Breaking News
Home / Bhubaneswar / Civil Society blame C.M for SUM hospital tragedy

Civil Society blame C.M for SUM hospital tragedy

ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବା ଏବଂ ବେସରକାରୀ ଡ଼ାକ୍ତରଖାନା ମାନଙ୍କର  ବେଆଇନ୍ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ : ସିଭିଲ୍ ସୋସାଇଟି

_dsc5340
ଭୁବନେଶ୍ୱର, ତା ୨୨.୧୦.୨୦୧୬(ବିଶ୍ୱରଞ୍ଜନ ମିଶ୍ର)-ରାଜ୍ୟରେ ଦେଖା ଦେଇଥିବା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବେସରକାରୀ ଡ଼ାକ୍ତରଖାନା କର୍ତ୍ତୃପକ୍ଷମାନଙ୍କର ଲୁଟ୍ତରାଜ, ବେଆଇନ୍ ଏବଂ ମନୋମୁଖୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦପ୍ତରରେ ଥିବା ଅମଲାମାନଙ୍କୁ ସିଭିଲ୍ ସୋସାଇଟି ତରଫରୁ ଦାୟୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର ପାଇଁ ଦାବୀ କରାଯାଇଛି ।ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଭିଲ୍ ସୋସାଇଟିର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବେସରକାରୀ ମେଡ଼ିକାଲମାନଙ୍କ ଦ୍ୱାରା ·ଲିଥିବା ବ୍ୟାପକ ଲଟ୍ତରାଜ ଏବଂ ବେଆଇନ୍ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଏବଂ ନିଦେ୍ର୍ଧଶରେ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହିତ ଏହି ମେଡ଼ିକାଲ କର୍ତ୍ତୃପକ୍ଷମାନଙ୍କ ଅସାଧୁମେଣ୍ଟ ଯୋଗୁଁ ଏପରି ଭୟାନକ ପରିସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଛି । ଯାହାଫଳରେ ବର୍ଷ ବର୍ଷ ଧରି ବେସରକାରୀ ଡ଼ାକ୍ତରଖାନାଗୁଡ଼ିକ ଆଇନ୍କୁ ବେଖାତିର କରି ·ଲିଛନ୍ତି ଏବଂ ସରକାରୀ କଳ ନୀରବଦ୍ରଷ୍ଟା ସାଜିଛନ୍ତି । ଅଚୁ୍ୟତସାମନ୍ତଙ୍କ ସଂସ୍ଥା କିମ୍ସର ଉଦାହରଣ ଦେଇ ସେମାନେ କହିଲେ ଯେ, କଳିଙ୍ଗ ଇନ୍ଷ୍ଟିଚୁ୍ୟଟ ଅଫ୍ ମେଡ଼ିକାଲ ସାଇନ୍ସ (କିମ୍ସ) ପ୍ରଥମରୁ ବେଆଇନ୍ କାର୍ଯ୍ୟ କରିଅସୁଅଛି । ସୂଚନା ଅଧିକାର ବଳଳେ ମିଳିଥିବା ତଥ୍ୟ ଅନୁଯାୟୀ, କିମିସ୍ ପାଇଁ ଦିଆଯାଇଥିବା ୨୭ଏକର ଜମିର ଲିଜ୍ ଚୁକ୍ତିନାମା ଏପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ବିଭାଗ ସହିତ ହୋଇନାହିଁ । ୨୦୦୬ ମସିହାରୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ କିଟ୍କୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ଦୀର୍ଘ ୧୦ବର୍ଷ ଧରି ଅଚୁ୍ୟତ ସାମନ୍ତ ଜମି ଲିଜ୍ଡିଡ୍ କରିନାହାଁନ୍ତି । ଶ୍ରୀ ଅଚୁ୍ୟତ ସାମନ୍ତ ଏହି ବେଖାତିର କାର୍ଯ୍ୟ ବିରୁଦ୍ଧରେ ସାଧାରଣ ପ୍ରଶାସନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନାହିଁ । ଶ୍ରୀ ସାମନ୍ତ ସରକାରୀ ଜମିକୁ ନିଜର ଦର୍ଶାଇ ଚଞ୍ଚକତା କରି ମେଡ଼ିକାଲ କଲେଜ୍ ଖୋଲିବାରେ ସକ୍ଷମ ହୋଇଛନ୍ତି । ସେହିପରି ୨୪.୭.୧୪ରିଖରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ସରକାରୀ ଜମି ନେଇଥିବା ସମସ୍ତ ବେସରକାରୀ ଡ଼ାକ୍ତରଖାନାଗୁଡ଼ିକ ବର୍ହିରୋଗ  ବିଭାଗରେ ୨୫ଭାଗ ଏବଂ ଅନ୍ତଃରୋଗୀ ବିଭାଗ ର ୧୦ଭାଗ ରୋଗୀଙ୍କୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବର୍ଗର ଲୋକଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରିବେ ଏବଂ ଏଥି ସମ୍ପର୍କୀତ ତଥ୍ୟ ପ୍ରତ୍ୟେକ ବେସରକାରୀ ମେଡ଼ିକାଲ ପ୍ରତି ମାସରେ ଡି.ଏମ୍.ଇ.ଟି  ଓଡ଼ିଶାକୁ ପ୍ରଦାନ କରିବେ । କିନ୍ତୁ କିମ୍ସ ସମେତ ପ୍ରତ୍ୟେକ ବେସରକାରୀ ଡ଼ାକ୍ତରଖାନା  କତ୍ତ ର୍ୃପକ୍ଷ ଏହି ନିୟମକୁ ବର୍ଷ ବର୍ଷ ଧରି ଉଲଂଘନ କରି ·ଲିଥିଲେ ମଧ୍ୟ, ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ସୂଚନା ଅଧିକାର ଆଇନ୍ ବଳରେ ମଧ୍ୟ ଡ଼ି.ଏମ୍.ଇ.ଟି. କର୍ତ୍ତୃପକ୍ଷ ଏ ସମ୍ପର୍କୀତ ତଥ୍ୟ ପ୍ରଦାନ କରୁନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀ, ଅଫିସରମାନଙ୍କ ପ୍ରଚ୍ଛନ୍ନ ସହାୟତାରେ ଏହି ବେଆଇନ୍ କାର୍ଯ୍ୟ ନିର୍ବିଘ୍ନରେ ·ଲିଛି । ଆଜିର ଏହି ସାମ୍ବାଦିକ  ସମ୍ମିଳନୀରେ ସୂଚନା ଅଧିକାର ଅଭିଯାନର  ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସୂଚନାଧିକାର କର୍ମୀ ବିଶ୍ୱଜିତ୍ ମହାନ୍ତି, ଶ୍ରୀକାନ୍ତ ପାକଳ, ଭବାନୀ ଶଙ୍କର ନନ୍ଦ,ଆଇନଜୀବୀ ସୁଧୀର ମହାନ୍ତି, ସଚିକାନ୍ତ ପ୍ରଧାନ, ପ୍ରତାପ ସାହୁ ଏବଂ ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar