Breaking News
Home / Bhubaneswar / Candle light tribute

Candle light tribute

ମହମବତୀ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି

img_2410ଭୁବନେଶ୍ୱର ,୬/୧୦/୨୦୧୬(ବିଶ୍ୱରଞ୍ଜନ ମିଶ୍ର)-ମାଲକାନଗିରି ଜିଲ୍ଲାର ୨୫ ଖଣ୍ଡ ଗାଁରେ ବ୍ୟାପିଥିବା ମାରାତ୍ମକ ଜାପାନିଜ୍ ଏନସେଫାଲାଇଟିସ୍ ରୋଗରେ ମୃତୁ୍ୟ ବରଣ କରିଥିବା ଶିଶୁ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ଅଣସଙ୍ଗଠିତ ଶ୍ରମିକ ମଞ୍ଚ ଓଡିଶା ତରଫରୁ ସ୍ଥାନୀୟ ଲୋୟର ପିଏମଜି ଠାରେ ମହମବତୀ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି। ବିଶେଷ ଭାବରେ ଶିଶୁ ମୃତୁ୍ୟକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ, ମଶା ନିୟନ୍ତ୍ରଣର ସୁବ୍ୟବସ୍ଥା, ଟୀକାକରଣ, ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ନିମନ୍ତେ ମଞ୍ଚ ପକ୍ଷରୁ କେତେକ ପ୍ରସ୍ତାବ ମଧ୍ୟ ଦିଆଯାଇଅଛି। ଏଥିରେ ଜନସ୍ୱାସ୍ଥ୍ୟ ଅଭିଯାନ, ସହଯୋଗ, ସି.ସି.ଡବ୍ଲୁ.ଡି, ରୁଚିକା, ଯୁବ ସହାୟତା କେନ୍ଦ୍ର, ରାଜ୍ୟ ଶିଶୁ ଶୋଷଣ ବିରୋଧୀ ମଂଚ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ଆକ୍ସନଏଡ୍ର ଘାସିରାମ ପଣ୍ଡା,,ବି.ଏନ୍. ଦୂର୍ଗା, ବିଜୟଲକ୍ଷ୍ମୀ ରାଉତରାୟ, ଗୌରାଙ୍ଗ ମହାପାତ୍ର, ସଦାଶିବ ସ୍ୱାଇଁ, ରଞ୍ଜନ ରାଉତ, ରାମେଶ୍ୱ୍ୱର ପ୍ରସାଦ ଦ୍ୱିବେଦି, ମଞ୍ଚର ସଭାପତି ଜ୍ୟେତ୍ସାରାଣୀ ମିଶ୍ର, ସଂପାଦକ ପ୍ରକାଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar