Breaking News
Home / Bhubaneswar / Demonstration of Youth Congress at Bhubaneswar

Demonstration of Youth Congress at Bhubaneswar

ରାଜ୍ୟ ସରକାରଙ୍କ ଅପରାଗତା ପାଇଁ ମାଲାକାନଗିରିରେ ଜାପାନୀ ଏନସେଫାଲଇଟିସ୍ ରୋଗ ଭୟବହ ରୂପ ଧରିଛି।2

ଭୁବନେଶ୍ୱର ତା ୮.୧୦.୨୦୧୬- ମାଲାକାନାଗିରିରେ ଜାପୀନୀ ଏନସେଫାଲାଇଟିସ ରୋଗ ସାଧାରଣ ଜନତାଙ୍କୁ ଆତିଙ୍କିତ କରିଦେଇଥିବା ବେଳେ ନବୀନ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବୋଲି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ରହିଛି ବୋଲି ସାଧାରଣ ଲୋକ ଅନୁଭବ କରୁନାହାନ୍ତି। ଏନସେଫାଲାଇଟିସ ରୋଗରେ ମାଲାକାନାଗିରିରେ ପ୍ରତ୍ୟେକ ଦିନ ମଣିଷ ମରୁଛନ୍ତି। ରାଜ୍ୟ ସରକାର ଯେଉଁ ସରକାରୀ ତତ୍ପରତା  କଥା କହୁଛନ୍ତି ତାହା କେବଳ ପ୍ରଚାର ମାତ୍ର। ବାସ୍ତବରେ ରାଜ୍ୟ ସରକାରଙ୍କର  ଅପାରଗତା ପାଇଁ ମାଲାକାନଗିରିରେ ଏନସେଫାଲାଇଟିସ ରୋଗ ଭୟଙ୍କର ରୂପ ଧାରଣ କରିଛି ସୁତରାଂ ପ୍ରଦେଶ ଯୁବ କଂଗ୍ରେସ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ସହ ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା। । ଭୁବନେଶ୍ୱର ଲୋକସଭା କାର୍ଯ୍ୟକାରୀ ସଭାପତି ରଞ୍ଜିତ ପାତ୍ର ଙ୍କ ନେତୃତ୍ୱରେ ଅଜୟ କୁମାର ସାହୁ, ସ୍ୱାଗତ କର, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, କୃଷ୍ଣ ମହାନ୍ତି, ସଂକୁନା କହଁର, ବଟକୃଷ୍ଣ ରାଉତରାୟ, ବିର ô ବାରିକ, କୈଳାସ ସାହୁ, ଅଶ୍ୱିନ ଭୋଇ, ସ୍ମୃତି ରଞ୍ଜନ ଭୋଇ, ସାଗର ପଟ୍ଟନାୟକ ପ୍ରମୁଖ ଉକ୍ତ ର୍ୟାଲିରେ ଯୋଗ ଦେଇଥିଲେ।

About surendrahota

Leave a Reply

%d bloggers like this:
Skip to toolbar