Breaking News
Home / Commerce / Post office will remain open on Sunday

Post office will remain open on Sunday

ରବିବାର ଖୋଲା ରହିବ ରାଜ୍ୟର ସବୁ ଡାକଘର,ଜନସାଧାରଣ ପ୍ରତିବଦଳ କରିପାରିବେ ୫୦୦, ୧୦୦୦ ଟଙ୍କିଆ ଅବୈଧ ନୋଟ୍dsc07132

ଭୁବନେଶ୍ୱର, ୧୧.୧୧.୨୦୧୬ – ରାଜ୍ୟର ସମସ୍ତ ଡାକଘର ୧୩ ତାରିଖ ରବିବାର ଦିନ ସମ୍ପୂର୍ଣ୍ଣ ରୂପେ ଖୋଲା ରହି ସ୍ୱାଭାବିକ କାର୍ଯ୍ୟ ଚାଲିବ । ସବୁଦିନ ଭଳି ରବିବାର ଦିନ ମଧ୍ୟ ଜନସାଧାରଣ ତଥା ଗ୍ରାହକ ନିଜ ନିଜ ଅଂଚଳର ଡାକଘରକୁ ଯାଇ ପୁରୁଣା ତଥା ଅବୈଧ ଘୋଷିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ ଏବଂ ତା ସହିତ ନିଜ ନିଜର ସଂଚୟ ଜମାଖାତାରେ ପୁରୁଣା ନୋଟ୍ ମଧ୍ୟ ଜମା କରିପାରିବେ । ଏହି ମର୍ମରେ ସବୁ ଜିଲ୍ଲାର ଡାକଘରମାନଙ୍କୁ ନିଦେ୍ର୍ଧଶନାମା ପଠାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଡାକଘର ବା ପୋଷ୍ଟ ଅଫିସ କାର୍ଯ୍ୟ ନିୟମିତ ଭାବେ ସବୁ ଶନିବାର ଭଳି ଆସନ୍ତାକାଲି (୧୨.୧୧.୨୦୧୬) ମଧ୍ୟ ଚାଲିବ । ସର୍ବସାଧାରଣଙ୍କ ସୁବିଧା ପାଇଁ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ମହାଡାକପାଳ, ଓଡିଶା ମଣ୍ଡଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

About surendrahota

Leave a Reply

%d bloggers like this:
Skip to toolbar