Breaking News
Home / Bhubaneswar / Candlelight march of Congress in Bhubaneswar

Candlelight march of Congress in Bhubaneswar

ପୂର୍ବତନ ସୈନିକ ମାନଙ୍କୁ ତୁରନ୍ତ ନ୍ୟାୟମିଳୁ – ପ୍ରସାଦ ପିସିସି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ମୋଦିଙ୍କ କୁଶପୁତଳିକା ଦାହ
congress-party-pcc-rally-photo-2ଭୁବନେଶ୍ୱର ତା ୦୩.୧୧- ପୂର୍ବତନ ସୈନିକମାନଙ୍କର ହକ୍ ପାଇଁ ଲଢ଼ୁଥିବା କଂଗ୍ରେସର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଗତକାଲି ଅଗଣତାନ୍ତ୍ରିକ ଉପାୟରେ ଥାନାରେ ଦୁଇ ଦୁଇ ଥର ଅଟକ ରଖାଯାଇଥିବା ଘଟଣାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତୀବ୍ର ନିନ୍ଦା କରିଛନ୍ତି । ୱାନ ର୍ୟାଙ୍କ, ୱାନ ପେନସନ୍  ଦାବିକରି ପ୍ରାଣବଳି ଦେଇଥିବା ପୂର୍ବତନ ସୈନିକ ଶ୍ରୀ ରାମସରଣ ଗ୍ରେୱାଲଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଦୁଇହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀଙ୍କ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ନିକଟରୁ ବାହାରି କଳ୍ପନା ଛକ ଠାରେ ଥିବା ସହିଦ୍ ସ୍ମୃତି ସ୍ତମ୍ବ ନିକଟରେ ପହଂଚିଥିଲା । କଂଗ୍ରେସ କର୍ମୀମାନେ ମୋଦି ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ପ୍ଲାକାଡର଼୍ ଏବଂ ବ୍ୟାନରମାନ ପ୍ରଦର୍ଶନ କରିଥିଲେ । ସହୀଦ ସ୍ମୃତି ସ୍ତମ୍ବ ଠାରେ ସଭାପତି ଶ୍ରୀ ହରିଚନ୍ଦଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଏବଂ କର୍ମୀମାନେ ସ୍ୱର୍ଗତ ଗ୍ରେୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମବେତ କର୍ମୀମାନଙ୍କୁ ଉଦôବୋଧନ ଦେଇ ଶ୍ରୀ ହରିଚନ୍ଦନ କହିଲେଯେ ସର୍ଜିକାଲ ଷ୍ଟ୍ରାଇକୁ ମାଧ୍ୟମକରି ଜନସାଧାରଣଙ୍କର ଭାବାବେଗ ସହିତ ଖେଳି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଫାଇଦା ଉଠାଇବାକୁ ଭରପୁର ଚେଷ୍ଟା କରୁଥିବାବେଳେ ଦେଶପାଇଁ ନିଜର ଜୀବନକୁ ଉତ୍ସର୍ଗକରି କାମକରୁଥିବା ଜବାନ ମାନଙ୍କର ହକ୍କୁ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କଂଗ୍ରେସ ଏହାକୁ ଦୃଢ଼ ନିନ୍ଦାକରିବା ସହିତ ଦଳର ଉପାଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜବାନମାନଙ୍କ ହକ୍ ପାଇଁ ଲଢେ଼ଇ ଦୃଢ଼ କରିବ । ଜବାନ ମାନଙ୍କର ବହୁଦିନର ଦାବି ୱାନ ର୍ୟାଙ୍କ ୱାନ ପେନ୍ସନ୍ ନୀତିକୁ ଲାଗୁକରିବା ପାଇଁ ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦାବି କରିଆସୁଛନ୍ତି ଏଥିରେ କାଳକ୍ଷେପଣ ନୀତି ପୋଷଣ ନ କରି ତୁରନ୍ତ ଜବାନମାନଙ୍କ ହକ୍ ପ୍ରଦାନ କରିବାପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ୪ଦିନ ତଳେ ଆହ୍ୱାନ ଦେଇଥିଲେ । କିନ୍ତୁ କେନ୍ଦ୍ର ସରକାର କୌଣସୀ ପଦକ୍ଷେପ ଗ୍ରହଣ ନ କରିବାରୁ ଏହାର ପ୍ରତିବାଦରେ ଜଣେ ସୁବେଦାର ଶ୍ରୀ ଗ୍ରେୱାଲ ଗତକାଲି ଆତ୍ମହତ୍ୟା କରିଛନ୍ତି । ଦଳର ଉପାଧ୍ୟକ୍ଷ ଶ୍ରୀ ଗାନ୍ଧୀ ମୃତ ସୁବେଦାରଙ୍କୁ ଶେଷ ଦର୍ଶନପାଇଁ ହସପିଟାଲ ଯାଇଥିବାବେଳେ ତାଙ୍କୁ ଅଗଣତାନ୍ତ୍ରିକ ଭାବେ ଦୁଇଥର ଗିରଫ କରାଗଲା, ଯାହାକି ନରେନ୍ଦ୍ର ମୋଦିଙ୍କ ତାନାସାହି ଓ ଫାସିବାଦୀ ମାନସିକତାକୁ ପ୍ରମାଣିତ କରୁଛି । ଅପରପକ୍ଷରେ ସ୍ୱର୍ଗତ ଜବାନ ଶ୍ରୀ ଗ୍ରେୱାଲଙ୍କ ପରିବାରବର୍ଗଙ୍କୁ ବେଆଇନ ଭାବରେ ଗିରଫ କରି ଅମାନବିକତାର ଏଭଳି ପ୍ରମାଣ ଦେଇଛନ୍ତି ଯାହାକି କେବେ ଦେଖାଯାଇନଥିଲା । ତେଣୁ ନରେନ୍ଦ୍ର ମୋଦି ସରକାରର ଏହି ହିଟଲର ଶାସନକୁ କଂଗ୍ରେସ ଦଳ ତ୍ରୀବ ନିନ୍ଦା କରୁଛି । ଦେଶପାଇଁ ଜୀବନ ଦେଉଥିବା ଓ ସୀମାରେ ନୀଜ ଜୀବନକୁ ବିପନ୍ନ କରି ଦେଶବାସୀଙ୍କୁ ସୂରକ୍ଷାରେ ନିୟୋଜିତ ଥିବା ଜବାନଙ୍କ ହକ୍ ହାସଲପାଇଁ ଦଳର ଉପାଧ୍ୟକ୍ଷ ଶ୍ରୀ ଗାନ୍ଧୀ ଯେଉଁ ଲଢେ଼ଇ ଆରମ୍ଭ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଛି । ଏହି ଲଢେ଼ଇକୁ ଆଗାମୀଦ ଦିନରେ ଆହୁରି ଜୋରଦାର କରାଯିବ ବୋଲି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶରତ ପଟ୍ଟନାୟକ, ଶ୍ରୀ ଶ୍ରୀକାନ୍ତ ଜେନା, ଶ୍ରୀ ରମାକାନ୍ତ ମିଶ୍ର, ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ, ଶ୍ରୀମତୀ ସଂଧ୍ୟା ମହାପାତ୍ର, ଶ୍ରୀମତୀ ସସ୍ମିତା ବେହେରା ଏବଂ ଶିବାନନ୍ଦ ରାୟ ସହିତ ଏହି ବିକ୍ଷୋଭରେ ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସଙ୍କ ସହିତ ବହୁ କଂଗ୍ରେସ ନେତା ଓ କର୍ମି ଯୋଗଦେଇଥିଲେ ।

About surendrahota

Leave a Reply

%d bloggers like this:
Skip to toolbar