ୍ରସାଦ ଶତପଥୀ ଯୋଗଦାନ କରିଥିଲେ । ୧୦୦୦ ମଣ୍ଡଳରେ ମହିଳାମୋର୍ଚ୍ଚାର କମଟିକୁ ସୁଦୃଢ କରି ପଂଚାୟତ ର୍ନିବାଚନରେ ପ୍ରତି ଓ୍ୟାର୍ଡର ମହିଳା ସଂରକ୍ଷଣ ଥିବା ସ୍ଥାନରେ ପ୍ରାର୍ଥୀ ଦେବାକୁ ଆହ୍ୱାନ ଦେଇଥିଲେ । ପୂବତନ ରାଜ୍ୟ ସଭାନେତ୍ରୀ ସିମନ୍ତିନୀ ଜେନା, ଜୟନ୍ତୀ ପଢିଆରୀ ଓ ବିଜୟଲକ୍ଷ୍ମୀ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦାନ କରି ମହିଳା ମାନଙ୍କ ସମସ୍ୟା ଉପରେ ଆଲୋକ ପାତ କରିଥିଲେ । ରାଜ୍ୟ ପଦାଧିକାରୀ କାର୍ଯ୍ୟ କାରିଣୀ ସଦସ୍ୟା, ସୂତନ୍ତ୍ର ନିମନ୍ତ୍ରିତ ସଦସ୍ୟା ମାନେ ଯୋଗଦାନ କରିଥିଲେ । ୩୬ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ଓ ସାଧାରଣ ସଂପାଦକ ମାନେ ଯୋଗଦାନ କରିଥିଲେ । ସଂପୂର୍ଣ୍ଣ ମଣ୍ଡଳ କମଟିି ଗଠନ ଓ ପଂଚାୟତ ନିର୍ବାଚନ ପାଇଁ ୧୩ଟି ଟିମ୍ ଗଠନ କରାଗଲା ଏହି ଟିମ୍ ପ୍ରତି ମଣ୍ଡଳ ଗ୍ରସ୍ଥ କରି ନଭେମ୍ଭର ୨୫ ର୍ୟାଲି ରେ ମହିଳା ମାନଙ୍କ ଯୋଗଦାନ ଆଗାମୀ ପଂଚାୟତ ନିର୍ବାଚନରେ ମହିଳାମୋର୍ଚ୍ଚା ର ପ୍ରଭାରୀ ଭାବେ କାର୍ଯ୍ୟାକରିବେ । ରାଜ୍ୟ କାର୍ଯ୍ୟକାରିଣିରେ ୨ଟି ନିନ୍ଦା ପ୍ରସ୍ତାବ ଗ୍ରହଣ କରାଗଲା ମହିଳା ତହସିଲଦାରଙ୍କୁ ବିଧାୟକଙ୍କ ମାଡ ଓ ଏଫଆଇଆର ପରେ ରାଜସ୍ୱ ମନ୍ତ୍ରିଙ୍କ କ୍ଲିନଚିଟ୍ ଓ ଏହିସବୁ କଥା ନେଇ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ସମଗ୍ର ମହିଳା ସମାଜକୁ ହତାଶ କରିଛି । ସାସଂଦ ପାଟଶାଣୀଙ୍କ ମନ୍ତବ୍ୟ “ସବୁ ଭଷ୍ଟାଚାର ପାଇଁ ମହିଳା ମାନେ ଦାୟୀ” ଏହା ମହିଳା ଜଗତକୁ ଅପମାନ ବୋଲି କାର୍ଯ୍ୟକାରିଣୀ ଅନୁଭବ କରିଛି । ମହିଳାଙ୍କୁ ଅପମାନିତ ,ଲାଂଛିତ ଓ ନିର୍ଯ୍ୟାତନା ଦେଉଥିବା ନବିନ ସରକରକୁ ଭ୍ରର୍ସôନା କରିଛି ମହିଳା ମୋର୍ଚ୍ଚା । ରାଜନୈତିକ ଚିଠା ପ୍ରସ୍ଥାବ ଆଗତ କରିଥିଲେ ସଧାରଣ ସଂପାଦିକା ବବିତା ପାତ୍ର । ସମର୍ଥନ କରିଥିଲେ ସ୍ମୃତି ପଟନାୟକ ଓ କାନନ ବାଳା ପଟନାୟକ । ବିଜେପି ବାର୍ତାର ପରିଚାଳନା ଦାୟୀତ୍ୱରେ ଥିବା ଓମ୍ ପ୍ରକାଶ ମହାନ୍ତି ଙ୍କ ମୃତୁ୍ୟରେ ରାଜ୍ୟ କର୍ଯ୍ୟକାରିଣୀ ଗଭୀର ଶୋକପ୍ରକାଶ କରି ୧ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ମହିଳା ବିରୋଧି ରାଜ୍ୟ ସରକାରଙ୍କ ବିରୋଧରେ ର୍ନିଣ୍ଣାୟକ ଲଢେଇ ଲଢିବା ପାଇଁ ସଭାନେତ୍ରୀ ଶ୍ରୀମତୀ ପରିଡା ସମସ୍ତଙ୍କୁ ସଂକଳ୍ପ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଭା ଶତପଥୀ,ନିୟତି ଗିରୀ, ସୁଷମା ବିଶ୍ୱାଳ, ସୁଜତା ବାରିକ, ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ପ୍ରମିଳା ପଣ୍ଡା କାର୍ଯ୍ୟକାରିଣୀରେ ଧନ୍ୟବାଦ ଅର୍ପଣ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar