Breaking News
Home / Bhubaneswar / Preparation of BJP for 25th November Odisha Assembly Gherao

Preparation of BJP for 25th November Odisha Assembly Gherao

୨୫ ନଭେମ୍ବର ବିଶାଳ ଜନସମାବେଶ ପାଇଁ ଆସନ୍ତା ୫ରେ ଭାରତୀୟ ଜନତା ପାର୍ଟିର ପ୍ରସ୍ତୁତି ବୈଠକ

basant-panda-640x493-300x269ଭୂବନେଶ୍ୱର, ତା.୦୨/୧୧/୨୦୧୬ (ବିଶ୍ୱରଞ୍ଜନ ମିଶ୍ରଙ୍କ ରିପୋର୍ଟ): ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ନିରୀହ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ସହିତ ବାରମ୍ବାର ପ୍ରତାରଣା କରି ଚାଲିଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ୍ରଭିଯେ୍ଧଜ୍ଞ କରିବା ସହ ଆଗାମୀ ୨୫ ତାରିଖରେ ସରକାରଙ୍କ ବିଫଳତା ନେଇ ବିଧାନସଭା ଘେରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଆଜି ରାଜ୍ୟ ଭାଜପା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁାଂଇଛି ଯେ  “ନିର୍ବାଚନ ପୂର୍ବରୁ ପ୍ରତିଶୃତି ଏବଂ ନିର୍ବାଚନ ପରେ ପ୍ରତାରଣା” ଏହା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରର ଅଭ୍ୟାସରେ ପରିଣତ ହୋଇଛି । ନଗଡା, ଗୁମୁଡୁମୁହା, ଦାନ ମାଝୀ, କଟକ ଶିଶୁଭବନ ଘଟଣା, ମାଲକାନଗିରିରେ ଜାପାନୀ ଏନସେଫାଲାଇଟିସ ଜନିତ ଶିଶୁ ମୃତୁ୍ୟ, ଚାଷୀ ଆତ୍ମହତ୍ୟା ଭଳି ମାଳ ମାଳ ଘଟଣା ରାଜ୍ୟବାସୀଙ୍କ ଆଖି ଖୋଲି ଦେଇଥିବାବେଳେ ରାଜ୍ୟ ସରକାରଙ୍କ ବାସ୍ତବ ବିକାଶ ଚିତ୍ରକୁ ପଦାରେ ପକାଇଛି । ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ସଡକ, ବିଜୁଳି ଭଳି ମୈାଳିକ ଆବଶ୍ୟକତାକୁ ମେଟାଂଇବାରେ ଏହି ସରକାର ସଂପୂର୍ଣ୍ଣ ବିଫଳ ହୋଇଛି । ରାଜ୍ୟବାସୀ ଏହାକୁ ହୃଦୟଙ୍ଗମ କରି ସାରିଲେଣି । ତେଣୁ ଏହି ଅପାରଗ, ସ୍ଥାଣୁ, ସମ୍ବେଦନହୀନ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ଦଳର ସମସ୍ତ କଳା କାରନାମାକୁ ରାଜ୍ୟବାସୀଙ୍କ ପାଖରେ ବିସ୍ତୃତ ଭାବେ ପଂହଚାଇବା ପାଇଁ ଭାରତୀୟ ଜନତା ପାର୍ଟୀ ଚଳିତ ମାସ ୨୫ ତାରିଖରେ ବିଧାନସଭା ଘେରାଓ କରିବ ବୋଲି ଘୋଷଣା କରିଛି ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆସନ୍ତା ୫ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତ ବୈଠକ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶାରଦା ପ୍ରାସାଦ ଶତପଥୀଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ପରିଷଦ ସଦସ୍ୟ, ଜିଲ୍ଲା ସଭାପତି,  ବିଧାୟକ, ନିର୍ବାଚିତ ଲୋକ ପ୍ରତିନିଧି, ମୋର୍ଚ୍ଚା ପଦାଧିକାରୀ ଏବଂ ୧୫ଟି ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତିମାନେ ଯୋଗ ଦେବେ ବୋଲି ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି କହିଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar